IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ ଘରକୁ ଧନର ଆଗମନ ହେବ, ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ…

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସବୁ ବାର ସହିତ କିଛି ନା କିଛି ମହତ୍ଵ ଜଡିତ ରହିଛି । ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଭଗବାନ ବିଶୁଣୁଙ୍କର ପୂଜା ଅର୍ଚ୍ଚନା କରିବା ଦ୍ଵାରା ଧନ ସମ୍ପତି ଓ ଗୃହକୁ ସୁଖ ଶାନ୍ତି ଆସିଥାଏ । ଏଥିପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଉଚିତ ହୋଇଥାଏ । ଏମିତି କରିବା ଦ୍ଵାରା ଅଟକି ରହିଥିବା ସବୁ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଲାଗିଥାଏ । ଗୃହ ଧନ ସମ୍ପତି ରେ ପୁଟି ଉଠିଥାଏ । ଆଜି ଆମେ ଜାଣିବା ଗୁରୁବାର ଦିନ ଏମିତି କାମ କରିବା ଦ୍ଵାରା ଧନର ଆଗମନ ହୋଇଥାଏ ।

1- ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କରିବା : ଏହି ସମୟ ଟି ଅତ୍ୟନ୍ତ ଶୁଭ ମୂହୁର୍ତ୍ତ ହୋଇଥାଏ । ଏହି ସମୟରେ ସବୁ ଦେବା ଦେବୀ ଙ୍କ ପ୍ରଭାବ ଅଧିକ ରହିଥାଏ । ଏଥିପାଇଁ ଗୁରୁବ ଆରା ଦିନ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ସ୍ନାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ସ୍ନାନ ସମୟରେ ପାଣିରେ ଗଙ୍ଗା ପାଣି ନିଶ୍ଚୟ ମିଶାନ୍ତୁ । ସ୍ନାନ କରିବା ସମୟରେ ଓମ ବୃହସ୍ପତାୟେ ନମହ ମନ୍ତ୍ର ନିଶ୍ଚୟ ଜପନ୍ତୁ । ଏହି ସମୟରେ ଉଠି ଭଗବାନଙ୍କ ପୂଜା କରିବା ଦ୍ଵାରା ପୂଜା ସଫଳ ହୋଇଥାଏ ।

2- ଆର୍ଥିକ ସମସ୍ୟରୁ ମୁକ୍ତି ପାଇବା ପାଇଁ : ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ ପୂଜା କରିବା ଉଚିତ । ଏହା କରିବା ଦ୍ଵାରା ସବୁ ସମସ୍ଯା ଗୁଡିକର ଅନ୍ତ ଘଟିଥାଏ ।

3- ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ । ଏହା ସହ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ ।

4- ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରନ୍ତୁ ଓ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଗୃହକୁ ଧନର ବର୍ଷା ହେବାରେ ଲାଗିବ ।

5- ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ କରିବା ସମୟରେ ଭିକାରି ଙ୍କୁ ହଳଦିଆ ଜିନିଷ ଦାନ କରିବା ଉଚିତ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଗୃହରେ ବାସ କରିଥାନ୍ତି ।

6- ଗୁରୁବାର ଦିନ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହି ଦିନ ବୃହସ୍ପତି ଗ୍ରହକୁ ମଜବୁତ କରିବା ଦ୍ଵାରା ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ବୃହସ୍ପତି ଗ୍ରହ ମଜବୁତ ହୁଏ । ଓ ସବୁ ଖରାପ ପ୍ରଭାବ ଦୂର ହୁଏ ।

7- ଗୁରୁବାର ଦିନ ଓସ୍ତ ଗଛ ର ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ସକାଳୁ ଜଳ ଅର୍ପଣ କରି ପରିକ୍ରମା କରନ୍ତୁ ଓ ସୂତା ବାନ୍ଧିବା ସମୟରେ ଇଚ୍ଛା କୁହନ୍ତୁ । ନିଶ୍ଚୟ ସବୁ ଇଚ୍ଛା ପୁରଣ ହେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button