ରାଜ୍ୟ

ଯୁବକଙ୍କୁ ଅପହରଣ ଉଦ୍ୟମ ପଣ୍ଡ: ୨ ଅପହର୍ତ୍ତା କାବୁ, ଖସିଗଲେ ୪ – Ibnodisha

[ad_1]

ବାଲିପାଟଣା: ଆଜି ରାତି ପ୍ରାୟ ୧୦ଟା ବେଳେ ୬ ଅପହର୍ତ୍ତାଙ୍କ କବଳରୁ ତୁରିନ୍ତିରା ଅଞ୍ଚଳର ଜଣେ ଯୁବକ ବର୍ତ୍ତି ଯାଇଛନ୍ତି। ନିଜର ଉପସ୍ଥିତ ବୁଦ୍ଧି ଓ ଜେନାସାହି ଲୋକଙ୍କ ସହଯୋଗ ବଳରେ ଅପହୃତ ଯୁବକ ବର୍ତ୍ତି ଯାଇଥିବା ବେଳେ ୨ ଅପହର୍ତ୍ତା ଧରାପଡ଼ିଛନ୍ତି। ଅନ୍ୟ ୪ ଅପହରଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି। ଗ୍ରାମବାସୀଙ୍କ ଦ୍ବାରା ଧରାପଡ଼ି ବହେ ଛେଚା ଖାଇବା ପରେ ପୁଲିସ ହେପାଜତକୁ ଯାଇଥିବା ୨ ଯୁବକ ହେଲେ କାକଟପୁର ଥାନା ତୁଳାମାଳ ଗ୍ରାମର ତୃପ୍ତିରଞ୍ଜନ ବିଶ୍ୱାଳ ଓ ନନ୍ଦକିଶୋର ସ୍ୱାଇଁ।

ସୂଚନାନୁସାରେ ତୁରିନ୍ତିରା ଜେନାସାହିର ମଣ୍ଟୁ ରାତି ପ୍ରାୟ ୧୦ଟା ବେଳେ ଗାଁ ମୁଣ୍ଡ ରାସ୍ତାରେ ଠିଆ ହୋଇଥିଲେ। ଏତିକିବେଳେ ୩ଟି ବୁଲେଟ୍‌ରେ ୬ ଯୁବକ ଆସି ତାଙ୍କ ନିକଟରେ ଅଟକିଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ହଠାତ୍‌ ତାଙ୍କୁ ନିସ୍ତୁକ ମାଡ଼ ମାରି ବୁଲେଟ୍‌ରେ ଉଠାଇ ନିମାପଡ଼ା ଅଭିମୁଖେ ପଳାଉଥିଲେ। କିନ୍ତୁ ହରିହର ମହାଦେବ ମନ୍ଦିର ନିକଟ ହମ୍ପସ୍‌ରେ ବୁଲେଟ୍‌ ବେଗ କମିବା ଦେଖି ମଣ୍ଟୁ ଡେଇଁ ପଡ଼ି ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି କିଛି ଯୁବକ ଧାଇଁଆସିଥିଲେ। ଗାଁ ଲୋକେ ଧାଇଁ ଆସିବା ଦେଖି ଅନ୍ୟ ଦୁଇ ବୁଲେଟ୍‌ରେ ଥିବା ୪ ଜଣ ସେଠାରୁ ଦ୍ରୁତବେଗରେ ପଳାଇଥିଲେ। କିନ୍ତୁ ମଣ୍ଟୁକୁ ନେଉଥିବା ୨ ଦୁର୍ବୃତ୍ତ ଧରାପଡ଼ିଯାଇଥିଲେ। ଲୋକେ ସେମାନଙ୍କୁ ବହେ ଉତ୍ତମ ମଧ୍ୟମ ଦେବା ସହ ପରେ ପୁଲିସ ଜିମା ଦେଇଛନ୍ତି। ମଣ୍ଟୁଙ୍କ ବିବାହ ବିଚ୍ଛେଦ ବିବାଦକୁ ନେଇ ଏହି ଅପହରଣ କାଣ୍ଡ ଘଟିବାକୁ ଯାଉଥିଲା ବୋଲି ଆଲୋଚନା ହେଉଛି। ପୁଲିସ ତଦନ୍ତ ଚଳାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button