IBN ଓଡ଼ିଶା ବ୍ୟୁରୋ

Vastu Shastra- ସୂର୍ଯ୍ୟ ଙ୍କୁ ଏହିପରି କରନ୍ତୁ ଜଳ ଅର୍ପଣ, ଦରିଦ୍ରତା ର ହୋଇଥାଏ ନାଶ, ସବୁ ଇଚ୍ଛା ହୋଇଥାଏ ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ ସୂର୍ଯ୍ୟ ଙ୍କୁ ଜଳ ଚଢାଇବା ସମୟରେ ଆମକୁ କିଛି ମନ୍ତ୍ର ର ଜପ ନିଶ୍ଚିତ କରିବା ଉଚିତ । କାରଣ ଏହି ମନ୍ତ୍ର ରେ ଏତେ ଶକ୍ତି ଥାଏ କି ଆପଣ ସୂର୍ଯ୍ୟ ଙ୍କୁ ଜଳ ଚଢାଇବା ସମୟରେ ଏହି ମନ୍ତ୍ର ର ଜପ କରିବା ଦ୍ୱାରା ଆମକୁ ଏହାର ପ୍ରଭାବରେ ସୂର୍ଯ୍ୟ ଦେଵତା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ହିନ୍ଦୁ ଶାସ୍ତ୍ର ରେ ସୂର୍ଯ୍ୟ ଙ୍କର ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସୂର୍ଯ୍ୟ ଏହି ବ୍ରହ୍ମାଣ୍ଡ ର ଉର୍ଜା ର ଏକ ମାତ୍ର ଶ୍ରୋତ । ଯାହା ଦ୍ୱାରା ଆମକୁ ଜୀଵନ ଦାୟିନୀ ଶକ୍ତି ମିଳି ଥାଏ ।

ଆମ୍ଭର ସମ୍ପୂର୍ଣ୍ଣ ଜୀଵନ ସୂର୍ଯ୍ୟ ଦେଵତାଙ୍କ ଉପରେ ନିର୍ଭର କରିଥାଏ । ସେଥିପାଇଁ ଆମ ଧର୍ମ ରେ ସୂର୍ଯ୍ୟ ଦେଵତା ଙ୍କ ଆଭାର ମାନି ଥାଉ । ଆମ ଶାସ୍ତ୍ର ରେ ସୂର୍ଯ୍ୟ ଦେଵତାଙ୍କ ଉପାସନା ବିଷୟରେ ବର୍ଣ୍ଣନା କରା ଯାଇଛି । ଯାହାକୁ ଆଜି ପର୍ଯ୍ୟନ୍ତ ଲୋକମାନେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଏବଂ ଭକ୍ତି ର ସହିତ କରିଥାନ୍ତି । କାରଣ ଯେଉଁ ବ୍ୟକ୍ତି ଉପରେ ସୂର୍ଯ୍ୟ ଦେଵତା ଙ୍କ କୃପା ଏବଂ ଆଶୀର୍ବାଦ ରହିଥାଏ ସେ ଅଭାବ,ଅନଟନ, ଦୁଃଖ,କ୍ଳେଶ, କଷ୍ଟ ଆଦି ରୁ ବହୁତ ଦୂରରେ ରହିଥାଏ । ଏବଂ ବ୍ୟକ୍ତି ନିରୋଗୀ ଏବଂ ଦୀର୍ଘାୟୁ ହୋଇଥାଏ ।

ଆଦିତ୍ୟସ୍ୟା ନମସ୍କାରମ

ୟେ କୁବାର୍ନ୍ତି ଦିନେ ଦିନେ

ଆୟୁ ପ୍ରଜ୍ଞା ବଳଙ୍ଗ ବୀର୍ୟଂ

ତେଜସ୍ତେଶାଂ ଚ ଜାଯତେ । ।

ଏହାର ଅର୍ଥ ଯେଉଁ ଲୋକମାନେ ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତି । ସେମାନଙ୍କ ଆୟୁ,ବୁଦ୍ଧି, ତେଜ ଆଦି ବହୁତ ବଢ଼ିଥାଏ । ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସମୟରେ କିମ୍ବା ସୂର୍ଯ୍ୟ ଙ୍କୁ ପୂଜା ଚଢା ଯାଉଥିବା ସମୟରେ ଆମେ ସୂର୍ଯ୍ୟ ଦେଵତାଙ୍କ ଏହି ବାରଟି ମନ୍ତ୍ର ବିଷୟରୁ ଯେ କୌଣସି ଗୋଟିଏ ମନ୍ତ୍ର ର ମଧ୍ୟ ଉଚ୍ଚାରଣ କଲେ ମଧ୍ୟ ଆମକୁ ସୂର୍ଯ୍ୟ ଦେଵତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ସେହି ମନ୍ତ୍ର ଗୁଡିକ ହେଉଛି-

ଓଁ ମିତ୍ରାୟ ନମଃ

ଓଁ ସୂର୍ଯ୍ୟାୟ ନମଃ

ଓଁ ଖଗାୟ ନମଃ

ଓଁ ହିରଣଗର୍ଭାୟ ନମଃ

ଓଁ ଆଦିତ୍ୟୟ ନମଃ

ଓଁ ଅକାର୍ୟ ନମଃ

ଓଁ ରାଵୟେ ନମଃ

ଓଁ ଭାନବେ ନମଃ

ଓଁ ପୁସ୍ନୟ ନମଃ

ଓଁ ମରିଚୟେ ନମଃ

ଓଁ ସବିତ୍ରେ ନମଃ

ଓଁ ଭାସ୍କରାୟ ନମଃ

ଏହା କୁହାଯାଏ କି ଏହି ମନ୍ତ୍ର ର ଚକ୍ର ଆମ ଶରୀର ସହ ଯୋଡି ହୋଇ ରହିଥାଏ ଯାହା ଦ୍ୱାରା ଆମ ତନ ଏବଂ ମନ ସର୍ଵଦା ସୁସ୍ଥ ଏବଂ ଶାନ୍ତି ରହିଥାଏ । ଅତଃ ଆମକୁ ସକାଳ ଏବଂ ସନ୍ଧ୍ୟା ରେ ସୂର୍ଯ୍ୟ ଙ୍କୁ ନମସ୍କାର କରିବାର ଅଭ୍ୟାସ ରଖିବା ଉଚିତ । ଏହା ଛଡା ଆମ ଶାସ୍ତ୍ର ରେ ଏକ ଏଭଳି ମନ୍ତ୍ର ର ମଧ୍ୟ ଉଚ୍ଚାରଣ କରାଯାଇ ଥାଏ ଯାହାକୁ ଉଚ୍ଚାରଣ କରିବା ଦ୍ୱାରା ଆମକୁ ଧନ ସମ୍ପତ୍ତି ସୁଖ ଐଶ୍ୱରୀୟ ମଧ୍ୟ ପ୍ରାପ୍ତ ହୁଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ କୁଣ୍ଡଳୀ ରେ ଯଦି ସୂର୍ଯ୍ୟ ର ସ୍ଥାନ ଦୁର୍ବଳ ଥାଏ ତେବେ ତାହାର ସମାଧାନ ପାଇଁ ଏକ ଉପାୟ କୁହାଯାଇଛି ସକାଳ ଏବଂ ସୂର୍ୟ୍ଯାସ୍ତ ରେ ସୂର୍ଯ୍ୟ ଙ୍କୁ ନମସ୍କାର କରିବା ଏବଂ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଉଚିତ ଏବଂ ତମ୍ବା ପାତ୍ର ରେ ଜଳ ଅର୍ପଣ କରିବା ଉଚିତ ।

ଏବଂ ଶୁଦ୍ଧ ଜଳ ସହିତ କୁଂକୁମ, ଚାଉଳ, ମିଶ୍ରି କିମ୍ବା ନାଲି ରଙ୍ଗର ଫୁଲ ଦେବା ଉଚିତ । ଅର୍ଘ୍ୟ ଦେବା ସମୟରେ ଏହି ମନ୍ତ୍ର ର ଉଚ୍ଚାରଣ ନିଶ୍ଚୟ କରିବା ଉଚିତ ମନ୍ତ୍ର ଟି ହେଉଛି- ଓଁ ହିଁରିଂହିଁରିଂ ସୂର୍ଯ୍ୟାୟ ସହସ୍ତ୍ରୀକିରାଣାୟ । ଏହି ମନ୍ତ୍ର ର ଉଚ୍ଚାରଣ କରିବା ଦ୍ବାରା ସୂର୍ଯ୍ୟ ଦେଵତା ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି । ଏଵଂ ଆମର ସମସ୍ତ ଦୁଃଖ କଷ୍ଟ ଅଭାବ ମଧ୍ୟ ଦୁର ହୋଇ ଯାଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button