ରାଜ୍ୟ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: କଂଗ୍ରେସର ବିକ୍ଷୋଭ, ଧସେଇ ପଶିବାକୁ ଉଦ୍ୟମ – Ibnodisha

[ad_1]

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି କରିଛି ପୁରୀ ଜିଲ୍ଲା କଂଗ୍ରେସ। ଏହି ଦାବିରେ ଦଳ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛି। ଶ୍ରୀମନ୍ଦିରରେ ମନମୁଖୀ ଶାସନ ଚଳିବ ନାହିଁ ବୋଲି ନାରା ଦେଇଛନ୍ତି। ଦକ୍ଷିଣଦ୍ବାର ଦେଇ ଧସେଇ ପଶିବାକୁ ଚେଷ୍ଟା ବେଳେ ପୁଲିସ ସହ ଠେଲାପେଲା ସ୍ଥିତି ଉପୁଜିଛି।

ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି, ଶ୍ରୀମନ୍ଦିର ଚାରିଦ୍ବାରରୁ ପ୍ରବେଶ ବନ୍ଦ କରି ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତମାନଙ୍କୁ ଅକାରଣରେ ବଞ୍ଚିତ କରାଯାଉଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅନ୍ତରାୟ ସୃଷ୍ଟି କରାଯାଉଛି। ମହାପ୍ରଭୁଙ୍କୁ ଏକପ୍ରକାର ଗୃହବନ୍ଦୀ ଭଳି ରଖାଯାଇଛି। ସୁରକ୍ଷା କର୍ମୀଙ୍କ ଆଚରଣ ଓ ଉଚ୍ଚାରଣ ବି ଅସହ୍ୟ ହେଲାଣି। ତୁରନ୍ତ ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲିବା ସହ ପ୍ରଶାସନ ଭକ୍ତମାନଙ୍କ ଉପରେ କରୁଥିବା ଅତ୍ୟାଚାର ଅବିଳମ୍ବେ ବନ୍ଦ କରୁ। ଅତିଥି ଦେବୋ ଭବଃ ନୀତି ପ୍ରଶାସନ ପାଳନ କରୁ। ମହିଳା ଭକ୍ତଙ୍କ ପାଇଁ ଚାରିଦ୍ୱାର ନିକଟରେ ଶୌଚାଳୟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉ। ଶ୍ରୀଜଗନ୍ନାଥ ମନ୍ଦିର ଅବ୍ୟବସ୍ଥାକୁ ସୁଧାରି ନ ପାରିଲେ ରାଜ୍ୟ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ସୁଜିତ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଉପସ୍ଥିତ ପୁଲିସ ସେମାନଙ୍କୁ ଅଟକାଇବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା। ପରେ ଏହାର ପ୍ରତିବାଦରେ କଂଗ୍ରେସ ନେତାମାନେ ଦକ୍ଷିଣଦ୍ବାରରେ ଗଣଧାରଣା ଦେଇଥିଲେ। ଏହି ବିକ୍ଷୋଭରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ବିଶ୍ବନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ସ୍ବାଧୀନ କୁମାର ପଣ୍ଡା, ଉମାକାନ୍ତ ବେହେରା, ପୁରୀ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଚେତନ ମିଶ୍ର, ପୁରୀ ସଦର ଯୁବ କଂଗ୍ରେସ ଉପସଭାପତି ମନୋଜ କୁମାର ବେହେରା, ଗୋପାଳକୃଷ୍ଣ ମହାପାତ୍ର, ସତ୍ୟବାଦୀ ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ର, ପୁରୀ ସଦର ବିଧାନସଭା ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button