ରାଜ୍ୟ

ସଂପ୍ରତି କର୍ପୋରେଟ ସଂସ୍ଥାଙ୍କ ହାତରେ ଏବେ ଦେଶର ଭବିଷ୍ୟତ : ପି ସାଇନାଥ – Ibnodisha

[ad_1]

ପୁସ୍ତକ ‘‘ଦି ଲାଷ୍ଟ୍ ହିରୋସ୍’’କୁ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ଉତ୍ସର୍ଗ କଲେ ବରିଷ୍ଠ ସାମ୍ବାଦିକ

ଜୟପୁର: ବଦଳିଛି ଗ୍ରାମୀଣ ସାମ୍ବାଦିକତା, ବଦଳିଛି ସାମ୍ବାଦିକତାର ପରିଭାଷା। ବର୍ତ୍ତମାନ ସାମ୍ବାଦିକତାର ଏକଛତ୍ରବାଦ ଆରମ୍ଭ ହୋଇଛି। ହେଲେ ଗ୍ରାମାଞ୍ଚଳର ଚାଷୀ, ଶ୍ରମିକ , ଖଟିଖିଆ ହିଁ ଦେଶର ମେରୁଦଣ୍ଡ , ହେଲେ ଆମେ ତାଙ୍କୁ ଏବେ ଭୁଲିଯାଇଛୁ। ସଂପ୍ରତି କର୍ପୋରେଟ ସଂସ୍ଥାଙ୍କ ହାତରେ ଏବେ ଦେଶର ଭବିଷ୍ୟତ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ମର୍ଯ୍ୟାଦା ସମ୍ପନ୍ନ ରମଣ ମାଗାସେଶେ ପୁରସ୍କାର ବିଜେତା ପି. ସାଇନାଥ। କୋରାପୁଟ ଜିଲ୍ଲା ଜୟପୁରରେ ଶନିବାର ଦିନ ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ ତାଙ୍କ ରଚିତ ଇଂରାଜୀ ପୁସ୍ତକ “ଦି ଲାଷ୍ଟ୍ ହିରୋସ୍ “କୁ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗକୁ ଉତ୍ସର୍ଗ କରିଛନ୍ତି।

ଏହି ଅବସରରେ ଜୟପୁର ର ସଂଗ୍ରାମୀ ସ୍ବର୍ଗତ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପୁତ୍ର ସୁରେନ୍ଦ୍ର ପଣ୍ଡା ଓ ନବରଙ୍ଗପୁରର ସଂଗ୍ରାମୀ ସ୍ବର୍ଗତ ମହମ୍ମଦ ବାଜି କି ପୁତୁରା ସିରାଜ୍ ମହମ୍ମଦଙ୍କୁ ତାଙ୍କ ରଚିତ  ପୁସ୍ତକ ଅର୍ପଣ କରିଥିଲେ। କେବଳ ଉତ୍ତରଭାରତର ସ୍ବାଧୀନତା ସଂଗ୍ରାମୀଙ୍କୁ ହିଁ ଆଖ୍ୟା ମିଳିଛି। ତେବେ ପୂର୍ବଭାରତର ଗାଁ ଗହଳିରୁ ଆରମ୍ଭ କରି ବନବାସୀ ବି ଏହି ଆନ୍ଦୋଳନରେ ଭାଗ ନେଇ ଦେଶକୁ ସ୍ବାଧୀନତା କରିଥିଲେ। ଆଜି ବି ଏହି ସ୍ଵାଧୀନତା ସଂଗ୍ରାମୀ ମାନେ କରିଥିବା ସଂଗ୍ରାମକୁ ସ୍ଵାଧୀନତା ସଂଗ୍ରାମର ଆଖ୍ୟା ମିଳିନି। ହାତ ଗଣତି କିଛି ସ୍ଵାଧୀନତା ସଂଗ୍ରାମୀଙ୍କୁ ଆମ ସରକାର ସ୍ଵୀକୃତି ଦେଇଛନ୍ତି ହେଲେ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କୁ ଭୁଲି ଯାଇଛନ୍ତି। ଆଜିର ଯୁବପିଢିଙ୍କୁ  ଦେଶପ୍ରେମରେ ଉଦବୃଦ୍ଦ କରିବା ସହ କିଛି ଜଣେଇବା ଉଦ୍ଦେଶ୍ୟରେ ଦେଶରେ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କୁ ସ୍ଵୀକୃତି ଦେଇନଥିବାରୁ ସେମାନଙ୍କୁ ସ୍ବୀକୃତି ଦିଲେଇବା  ଉଦ୍ଦେଶ୍ୟରେ ପୁସ୍ତକ ନିଜେ ରଚନା କରିଥିବା କହିଛନ୍ତି ପି.ସାଇନାଥ। ଏପରିକି ଶେଷ ସ୍ଵାଧୀନତା ସଂଗ୍ରାମୀ ଯେଉଁମାନଙ୍କୁ ନିଜେ ପି. ସାଇନାଥ ଭେଟିଛନ୍ତି ଆଉ ସେମାନଙ୍କ ବିଷୟରେ ଏ ପୁସ୍ତକରେ ଆଲୋକପାତ କରିଛନ୍ତି। ଏଭଳିକି ଏ ପୁସ୍ତକରେ ଓଡ଼ିଶା ସମେତ ଅନେକ ରାଜ୍ୟର ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।

ଓଡ଼ିଶାର ଶେଷ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜି, ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଏମିତି ଅନେକଙ୍କ ବିଷୟରେ ଆଲୋକପାତ କରିଛନ୍ତି। ଭାରତ ର ସ୍ଵାଧୀନତା ସଂଗ୍ରାମ ରେ ଓଡ଼ିଶା ଓ କୋରାପୁଟ ର ଅବଦାନ ଅତୁଳନୀୟ । ସଂଗ୍ରାମୀଙ୍କୁ ଆଗାମୀ ପିଢ଼ି ଭୁଲି ଯିବା ପୂର୍ବରୁ ସେମାନଙ୍କ ବଳିଦାନ କୁ ମାନେ ପକେଇବା ସେମାନଙ୍କ ପାଇଁ ସହାନୁଭୂତି ହେବ ବୋଲି କହିଥିଲେ। ରାୟପୁରରୁ କୋରାପୁଟ ସେ ଆସିବା ମଧ୍ୟରେ ୪୦ଟି ଭାଷାରେ ଲୋକେ କଥା ହେବା ସେ ଶୁଣିଛନ୍ତି। ଏଭଳି ଦେଶର କୌଣସି ସ୍ଥାନରେ ଦେଖିବାକୁ ମିଳୁନି ବୋଲି କହିଛନ୍ତି ପି.ସାଇନାଥ।  ସଂପ୍ରତି ସରକାର ଗଣମାଧ୍ୟମର କଣ୍ଠରୋଧକୁ ନେଇ ସମାଲୋଚନା କରିଥିଲେ। ସାମ୍ବାଦିକ ସମ୍ମିଳନୀକୁ ସାମ୍ବାଦିକ ଡ. ପରେଶ ରଥ ସଂଯୋଜନା କରିଥିଲେ ଓ ସାମ୍ବାଦିକ ପୁରୁଷୋତ୍ତମ ସିଂ ଠାକୁର ଧନ୍ୟବାଦ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button