IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଝାଡୁର ଗୋଟିଏ ଭୁଲ ଦ୍ୱାରା ସମଗ୍ର ଘର ଦାରିଦ୍ର୍ୟତାରେ ପୂର୍ଣ୍ଣ ହୋଇଯାଏ , ମା ଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ବିବେଚନା କରାଯାଏ

ଝାଡୁ ଏଭଳି ଏକ ଜିନିଷ ଅଟେ , ଯାହା ଆପଣଙ୍କୁ ପ୍ରତ୍ୟେକ ଘରେ ମିଳିଯିବ। ସାଧାରଣତଃ ଆମେ ଝାଡୁକୁ ଏତେ ଗୁରୁତ୍ୱ ଦେଇ ନଥାଉ। ଏହାକୁ ଯେକୌଣସି ସ୍ଥାନରେ ରଖି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତୁ ଶାସ୍ତ୍ରରେ ଝାଡୁକୁ ଅନେକ ଗୁରୁତ୍ୱ ଦିଆଯାଇଛି। ଏହାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ମଧ୍ୟ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଘର ଭିତରେ ଝାଡୁକୁ ନେଇ କିଛି ନିୟମ ଏବଂ ଲାଭକୁ ଧ୍ୟାନ ରଖିବା ଉଚିତ ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ଝାଡୁର ବାସ୍ତୁରେ ନିୟମ:-

୧) ସନ୍ଧ୍ୟା ସମୟରେ ଝାଡୁ କରିବା ଠାରୁ ଦୂରେଇ ରହିବା ଉଚିତ। ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟାସ୍ତ ପରେ ଘରକୁ ଝାଡୁ କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି। ଯଦି ଅତ୍ୟାବଶ୍ୟକ ହୁଏ , ତେବେ ସନ୍ଧ୍ୟା ସମୟରେ ଝାଡୁ କରିଦିଅନ୍ତୁ କିନ୍ତୁ ଅଳିଆକୁ ଘର ବାହାରକୁ ଫିଙ୍ଗିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଦାରିଦ୍ର୍ୟତାର ମୁଁହ ଦେଖିବାକୁ ପଡ଼ିଥାଏ।

୨) ଝାଡୁ କିଣିବା ପୂର୍ବରୁ ମୁହୂର୍ତ୍ତ ଦେଖିବା ଭଲ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କୃଷ୍ଣପକ୍ଷରେ ଝାଡୁ କିଣିବା ଶୁଭ ହୋଇଥାଏ। ଏହାର ବିପରୀତ ଶୁକ୍ଳପକ୍ଷରେ ଝାଡୁ କିଣିବାକୁ ଅଶୁଭ ଭାବରେ ବିବେଚନା କରାଯାଏ।

୩) ଅନେକ ଲୋକ ଝାଡୁକୁ ଛିଡା କରି କାନ୍ଥ ସହିତ ଲଗାଇ ରଖିଦିଅନ୍ତି। ଏଭଳି କରିବା ଉଚିତ ନୁହେଁ। ଝାଡୁକୁ ସର୍ବଦା ଶୁଆଇ ରଖିବା ଉଚିତ। ଏହାର ଅତିରିକ୍ତ ଝାଡୁକୁ ଖୋଲାରେ ରଖିବା ଉଚିତ ନୁହେଁ। ଆପଣ ଏହାକୁ ଘରେ ଏଭଳି ସ୍ଥାନରେ ରଖନ୍ତୁ , ଯେଉଁଠାରେ ଅନ୍ୟମାନଙ୍କର ନଜର ନ ପଡିବ। ଏହାକୁ ସର୍ବଦା ଲୁଚାଇ ରଖିବା ଆବଶ୍ୟକ।

୪) ଝାଡୁକୁ ଆପଣ କେଉଁ ଦିଗରେ ରଖୁଛନ୍ତି , ଏହି କଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁକୁ ଦକ୍ଷିଣ-ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ହିଁ ରଖିବା ଉଚିତ। ଏଭଳି କରିବା ଦ୍ୱାରା ଘରେ ସର୍ବଦା ସକାରତ୍ମକ ଶକ୍ତି ବଜାୟ ରହିଥାଏ। ଏଥିସହିତ ଝାଡୁକୁ କେବେ ମଧ୍ୟ ଈଶାଣ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଘରେ ନକାରତ୍ମକ ଶକ୍ତି ବଢିବାକୁ ଲାଗିଥାଏ ଏବଂ ଘରର ଲାଭ କମିବାକୁ ଲାଗିଥାଏ।

୫) ଝାଡୁ ଯଦି ଭାଙ୍ଗିଯାଏ କିମ୍ବା ଅଧିକ ପୁରୁଣା ହୋଇଯାଏ , ତେବେ ଏହାକୁ ତୁରନ୍ତ ପରିବର୍ତ୍ତନ କରିଦେବା ଉଚିତ। ପୁରୁଣା କିମ୍ବା ଭଙ୍ଗା ଝାଡୁକୁ ଘରେ ରଖିବା କିମ୍ବା ଲଗାଇବା ଦ୍ୱାରା ଦାରିଦ୍ର୍ୟତା ଆକର୍ଷିତ ହୋଇଥାଏ। ଏହାବ୍ୟତୀତ ଏହା ଘରର ଅନେକ ଚିନ୍ତାର କାରଣ ମଧ୍ୟ ହୋଇପାରେ। ଏହି ପ୍ରକାରର ଝାଡୁ ଦ୍ୱାରା ଘରେ ନକାରତ୍ମକ ଶକ୍ତି ଅଧିକ ବ୍ୟାପିଥାଏ।

୬) ବାସ୍ତୁ ଶାସ୍ତ୍ରରେ ଝାଡୁକୁ ମାତା ଲକ୍ଷ୍ମୀଙ୍କର ଆଖ୍ୟା ଦିଆଯାଇଛି। ଏଥିପାଇଁ ଆପଣଙ୍କୁ ଝାଡୁର ସମ୍ମାନ କରିବା ଉଚିତ। ଏହାକୁ ଗୋଡ଼ ମାରିବା ଉଚିତ ନୁହେଁ। ଏହା ଭୁଲରେ ଗୋଡ଼ରେ ଲାଗିଗଲେ , ଆଣ୍ଠେଇ କ୍ଷମା ମାଗିବା ଉଚିତ। ଅନ୍ୟଥା ଏହାକୁ ମାତା ଲକ୍ଷ୍ମୀଙ୍କର ଅପମାନ ଭାବରେ ବିବେଚନା କରାଯାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button