IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବଳ ୬ ମାସରେ ଏହି ଝିଅ ଜଣକ ନିଜର ଓଜନ ହ୍ରାସ କରି କାୟା ପରିବର୍ତ୍ତନ କରି ଦେଲେ , ଜାଣନ୍ତୁ କିପରି

ଜୀବନରେ ପ୍ରତ୍ୟେକ ମୋଟା ବ୍ୟକ୍ତି ନିଶ୍ଚିତ ଭାବରେ ଭାବନ୍ତି ଯେ ବାସ୍ ବହୁତ ହୋଇଗଲା , ବର୍ତ୍ତମାନ ଓଜନ ହ୍ରାସ କରିବାକୁ ପଡିବ। ଓ ପତଳା ହୋଇ ସମସ୍ତଙ୍କୁ ଦେଖାଇବାକୁ ପଡିବ। କିନ୍ତୁ ଅଧିକାଂଶ ଲୋକ କେବଳ ଏସବୁ ବିଷୟରେ ଚିନ୍ତା କରି ରହିଯାଆନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ମାତ୍ର କେତେଜଣ ଲୋକ ଓଜନ ହ୍ରାସ କରିବାକୁ ଗମ୍ଭୀର ହୋଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ଗମ୍ଭୀର ହୋଇ ଯାଆନ୍ତି ଏବଂ ଓଜନ ହ୍ରାସ କରିବାକୁ ପଦକ୍ଷେପ ଗ୍ରହଣ କରନ୍ତି , ସେତେବେଳେ ପଛକୁ ବୁଲି ଚାହିଁ ପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଓଜନ ହ୍ରାସ କରିବାର ଏକ ଅଦ୍ଭୁତ କାହାଣୀ କହିବାକୁ ଯାଉଛୁ।

ୟାଙ୍କୁ ଭେଟନ୍ତୁ , ଇଏ ହେଉଛନ୍ତି ଅର୍ପିତା ଅଗ୍ରୱାଲ:-

କଲେଜରେ ପଢୁଥିବା ୨୦ ବର୍ଷୀୟ ଅର୍ପିତାଙ୍କର ବିଶେଷ କଥା ହେଉଛି ଯେ ସେ ମାତ୍ର ୬ ମାସ ମଧ୍ୟରେ ନିଜର ୪୨ କିଲୋ ଓଜନକୁ ହ୍ରାସ କରିଛନ୍ତି। ଆପଣ ଫୋଟରେ ମଧ୍ୟ ତାଙ୍କୁ ଦେଖିପାରିବେ। ଅର୍ପିତାଙ୍କ ପୂର୍ବ ଏବଂ ପର ଲୁକରେ ଏକ ବଡ଼ ପାର୍ଥକ୍ୟ ଆସିଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅର୍ପିତା ନିଜର ଓଜନ ହ୍ରାସ କରିବା ପାଇଁ ନିଜର ପ୍ରିୟ ଖାଦ୍ୟ ଯେପରିକି ଚାଇନିଜ ଖାଦ୍ୟ , ଗୁପଚୁପ୍ ଏବଂ ଆଇସ୍କ୍ରିମକୁ ଖାଇବା ବନ୍ଦ କରି ନାହାଁନ୍ତି। ତେବେ ଅର୍ପିତା କିପରି ଭାବରେ ଏହି ଚମତ୍କାର କରିଛନ୍ତି ଆସନ୍ତୁ ଜାଣିବା।

Goolge

ଏହି କାରଣରୁ ଓଜନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ:-

ଅର୍ପିତା କହିଛନ୍ତି ଯେ ପ୍ରଥମେ ତାଙ୍କ ଓଜନ ୯୬ କିଲୋ ଥିଲା। ଏତେ ଅଧିକ ଓଜନ ହେତୁ ସେ ସଠିକ ଭାବରେ ଚାଲି ମଧ୍ୟ ପାରୁନଥିଲେ। ସେ ଯୁଆଡେ ଗଲେ ମଧ୍ୟ ଲୋକମାନେ ତାଙ୍କୁ ପରିହାସ କରୁଥିଲେ। ଯେତେବେଳେ ସେ ସପିଂ କରୁଥିଲେ , ଦୋକାନୀ ତାଙ୍କ ଆକାରର ପୋଷାକ ମିଳିବ ନାହିଁ ବୋଲି କହି ତାଙ୍କୁ ଘଉଡାଇ ଦେଉଥିଲେ। ଏହି ସବୁ ଜିନିଷ ଗୁଡିକ ଦ୍ୱାରା ଅର୍ପିତା ଅତ୍ୟନ୍ତ ନିରାଶ ହୋଇ ଯାଇଥିଲେ ଓ ଓଜନ ହ୍ରାସ କରିବାକୁ ସ୍ଥିର କରିଥିଲେ।

ଓଜନ ହ୍ରାସ କରିବା ପାଇଁ ଏହି ସବୁ କରିଛନ୍ତି:-

୯୬ କିଲୋର ଅର୍ପିତା ଓଜନ ହ୍ରାସ କରିବା ପାଇଁ ଜିମରେ ଯୋଗ ଦେଇଥିଲେ। କିନ୍ତୁ କେବଳ ଜିମରେ ଯୋଗ ଦେଇଦେଲେ ଓଜନ ହ୍ରାସ ହୁଏ ନାହିଁ। ଅର୍ପିତା କହିଛନ୍ତି ଯେ ବ୍ୟାୟାମ ସହିତ ଆପଣଙ୍କୁ ସଠିକ ଖାଦ୍ୟକୁ ଅନୁସରଣ କରିବାକୁ ପଡିବ। ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ ଅର୍ପିତା କହିଛନ୍ତି ଯେ ସକାଳେ ସେ ଓଟ୍ସ , ବଟରମିଲ୍କ , ପିନଟ ବଟର ଯୁକ୍ତ ବ୍ରେଡ଼ ଖାଇଥାନ୍ତି। ତାପରେ ମଧ୍ୟାହ୍ନ ଭୋଜନରେ ରୋଟି , ଡାଲି , ବଟରମିଲ୍କ , ଦହି , ସାଲାଡ ଏବଂ ଯେକୌଣସି ସବୁଜ ପନିପରିବା ଖାଇଥାନ୍ତି। ରାତିରେ ସେ କେବଳ ସାଧାରଣ ସୁପ , ସାଲାଡ , ଭାତ ଏବଂ ଡାଲି ଖାଇଥାନ୍ତି। ଅବଶ୍ୟ ୧୦-୧୫ ଦିନରେ ସେ ଥରେ ତାଙ୍କର ପ୍ରିୟ ଖାଦ୍ୟ ଯେପରିକି ଚାଇନିଜ , ଗୁପଚୁପ୍ ଏବଂ ଆଇସ୍କ୍ରିମ ଇତ୍ୟାଦି ଖାଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button