IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଣ୍ଠୁ ଗଣ୍ଠି ଦରଜ, ଗଳା ଦରଜ, ଜର କମଜୋରି ଏକଦମ ଗାୟବ ହୋଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ ।

ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏବଂ ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ ।

ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।

ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ ।

ତେଣୁ କିଛି ଟା ଉପାୟ ଦ୍ୱାରା ହିଁ ଆମେ ନିଜ ଶରୀରକୁ ସବଳ କରି ପାରିବୁ ଏଵଂ ରକ୍ତ ର ମାତ୍ରା ସହ ନିଜ ହାଡ଼ କୁ ମଧ୍ୟ ଶକ୍ତ କରି ପାରିବୁ । ଆଜି ଆମେ କ୍ଷୀର ରେ କିଛି ଏପରି ଜିନିଷ ମିଶେଇ ସେବନ କରିବା କଥା କହିବୁ ଯାହା ଦ୍ୱାରା ଆପଣ ଙ୍କ ସମସ୍ତ ସମସ୍ୟା ଭଲ ହୋଇଯିବ ।

୧- ପ୍ରଥମ ଟି ହେଉଛି ମେଡିଟେସନ ଏବଂ ପ୍ରାଣାୟମ । ଏହା ଦ୍ୱାରା ଆପଣ ନିଜର ଶରୀର ରେ ଏକ ସକରାତ୍ମକ ଉର୍ଜା କୁ ସୃଷ୍ଟି କରି ପାରିବେ ଏବଂ ସେହି ସକରାତ୍ମକ ଶକ୍ତି ଦ୍ୱାରା ଆପଣ ନିଜର ବଳ କୁ ମଧ୍ୟ ଏକତ୍ରିତ କରି ପାରିବେ । ଏହା ଦ୍ୱାରା ଶରୀର ଦୁର୍ବଳ ହୋଇ ନଥାଏ । ଏବଂ ଆପଣ ସବୁ କାର୍ଯ୍ୟ କୁ ଭଲ ରେ କରି ପାରନ୍ତି । ଆପଣ ମେଡିଟେସନ ରେ ଓଶୋ ଡାଇନାମିକ ମେଡିଟେସନ କରି ପାରିବେ ।

୨- ଦ୍ଵିତୀୟ ରେ ହେଉଛି ଆମ ଶରୀର ଯେଉଁ ପାଞ୍ଚ ତତ୍ତ୍ୱ ରେ ଗଢି ଉଠିଛି ଏବଂ ଏହି ପାଞ୍ଚ ତତ୍ତ୍ୱ କୁ ନିଜ ଶରୀର ଭିତରେ ଶୁଦ୍ଧ କରି ଦିଅନ୍ତି । ତେବେ ଆପଣ ଙ୍କ ର କୌଣସି ସମସ୍ୟା ହୁଏ ନାହିଁ । ଆପଣ ନିଜ ଶରୀର ରେ ଜଳ ର ମାତ୍ରା କୁ ଶୁଦ୍ଧ କରିବା ପାଇଁ ଚାହୁଁଥିଲେ ତମ୍ବା ର ପାତ୍ର ରେ ପାଣି ପିଅନ୍ତୁ । ଏହା ଦ୍ୱାରା ଆମ ଶରୀର କୁ ଅନେକ ଲାଭ ମିଳିଥାଏ ।

୩- ତୃତୀୟ ରେ ହେଉଛି ଆପଣ ଙ୍କ ଶରୀର ରେ ଯଦି ଅନେକ ସମସ୍ୟା ଦେଖା ଦେଉଛି ଏବଂ ହୃଦୟ ଜନିତ ସମସ୍ୟା ହେଉ କିମ୍ବା ମଧୁମେହ କିମ୍ବା ଅନ୍ୟ କିଛି ତେବେ ଆପଣ କିଛି ସମୟ ଖାଲି ପାଦରେ ଘାସ ରେ ହେଉ କିମ୍ବା ବାଲିରେ ହେଉ ଚାଲିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ମଧ୍ୟ ଅନେକ ସମସ୍ୟା ଆପଣ ଙ୍କର ଦୁର ହୋଇଥାଏ ଏବଂ ଆପଣଙ୍କ ଶରୀର ରେ ସଠିକ ଭାବରେ ରକ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ ।

୪- ଚତୁର୍ଥ ରେ ହେଉଛି ଆପଣ ନିମ ପତ୍ର ର ଗୁଣ୍ଡ ଏବଂ ହଳଦୀ ଗୁଣ୍ଡ କୁ ଗରମ ପାଣି ରେ ପକାଇବେ ଏବଂ ଅଳ୍ପ ମହୁ ମଧ୍ୟ ପକାଇ ପାରିବେ ମହୁ ଅଧାରୁ ଅଧା ଚାମଚ ପକାଇ ପିଇ ପାରିବେ ଏହା ଦ୍ୱାରା ଆପଣ ଙ୍କ ହାଡ଼ ମଜବୁତ ରହିବା ସହ ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button