IBN ଓଡ଼ିଶା ବ୍ୟୁରୋ

ଏହି 6 ଟି ପାପ କଲେ ମହାଦେବ କେବେ ବି କରିବେ ନାହିଁ କ୍ଷମା!

ବନ୍ଧୁଗଣ ତ୍ରିଦେବଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠ ଅଟନ୍ତି ମହାଦେବ । ଯାହାଙ୍କ ପୂଜା ପୁରା ସୃଷ୍ଟି କରିଥାଏ । ଭଗବାନ ଶିବ ଯେବେ ପ୍ରସନ୍ନ ହୋଇଥାନ୍ତି ତେବେ ସେ ଭୋଳାନାଥ ଅଟନ୍ତି । କିନ୍ତୁ ଯେବେ କ୍ରୋଧିତ ହୁଅନ୍ତି ତେବେ ପ୍ରଳୟ ଆସିଥାଏ । ଏଥିପାଇଁ ମଣିଷ କୁ ସେହି କାମ କରିବା ଉଚିତ ଯାହା ପୁରା ଠିକ ଅଟେ ଓ ସେଥିରେ ଯେମିତି ପାପ ନ ଥିବ । ନ ହେଲେ ମହାଦେବ ଯେମିତି କ୍ଷମା କରନ୍ତି ନାହିଁ । ଶାସ୍ତ୍ର ରେ ଏମିତି କିଛି କଥା କୁହାଯାଇଛି ଯାହା ଦ୍ଵାରା ମହାଦେବ କ୍ରୋଧିତ ହୋଇଥାନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ଅନ୍ୟ ର ସ୍ତ୍ରୀ ବା ସ୍ଵାମୀ ଙ୍କୁ ଖରାପ ନଜରରେ ଦେଖିବା ବା ତାଙ୍କୁ ପାଇବାର ଇଚ୍ଛା ରଖିବା ବହୁତ ବଡ ପାପ ହୋଇଥାଏ । ଏହାକୁ ପୁରାଣରେ ସବୁଠାରୁ ବଡ ଖରାପ କାମ ବୋଲି କୁହା ଯାଇଛି ।

୨- ଅନ୍ୟ ର ଧନ ପାଇବା ବା ଅନ୍ୟ ର ଧନକୁ ହରଣ କରିବାକୁ ନଜର ରଖିବା ଭଗବାନ ଶିବ ଙ୍କ ଦ୍ରୁଷ୍ଟି ରେ କ୍ଷମାହୀନ ଅଟେ । ଏହା ଅପରାଧ ଅଟେ । ଅନ୍ୟ ର ଧନୁ ସର୍ବଦା ମାଟି ସମାନ ଭାବିବା ଉଚିତ ।

୩- କୌଣସି ନିର୍ଦୋଷ ବା କମଜୋର ଲୋକଙ୍କୁ କଷ୍ଟ ଦେବା କିମ୍ବା କ୍ଷତି ପହଞ୍ଚାଇବା ବା ତାର ଟଙ୍କା ହରଣ କରିବା ବା କାହାର କାମରେ ବାଧା ଆଣିବାର ଯୋଜନା ବନାଇବା ଏଭଳି ବିଚାର ଆଣୁଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି । ଏଭଳି ବ୍ୟକ୍ତିଙ୍କୁ ମହାଦେବ କେବେ ବି କ୍ଷମା କରନ୍ତି ନାହିଁ ।

୪- ଭଲ ରାସ୍ତା କୁ ଛାଡି ଖରାପ ରାସ୍ତା ରେ ପାଦ ଦେବା ପାପ କରିବା ସହ ସମାନ ଅଟେ । ଏମିତି ମନୁଷ୍ୟ କୁ ଭଗବାନ ଶିବ କ୍ଷମା ର ପାତ୍ର ଭାବନ୍ତି ନାହିଁ ।

୫- କେବେ ବି କୌଣସି ନାରୀ ଙ୍କୁ ଖରାପ ଦ୍ରୁଷ୍ଟି ରେ ଦେଖିବା ଉଚିତ ନୁହେଁ । ଏମିତି ଖରାପ କାମ ଅକରୁଥିବା ବ୍ୟକ୍ତି କେବେ ବି ସାଂସାରିକ ସୁଖ ଭୋଗ କରିପାରେ ନାହିଁ କିମ୍ବା ଧନ ଦ୍ଵାରା କେବେ ବି ସନ୍ତୁଷ୍ଟ ହୋଇପାରେ ନାହିଁ ।

୬- ମା ବାପା ଙ୍କୁ କ୍ଷତି ପହଞ୍ଚାଉଥିବା କିମ୍ବା ତାଙ୍କୁ ଦୁଃଖ କଷ୍ଟ ଦେଉଥିବା ବ୍ୟକ୍ତି ଙ୍କୁ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ । ଏମିତି କରୁଥିବା ବ୍ୟକ୍ତି ଘୋର ପାପୀ ହୋଇଥାଏ । ଏମିତି କର୍ମ କରିବାର ଅର୍ଥ ଭଗବାନକୁ ଦୁଃଖ ପହଞ୍ଚାଇବା ସହ ସମାନ ଅଟେ । ତେଣୁ ଏମିତି ପାପ କାହାକୁ ବି କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button