ରାଜନୀତି

‘ୟୁନିଫର୍ମ ସିଭିଲ କୋଡ୍‌’ରୁ ବାଦ ଦେବା ପାଇଁ ନାଗାଲାଣ୍ଡ ବିଧାନସଭାରେ ଗୃହୀତ ହେଲା ସଂକଳ୍ପ – Ibnodisha

[ad_1]

କୋହିମା: ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି)ରେ ନାଗାଲାଣ୍ଡ ରାଜ୍ୟକୁ ରିହାତି (ବାଦ ଦେବା) ପାଇଁ ଏକ ସଂକଳ୍ପ ନାଗାଲାଣ୍ଡ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଗୃହର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ଏହି ସଂକଳ୍ପ ଆଗତ କରିଥିଲେ। ଏହି ସଂକଳ୍ପକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ୧୨ ଜଣ ବିଧାୟକ ମଧ୍ୟ ସମର୍ଥନ କରିଥିଲେ।

ନାଗାଲାଣ୍ଡ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନରେ ସର୍ବସମ୍ମତିକ୍ରମେ ନାଗାଲାଣ୍ଡ ରାଜ୍ୟକୁ ୟୁସିସିର ପ୍ରସ୍ତାବିତ ଆଇନରୁ ମୁକ୍ତ ରଖିବା ପାଇଁ ସଂକଳ୍ପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନାଗାଲାଣ୍ଡ ସରକାର ଏବଂ ନାଗା ଜନଜାତିର ଲୋକେ ମତ ଦେଇଛନ୍ତି ଯେ ୟୁସିସି ପାରମ୍ପରିକ ଆଇନ, ସାମାଜିକ ପ୍ରଥା ଏବଂ ନାଗା ଲୋକଙ୍କ ଧାର୍ମିକ ପ୍ରଥା ପ୍ରତି ବିପଦ ସୃଷ୍ଟି କରିବ। ୟୁସିସି ଲାଗୁ ହେଲେ ଏସବୁର ପ୍ରଚଳନ ପ୍ରତି ଆଶଙ୍କା ରହିବ।

ରିଓ କହିଛନ୍ତି ଯେ ୟୁସିସିର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ବିବାହ, ଛାଡ଼ପତ୍ର, ଅଭିଭାବକତ୍ୱ, ପୋଷ୍ୟ ସନ୍ତାନ ଗ୍ରହଣ, ଭରଣପୋଷଣ ଏବଂ ଉତ୍ତରାଧିକାରୀ ଭଳି ବ୍ୟକ୍ତିଗତ ମାମଲା ପାଇଁ ଏକକ ଆଇନ ରହିବ। ତେବେ, ସ୍ୱାଧୀନତା ପୂର୍ବର ବ୍ରିଟିସ ଯୁଗରୁ ନାଗାଲାଣ୍ଡର ‘ଅନନ୍ୟ ଇତିହାସ’, ସ୍ୱାଧୀନତା ପୂର୍ବ କାଳରୁ ଆରମ୍ଭ ହୋଇ କେନ୍ଦ୍ର ଦ୍ୱାରା ଜାରି ରହିଥିବା ଅଣହସ୍ତକ୍ଷେପ ନୀତିର ପ୍ରତିଶ୍ରୁତି ଏବଂ ଧାରା ୩୭୧-ଏ ଅଧୀନରେ ଦିଆଯାଇଥିବା ସାମ୍ବିଧାନିକ ଗ୍ୟାରେଣ୍ଟି ଆଧାରରେ ନାଗାଲାଣ୍ଡ ସରକାର ଜୁଲାଇ ୪ ତାରିଖରେ କ୍ୟାବିନେଟ୍‌ ନିଷ୍ପତ୍ତି ମାଧ୍ୟମରେ କମିସନଙ୍କ ନିକଟରେ ଏହି ପ୍ରସଙ୍ଗରେ ନିଜର ମତାମତ ଉପସ୍ଥାପନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ରିଓ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button