IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏପରି ଜୀବ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ, ସାକ୍ଷାତ ମା ଲକ୍ଷ୍ମୀ ଆସନ୍ତି ଆପଣଙ୍କ ଘରକୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଜୀବ ଅଛନ୍ତି ଯେଉଁ ମାନେ ଗୃହକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଜୀବ ଗୃହକୁ ଆସିଲେ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ଏମିତି କିଛି ଜୀବଜନ୍ତୁ ବା କୀଟପତଙ୍ଗ ଅଛନ୍ତି ଯେଉଁ ମାନେ ଗୃହକୁ ଆସିଲେ ଦୁଃଖ ଅସାନ୍ତି ଆସିଥାଏ । ଆଉ କିଛି ଏମିତି ଜୀବଜନ୍ତୁ ଅଛନ୍ତି ଯେଉଁ ମାନେ ଗୃହକୁ ଆସିଲେ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଭୁଲରେ ବି ଏହି ଜୀବଜନ୍ତୁ ଙ୍କୁ ମାରିବା ବା ବାହାର କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି ଜୀବଙ୍କ ବିଷୟରେ ଯାହା ପାଇଁ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ ।

୧- ଚୁଚୁନ୍ଦ୍ରା : ଚୁଚୁନ୍ଦ୍ରା ଘରକୁ ଆସିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଯାହା ଦ୍ଵାରା ଭାଗ୍ୟ ବଦଳିବା ପାଇଁ ସଂକେତ ଦେଇଥାଏ । ଚୁଚୁନ୍ଦ୍ରା କୌଣସି ବ୍ଯକ୍ତିର ଚାରିପଟେ ପରିକ୍ରମା କରିଲେ ସେହି ବ୍ୟକ୍ତି ଜୀବନରେ ସଫଳତା ପାଇଥାଏ ।

୨- ମୂଷା : ପ୍ରଭୁ ଗଣେଶଙ୍କର ବାହନ ହେଉଛି ମୂଷା । କିନ୍ତୁ ମୂଷା ଘରକୁ ଆସିଲେ ରୋଗ, ବ୍ୟାଧି ଲାଗି ରହିଥାଏ । ମୂଷାର ବାସ ରହିବା ଅଶୁଭ ହୋଇଥାଏ ।

୩- ମହୁମାଛି : ଯେଉଁ ଘରେ ମହୁମାଛି ବାସ ଥାଏ ସେହି ଘରେ ସୌଭାଗ୍ୟ ଆସି ନ ଥାଏ । ମହୁମାଛି ଘରେ ବସା ବାନ୍ଧିବା ଅଶୁଭ ହୋଇଥାଏ । ଏହା ଘରେ ଦୁଃଖ ଦାରିଦ୍ରତା ଆଣିଥାଏ ।

୪- ପ୍ରଜାପତି : ପ୍ରଜାପତି ବିଭିନ୍ନ ରଙ୍ଗର ହୋଇଥାନ୍ତି ଓ ଜୀବନରେ ଖୁଶିର ରଙ୍ଗ ଭରିଥାନ୍ତି । ତେଣୁ ଗୃହକୁ ପ୍ରଜାପତି ଆସିବା ଶୁଭ ସଂକେତ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରଜାପତି ଘରକୁ ଆସିଲେ ଶୁଭ ସୂଚନା ମିଳିବାର ସଂକେତ ମିଳିଥାଏ ।

୫- ବିଛା : ବିଛା ଘରକୁ ଆସିବା ଶୁଭ ନୁହେଁ  । କିନ୍ତୁ ନାଲି ବିଛା ଧାଡି କରି ଆସନ୍ତି ତେବେ ମା ଲକ୍ଷ୍ମୀ ଚାଲିଯିବାର ସଂକେତ ମିଳିଥାଏ । କଳା ରଙ୍ଗର ବିଛା ଅଶୁଭ ସଂକେତ ଆଣିଥାଏ ।

୬- ଝିଟିପିଟି : ଘରକୁ ଝିଟିପିଟି ଆସିବା ଶୁଭ ସଂକେତ ହୋଇଥାଏ । ଦୀପାବଳି ଦିନ ଏହାକୁ ଦେଖିଲେ ଭାଗ୍ୟ ବଦଳିଯାଏ । ପୂଜା ଘରେ ଝିଟିପିଟି ଦେଖିଲେ ତା ଉପରେ ଚାଉଳ ଓ ସିନ୍ଦୁର ପକାଇ ଦେଲେ ସୌଭାଗ୍ୟ ଆସିଥାଏ ।

୭- ପିମ୍ପୁଡି : କଳା ପିମ୍ପୁଡି ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଭାଗ୍ୟ ଉଦୟ ହେବାର ସଂକେତ ହୋଇଥାଏ । ଏହା ପୂର୍ବ ଦିଗରୁ ଘରକୁ ଆସିଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୮- ଭ୍ରମର : ଭ୍ରମର ଘରକୁ ଆସିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଏହା ସହ ଭାଗ୍ୟ ଉଦୟ ହେବାର ସଂକେତ ହୋଇଥାଏ । ଏହା ଘରକୁ ଆସି ମାଟିର ଘର କରିଲେ କୁବେର ଦେବତାଙ୍କ ଆଗମନ ହୋଇଥାଏ ।

୯- କଇଁଛ : ଗୃହକୁ କଇଁଛ ଆସିଲେ ପ୍ରଭୁ ନାରାୟଣଙ୍କ ଆଗମନର ସୂଚନା ହୋଇଥାଏ । କଇଁଛ ଘରକୁ ଆସିବା ଶୁଭ ହୋଇଥାଏ ।

୧୦- ବୁଢିଆଣୀ : ବୁଢିଆଣୀ ଘର ପାଇଁ ଅଶୁଭ ହୋଇଥାଏ । ଏହାର ବସା ମା ଲକ୍ଷ୍ମୀଙ୍କର ଅପ୍ରିୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button