IBN ଓଡ଼ିଶା ବ୍ୟୁରୋ

ବଟ ସାବିତ୍ରୀ ବ୍ରତ 18 ନା 19 ମଇ, ବହୁତ ଶୁଭ ସଂଯୋଗ… ଶନିଦେବ ଙ୍କ କୃପା ମଧ୍ୟ ରହିବ, ମିଳିବ କିଛି ଖୁସି ଖବର

ବନ୍ଧୁଗଣ ପଞ୍ଚାଙ୍ଗ ଅନୁସାରେ ବଟ ସାବିତ୍ରୀ ବ୍ରତ ଜ୍ୟଷ୍ଠ ମାସ କୃଷ୍ଣ ପକ୍ଷ ର ଅମାବାସ୍ୟା ତିଥି ରେ ପାଳନ କରାଯାଏ । ଏହି ବ୍ରତ ସୁହାଗିନୀ ମହିଳା ଅଖଣ୍ଡ ସୌଭାଗ୍ୟବତୀ ହେବା ପାଇଁ  ରଖିଥାନ୍ତି । ଏହି ଦିନ ବର ଗଛର ପୂଜା କରାଯାଏ । ଏହି ଥର ସାବିତ୍ରୀ ବ୍ରତ ଶନି ଜୟନ୍ତୀ ସହ ଶୁଭ ସଂଯୋଗ ବନିବାକୁ ଯାଉଛି । ଯାହା ଫଳରେ ବିଶେଷ ଫଳ ପ୍ରାପ୍ତ ହେବ ।

ଆଜି ଆମେ ଆପଣଙ୍କୁ କହିବୁ ବଟ ସାବିତ୍ରୀ ବ୍ରତ 2023 ରେ କେବେ ପାଳିତ ହେବ, ପୂଜାର ଶୁଭ ମୂହୁର୍ତ୍ତ, ପୂଜା ବିଧି ଓ ଏହି ଦିନରେ ଅନୁଥିବା ଶୁଭ ସଂଯୋଗ ବିଷୟରେ ବିସ୍ତାର ଭାବେ । ବର୍ଷ 2023 ରେ ବଟ ସାବିତ୍ରୀ ବ୍ରତ ମେ 19 ଶୁକ୍ରବାର ଦିନ ପାଳିତ ହେବାକୁ ଯାଉଛି । ଅମାବାସ୍ୟା ତିଥି ଆରମ୍ଭ ହେବ ମେ 18 ରାତ୍ରି 9:42 ମିନିଟ ରୁ ଓ ଶେଷ ହେବ ରାତ୍ରି 9:22 ମିନିଟ ରେ ।

ଉଦୟ ତିଥି ଅନୁସାରେ ବଟ ସାବିତ୍ରୀ ବ୍ରତ ମେ 19 ରେ ରେଖାଯିବ । ପୂଜା ର ଶୁଭ ସମୟ ହେଉଛି ମେ 19 ସକାଳ 7:19 ରୁ 10:42 ମିନିଟ ଯାଏଁ । ଜ୍ଯୋତିଷ ଅନୁସାରେ ଜ୍ୟଷ୍ଠ ମାସରେ ସାବିତ୍ରୀ ବ୍ରତ ଦିନ ଶନି ନିଜ ରାଶି କୁମ୍ଭ ରେ ଗୋଚର କରିବେ । ଯାହା ଦ୍ଵାରା ଶଶ ନାମକ ରାଜଯୋଗ ବନିବ । ଏହା ସହ ଏହି ଦିନ ସିଦ୍ଧି ଯୋଗ ରହିବ ।

ଏହା ସହ ଏହି ଦିନ ଚନ୍ଦ୍ରମା ଗୁରୁ ଙ୍କ ସହ ମେଷ ରାଶି ରେ ହେବେ । ଯାହା ଦ୍ଵାରା ଗଜକେଶରୀ ଯୋଗ ବନିବାକୁ ଯାଉଛି । ମାନ୍ୟତା ଅଛି ଏମିତି ସ୍ଥିତି ରେ ବଟ ସାବିତ୍ରୀ ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ । ସାବିତ୍ରୀ ବ୍ରତ ଦିନ ଶନି ଜୟନ୍ତୀ ପଡୁଥିବାରୁ ଶନି ଦେବଙ୍କ କୃପା ମଧ୍ୟ ମିଳିବ । ବଟ ସାବିତ୍ରୀ ଦିନ ପ୍ରାତଃ କାଳରୁ ଜଲ୍ଦି ଉଠି ସ୍ନାନ କରିବା ପରେ ସଂକଳ୍ପ ନେବା ଉଚିତ ।

ପ୍ରଥମେ ଘରର ପୂଜା ସ୍ଥଳରେ ଧୂପ ଦୀପ ଜଳାଇ ସବୁ ପୂଜା ସାମଗ୍ରୀ ଏକତ୍ରିତ କରନ୍ତୁ । କିଛି ଫୁଲ ସହ ଦେବୀ ସାବିତ୍ରୀ ଓ ସତ୍ୟବାନ ଙ୍କ ଫୋଟୋ ସ୍ଥାପନ କରିବେ । ଏହା ପରେ ବଟ ଗଛର ପୂଜା କରିବାକୁ ଯିବେ । ବଟ ଗଛ ମୂଳରେ ସାବିତ୍ରୀ ଓ ସତ୍ୟବାନଙ୍କ ପ୍ରତିମା ରଖିକି ବିଧି ପୂର୍ବକ ପୂଜା କରନ୍ତୁ ।

ଗଛରେ ଜଳ ଅର୍ପଣ କରି କୁଙ୍କୁମ, ଅକ୍ଷତ, ରୋଲି ଅର୍ପଣ କରି ପୂଜା ସମୟରେ ପୁରୀ ଓ ଫଳ ଅର୍ପଣ କରନ୍ତୁ । ସୂତାକୁ ଗଛରେ 5,7, 12 ଥର ବାନ୍ଧି ନିଅନ୍ତୁ । ଏହା ପରେ ଚଣା ଭୋଗ ଲଗାନ୍ତୁ ଓ ସାବିତ୍ରୀ କଥା ଶ୍ରବଣ କରନ୍ତୁ । ଏହାପରେ ଆଳତି କରି ପୂଜକଙ୍କୁ ଦାନ କରନ୍ତୁ । ବଟ ଗଛର ପୂଜା କରିଲେ ଏହି ଦିନ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button