IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Shastra- ଘର ପାଇଁ ବହୁତ ଶୁଭ ହୋଇଥାଏ ଏହି 5 ଟି ଗଛ, ସବୁବେଳେ ଲାଗି ରହିଥାଏ ମା’ ଲକ୍ଷ୍ମୀ ଙ୍କ କୃପା

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରେ କିଏ ନ ଚାହେଁ କି ତା ପାଖରେ ଟଙ୍କା ପଇସା ରହୁ ଏବଂ ସର୍ଵଦା ସେ ସୁଖ ଓ ଖୁସିରେ ଜୀଵନ ବିତାଉ । ତାଛଡା ତା ଜୀବନରେ ସବୁବେଳେ ଶୁଭ ହୋଇଥାଏ ।

ଆଜି ଆମେ କିଛି ଏଭଳି ବୃଷ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ଆସୁଥିବା ସମସ୍ତ ବିପଦ ଏବଂ ସମସ୍ୟା କୁ ନିଜ ଉପରକୁ ନେଇ ଯାଆନ୍ତି ଯାହା ଫଳରେ ଆମେ ସୁରକ୍ଷିତ ଏବଂ ଖୁସି ରେ ରଖିବା ସହିତ ବହୁତ ଶୁଭ ମଧ୍ୟ ହୋଇଥାଏ ତେବେ ଆସନ୍ତୁ ଜାଣିନେବା କି ସେହି ରହସ୍ୟ ମୟୀ ଏବଂ ଶୁଭ ବୃକ୍ଷ ଗୁଡିକ କିଏ କିଏ ଏବଂ ସେମାନଙ୍କ ର ଉପକାରିତା କଣ । ଚାଲନ୍ତୁ ଜାଣିନେବା ।

୧- ପ୍ରଥମ ବୃକ୍ଷ ହେଉଛି ବୃହସ୍ପତି ର ବୃକ୍ଷ କଦଳୀ ଗଛ । କେବେବି କଦଳୀ ଗଛ କୁ ଘରର ସାମ୍ନା ରେ ଭୁଲ ରେ ବି ଲଗେଇବେ ନାହିଁ । କଦଳୀ ଗଛ କି ସର୍ଵଦା ଘରର ପଛରେ ହିଁ ଲଗେଇବା ଉଚିତ । କଥାରେ ଅଛି କଦଳୀ ଗଛ ଘରର ପଛରେ ଏବଂ ବେଲ ଗଛ ଘରର ଆଗରେ ଲଗେଇଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଅର୍ଥାତ ଧନ ରତ୍ନ ସମ୍ପତି ଆସିଥାଏ ।

୨- ଦ୍ଵିତୀୟ ବୃକ୍ଷ ହେଉଛି ତୁଳସୀ ଗଛ । ବାସ୍ତୁ ଦୋଷ କୁ ଦୁର କରିବାରେ ସବୁଠାରୁ ଉତ୍ତମ ଉପାୟ ହେଉଛି ତୁଳସୀ ଗଛ । ଏହି ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣ ସୁଖୀ ଅଛନ୍ତି ଏବଂ ଧନୀ ମଧ୍ୟ । ଘରେ ଯଦି କୌଣସି ନକରାତ୍ମକ ଶକ୍ତି ର ବାସ ଥାଏ ତେବେ ଏହି ତୁଳସୀ ଗଛ ଥିଲେ ଘରେ ନକରାତ୍ମକ ଶକ୍ତି କିମ୍ବା ଖରାପ ଶକ୍ତି ଘରକୁ ଆସେ ନାହିଁ । କେବଳ ସକରାତ୍ମକ ଶକ୍ତି ହିଁ ଘରକୁ ଆସେ ଏବଂ ଜୀଵନ ସୁଖ ମୟ ହେବ ।

୩- ତୃତୀୟ ଗଛ ହେଉଛି ଶମୀ ଗଛ । ଏହି ଗଛ କୁ ସୁଖ ଶାନ୍ତି ଆଣୁଥିବା ଗଛ କୁହାଯାଏ । ଏହି ଗଛ କିମ୍ବା ବୃକ୍ଷ କୁ ଲଗାଇବା ଦ୍ବାରା ଘରେ ଏବଂ ଜୀଵନ ରେ ଖୁସି ଏବଂ ସୁଖ ଶାନ୍ତି ଆସିଥାଏ । କେବଳ ଭାରତୀୟ ଧର୍ମ ରେ ନୁହେଁ ବରଂ ଅନ୍ୟ ସବୁ ଧର୍ମ ରେ ମଧ୍ୟ ଏହାକୁ ଶୁଭ ବୋଲି ମାନ୍ୟତା ରହିଥାଏ । ଏହି ବୃକ୍ଷ ରେ ଅନେକ ଔଷଧୀୟ ଗୁଣ ମାନ ମଧ୍ୟ ରହିଥାଏ ।

୪- ଚତୁର୍ଥ ରେ ହେଉଛି ପାନ ଗଛ । ଏହା ମଧ୍ୟ ବହୁତ ଶୁଭ ଗଛ ବୋଲି କୁହାଯାଏ । ଏହା ଏକ ଔଷଧୀୟ ବୃକ୍ଷ ମଧ୍ୟ ଏବଂ ଏହି ଗଛ ସବୁଆଡେ ମଧ୍ୟ ମିଳେନାହିଁ । କିନ୍ତୁ ପୁଜାପାଠ ଏବଂ କୌଣସି ଶୁଭ କାର୍ଯ୍ୟ ରେ ଏହାର ପତ୍ର ର ବହୁତ ଆବଶ୍ୟକତା ରହିଥାଏ ।

୫- ପଞ୍ଚମ ରେ ହେଉଛି ଅପରାଜିତା ଗଛ । ଏହି ଗଛ ଶୁଭ ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ଏହାର ଫୁଲ ଧଳା ଏବଂ ବାଇଗଣୀ ଦୁଇ ରଙ୍ଗ ର ଥାଏ । ଏହି ଗଛ ବହୁତ ସକରାତ୍ମକ ବାତାବରଣ ମଧ୍ୟ ସୃଷ୍ଟି କରାଇ ଥାଏ । ଏହାକୁ ମାନସିକା ଚିନ୍ତା ରୁ ମୁକ୍ତି ପାଇଁ ବ୍ୟବହାର ମଧ୍ୟ କରାଯାଏ ଆପଣ ନିଶ୍ଚିତ ଏହାକୁ ନିଜ ଘରେ ଲଗାନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button