ଦେଶ

ସକାଳୁ ଉଠୁ ଉଠୁ ଲିଟର ପିଛା ୨୬ ଟଙ୍କା ବଢିଗଲା ପେଟ୍ରୋଲ ମୂଲ୍ୟ – Ibnodisha

[ad_1]

ଲାହୋର: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଏକ ଲିଟର ପେ‌ଟ୍ରୋଲ୍‌ କିଣିବା ଲାଗି ଲୋକମାନଙ୍କୁ ୩୩୦ ପାକିସ୍ତାନୀ ଟଙ୍କାରୁ ଅଧିକ ଗଣିବାକୁ ପଡ଼ୁଛି। ଡିଜେଲ୍ ଦାମ୍ ମଧ୍ୟ ୩୨୫ ପାକିସ୍ତାନୀ ଟଙ୍କାରୁ ଅଧିକ ହୋଇଛି। ପ୍ରଥମ ଥର ପାଇଁ ପାକିସ୍ତାନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ ଏତେ ଅଧିକ ହୋଇଛି। ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପେଟ୍ରୋଲ୍ ଦାମ୍‌ରେ ୨୬ ଟଙ୍କା ୦୨ ପଇସା ଓ ହାଇସ୍ପିଡ୍ ଡିଜେଲ୍‌ ଦାମ୍‌ରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି କରାଯାଇଛି। ଫଳରେ ଏକ ଲିଟର ପେଟ୍ରୋଲ୍‌ ଦାମ୍‌ ସେଠାରେ ୩୩୧.୩୮ ପାକିସ୍ତାନୀ ଟଙ୍କା ଓ ଡିଜେଲ୍‌ ଦାମ୍ ୩୨୯.୧୮ ପାକିସ୍ତାନୀ ଟଙ୍କା ହୋଇଛି। ଉଲ୍ଲେଖ ଥାଉ କି ପାକିସ୍ତାନବାସୀଙ୍କୁ ବିଦ୍ୟୁତ ପାଇଁ ଚଢ଼ା ବିଲ୍‌ ଦେବାକୁ ପଡ଼ୁଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ‌ହୋଇଥିବା ବୃଦ୍ଧି ସେମାନଙ୍କ ସମସ୍ୟା ଆହୁରି ବଢ଼ାଇହେବ। ପାକିସ୍ତାନ ଏବେ ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି।

ଏହାର ଅର୍ଥନୀତି ଧରାଶାୟୀ ହେବାକୁ ବସିଥିଲା। ମାତ୍ର ଆନ୍ତର୍ଜାତିକ ମୁଦ୍ର‌ା‌ ପାଣ୍ଠି (ଆଇଏମ୍ଏଫ୍‌)ଠାରୁ ପାଣ୍ଠି ପାଇବା ପରେ କୌଣସି ପ୍ରକାରରେ ଦେଶର ଅର୍ଥନୀତି ବିଫଳ ହେବାରୁ ବର୍ତ୍ତି ଯାଇଛି। ତେବେ ପେଟ୍ରୋଲ ଦର ବୃଦ୍ଧି ପାକିସ୍ତାନର ମଧ୍ୟବିତ୍ତ ଏବଂ ନିମ୍ନ ବର୍ଗ ଉପରେ ସିଧାସଳଖ ପ୍ରଭାବ ପକାଇବ। କାରଣ ଅଧିକାଂଶ ମଧ୍ୟବିତ୍ତ ଲୋକ ପେଟ୍ରୋଲ ଦ୍ୱାରା ଚାଳିତ ବାଇକ ବ୍ୟବହାର କରିଥାନ୍ତି | ସେହିପରି ପରିବହନ ପାଇଁ ଟ୍ରେନ୍, ଟ୍ରକ୍, ବସରେ ଡିଜେଲ୍ ବ୍ୟବହୃତ ହୁଏ |

ପରିବହନ ମୂଲ୍ୟରେ ଏହି ବୃଦ୍ଧି ହେତୁ ଅନ୍ୟ ଦ୍ରବ୍ୟର ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି। ଉଲ୍ଲେଖ ଥାଉ କି ସେପ୍ଟେମ୍ବର ୧ ରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୧୪.୯୧ ଟଙ୍କା ଏବଂ ୧୮.୪୪ ଟଙ୍କା ବୃଦ୍ଧି ପାଇଥିଲା । ଆଉ ମାତ୍ର ୧୫ ଦିନ ମଧ୍ୟରେ ପୁଣି ପେଟ୍ରୋଲ ଦର ୨୬ ଟଙ୍କା ବୃଦ୍ଧି ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button