ମନୋରଞ୍ଜନ

ଖୁବ ଅଳ୍ପଦିନ ମଧ୍ୟରେ ଶାଶୁଘରକୁ ଚାଲିଯିବେ ଅମିରଙ୍କ ଝିଅ – Ibnodisha

[ad_1]

ନୂଆଦିଲ୍ଲୀ: ଅମିର ଖାନଙ୍କ ଝିଅ ଆଇରା ଖାନଙ୍କ ଗତବର୍ଷ ତାଙ୍କ ପ୍ରେମିକ ନୁପୁର ସିଖରେଙ୍କ ସହିତ ନିର୍ବନ୍ଧ ଶେଷ ହୋଇଥିଲା। ତେବେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥିବା ଆଇରା ଏହି ଖବରକୁ ନିଜେ ପୋଷ୍ଟ କରି ସମସ୍ତଙ୍କ ସହିତ ସେୟାର କରିଥି‌ଲେ।

ସେ ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବଂ ଭିଡିଓ ଖୁବ୍‌ ଭାଇରାଲ୍ ହୋଇଥିଲା । ଏହି ଭାଇରାଲ ଫ‌ଟୋରେ  ଆଇରା ତାଙ୍କ ପ୍ରେମିକା ନୁପୁର ଶିଖାରେଙ୍କ ସହ ନିର୍ବନ୍ଧ କରିଥିବା ଦେଖିବାକୁ ମିଳିଥିଲା। ।

ସେହିପରି ଭାଇରାଲ ଭିଡିଓ‌ରେ ନୁପୁର ଆସି ସମସ୍ତଙ୍କ ଆଗରେ ରୋମାଣ୍ଟିକ୍ ଅନ୍ଦାଜରେ ଆଣ୍ଠୁରେ ବସି ଆଇରାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଆଇରା ନୁପୁରଙ୍କ ପ୍ରସ୍ତାବକୁ ଆପଣାଇ ମୁଦି ପିନ୍ଧାଇଥିଲେ। ଏହାପରେ ସମସ୍ତଙ୍କ ସାମ୍ନାରେ ଦୁହେଁ ରୋମାଣ୍ଟିକ ‌ହୋଇଯାଇଥିଲେ। ଆଉ ଚୁମ୍ବନ ଦିଆନିଆ ହୋଇଥିଲେ।

ତେବେ ଅମିର ଓ ଆଇରାଙ୍କ ଫ୍ୟାନମାନେ କେବେ ବିବାହ ହେବ ବୋଲି ଅପେକ୍ଷା କରି ରହିଥିଲେ। ତେବେ ଫ୍ୟାନଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି। ଖବର ଆସିଛି କି ଆଇରା ଓ ନୁପୁରଙ୍କ ବିବାହ ଆଗାମୀ ମାସ ଅର୍ଥାତ ଅକ୍ଟୋବର ୩ ତାରିଖରେ ହେବ‌ାକୁ ଯାଉଛି।

ଏହାପୂର୍ବରୁ ଦୁହେଁ କୋର୍ଟ ମ୍ୟାରେଜ କରିବେ ବୋଲି କୁହାଯାଉଛି। ଏହାପରେ ବିବାହ ପାଇଁ ସମସ୍ତ ରୀତିନୀତି ରାଜସ୍ଥାନର ଉଦୟପୁରରେ ହେବ ବୋଲି ଖବର ମିଳିଛି। ଉଦୟପୁରରେ ବିବାହ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଲି ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି।

ଆଇରାଙ୍କ ଭାବି ସ୍ବାମୀ ନୁପୁର ଜଣେ ଫିଟନେସ୍ କୋଚ୍ ଏବଂ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫିଟନେସ ସହିତ ଜଡିତ ଫଟୋ ଭିଡିଓ ସେ ସେୟାର କରନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button