IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶନିବାର ଦିନ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ସୋରିଷ ତେଲ । ଜନ୍ମଜନ୍ମାନ୍ତରର ଦାରିଦ୍ର୍ୟତା ହୋଇଯିବ ଦୂର ।

ନକରାତ୍ମକ ଶକ୍ତି ଏବଂ ସକାରାତ୍ମକ ଶକ୍ତି ଉଭୟ ମନୁଷ୍ୟ ଜୀବନ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇ ଥାଏ । ନକରାତ୍ମକତା ଶକ୍ତି ଦ୍ୱାରା ମନୁଷ୍ୟର ଭଲ ସମୟବି ଖରାପ ହୋଇ ଯାଉଥିବା ବେଳେ ସକାରାତ୍ମକ ଶକ୍ତି ଦ୍ୱାରା ଖରାପ ସମୟ ମଧ୍ୟ ଭଲ ହୋଇଯାଏ । କିନ୍ତୁ କିଛି ଉପାୟକୁ ଯଦି ମନୁଷ୍ୟ ନିଷ୍ଠାର ସହିତ କରେ ତେବେ ସବୁ ସମସ୍ୟାର ସମାଧାନ ହୋଇ ପାରିବ । ସପ୍ତାହ ସାତ ବାର ମଧ୍ୟରେ ଶନିବାର ଦିନଟି ଅତ୍ୟନ୍ତ ଖାସ ହୋଇଥାଏ । କିନ୍ତୁ ଶନି ଦେବଙ୍କ ପ୍ରଭାବରେ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

୧ . ଏକ ସାଧାରଣ ଉପାୟ ଅନୁଯାୟୀ ଯଦି ଆପଣ ଶନିବାର ଦିନ ସକାଳୁ ଉଠି ଝାଡୁ ମାରିବା ପୂର୍ବରୁ ଗଙ୍ଗା ଜଳ କିମ୍ବା ରାତି ସାରା ତମ୍ବା ପାତ୍ର କିମ୍ବା ମାଟି ପାତ୍ରରେ ଜଳ ରଖି ତାହାକୁ ଘରର ମୁଖ୍ୟଦ୍ୱାର ରେ ସିଞ୍ଚି ଦିଅନ୍ତୁ ।ଯାହାଦ୍ୱାରା ଅତୃପ୍ତ ଆତ୍ମା ଚାଲିଯାଏ । କିନ୍ତୁ ଆହୁରି କିଛି ଖାସ ଉପାୟ ରହିଛି ଯାହାକୁ ଆପଣ ଶନିବାର ଦିନ କଲେ ଅନେକ ଶୁଭ ଫଳ ପ୍ରାପ୍ତ ହେବ । ଏହାବ୍ୟତୀତ ସୋରିଷ ତେଲ କେଉଁ ଅଙ୍ଗରେ ଲଗାଇଲେ ଶୁଭ ଫଳ ମିଳେ ସେହି ବିଷୟରେ ମଧ୍ୟ କହିବୁ ।

୨ . ଶନିବାର ଦିନ ଘରେ ପୋଛା ଲଗାଇବା ଜରୁରୀ ଅଟେ ଏବଂ ଏହି କାମ କରିବା ସମୟରେ ଜଳରେ ଫିଟିକିରି ମିଶାଇ ପୋଛା ଲଗାଇଲେ ସବୁ ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ଉପସ୍ଥାପନ ହୋଇଥାଏ ।

୩ . ଆଜିକାଲି କରଜ ସମସ୍ୟା ଏକ ଅଧିକ ମାତ୍ରାରେ ହେଉଥିବା ସମସ୍ୟା ଅଟେ । ତେଣୁ ଏହି ସମସ୍ୟା ଥିଲେ ସାଧା ପାନରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ସହିତ ଅଳ୍ପ ମିଠା ବସ୍ତୁ ରଖି ଏକ ବିଡ଼ା ତିଆରି କରି ସନ୍ଧ୍ୟା ସମୟରେ ହନୁମାନ ମନ୍ଦିର ଯାଇ ଶ୍ରୀହନୁମାନଙ୍କ ଚରଣରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର କରଜ ସମସ୍ୟା ଦୂର ହୋଇଯିବ ।

୪ . ଶନିବାର ଦିନ ଏକ ପାତ୍ରରେ ସୋରିଷ ତେଲ ନେଇ ନିଜ ଛାଇ ଦେଖି ସେଥିରେ ତିଳ ପକାଇ କୌଣସି ପଶୁକୁ ଖୁଆଇଲେ ଶନି ଦେବଙ୍କ ପ୍ରଭାବ କମ ହୋଇଥାଏ । ଏହାଦ୍ବାରା ଅନ୍ୟ ନଜର ଦୋଷ ମଧ୍ୟ ଦୂର ହୋଇଥାଏ ।

୫ . ଘରେ ତିଆରି ହେଉଥିବା ଶେଷ ରୋଟିରେ ଦୁଇ ପାଖରେ ହାଲୁକା ସୋରିଷ ତେଲ ଲଗାଇ ଦୁଇ ଦାନା ତିଳ କିମ୍ବା ମିଠା ବସ୍ତୁ ଦେଇ ନିଜ ମୁଣ୍ଡ ଉପର ଦେଇ ତିନିଥର ବୁଲାଇ କୁକୁରକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଶନିଦେବଙ୍କ ପ୍ରଭାବ କମିଯିବ ଏବଂ ଜୀବନ ଖୁବ ସହଜ ହୋଇଯିବ ।

୬ . ଶନିବାର ଦିନ କେଶରେ କୌଣସିବି ତେଲ ଲଗାଇବା ଦ୍ୱାରା ଏବଂ ନାଭିରେ ତେଲ ଲଗାଇବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ । ନାଭିରେ ସୋରିଷ ତେଲ ଲଗାଇଲେ ଓଠ ମଧ୍ୟ ଫାଟି ନଥାଏ । ଏହାର ବୈଜ୍ଞାନିକ ସମ୍ମତ କାରଣ ସହିତ ଅନେକ ବାସ୍ତୁ ଜନିତ କାରଣ ରହିଛି ।

୭ . ଶନିବାର ଦିନ ଶନିଦେବଙ୍କ ପରେ ଶ୍ରୀହନୁମାନଙ୍କୁ ମଧ୍ୟ ଆରାଧନା କରନ୍ତୁ । ଶନିଦେବଙ୍କ ମୂର୍ତ୍ତିକୁ ପୂଜା ନକରି ଶିଳାକୁ ପୂଜା କରନ୍ତୁ ଏବଂ କେବେବି ଶନିଦେବଙ୍କ ଆଖିକୁ ଦେଖିବା ଉଚିତ ନୁହେଁ । କାରଣ ଏହା ବକ୍ର ଦୃଷ୍ଟି ହିସାବରେ ପଡ଼ିପାରେ ।

୭ . ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଏକ ଲୋଟା ଜଳରେ ମିଠା ବସ୍ତୁ ଏବଂ ତିଳ ଦେଇ ଅର୍ପିତ କରିବା ସହିତ ସନ୍ଧ୍ୟା ସମୟରେ ଏକ ସୋରିଷ ତେଲ ଦୀପ ମଧ୍ୟ ଜଳାନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

୮ . ଏକାଧିକ ସମସ୍ୟା ଥିଲେ ଶନିବାର ଦିନ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତୁ ଅର୍ଥାତ କେବଳ ପୁରୁଷମାନେ ଚମେଲି ତେଲରେ ସିନ୍ଦୁର ମିଶାଇ ଶ୍ରୀହନୁମାନଙ୍କୁ ଲେପନ କରି ପାରିବେ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button