IBN ଓଡ଼ିଶା ବ୍ୟୁରୋ

ବନ୍ଦ ହେଲା ‘ଷ୍ଟିୟରିଂ ଛାଡ ଆନ୍ଦୋଳନ”, ଗଡିଲା ଘରୋଇ ବସ… କେଉଁ ସ୍ଥାନରେ କଣ ରହିଛି ସ୍ଥିତି ଦେଖନ୍ତୁ

ବନ୍ଧୁଗଣ ଗତ ଦୁଇ ଦିନ ରାଜ୍ୟ ବ୍ୟାପୀ ଓଡିଶା ଡ୍ରାଇଭର ଏକତା ମାଛ ପାଖ ରୁ ଆନ୍ଦୋଳନ ଜାରି ରହିଛି । ରାଜ୍ଯର ସବୁ ଜାଗାରେ ଡ୍ରାଇଭର ମାନେ ହରତାଳ କରିଛନ୍ତି ଗତ ଦୁଇ ଦିନ ହେବ । ଯାହା ପାଇଁ ଗାଡି ଚଳାଚଳ ବନ୍ଦ ହୋଇ ଯାଇଛି । ଆଉ ଏହାର ସିଧା ସଳଖ ପ୍ରଭାବ ସାଧାରଣ ଲୋକ ମାନଙ୍କ ଉପରେ ଦେଖିବାକୁ ମିଳିଥିଲା । 10 ଦଫା ଦାବି ନେଇ ଡ୍ରାଇଭର ମାନେ ଧାରଣା ରେ ବସିଛନ୍ତି ।

କିନ୍ତୁ ସରକାରଙ୍କର ଏ ଯାଏଁ କିଛି ବି ପ୍ରତିକ୍ରିୟା ମିଳିପାରି ନାହି । ଆଉ ଏବେ ଏବେ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁଯାୟୀ ଧୀରେ ଧୀରେ ବସ ଚଳାଚଳ ସ୍ଵାଭାବିକ ହେଉଥିବା କହିଛନ୍ତି ରାଜ୍ୟ ବସ ମାଲିକ ସଂଘ । ଡ୍ରାଇଭରଙ୍କ ଷ୍ଟିୟରିଂ ଛଡା ଆନ୍ଦୋଳନ କାରଣ ରୁ ଗତ ଦୁଇ ଦିନ ଧରି ଆସ ଚଳାଚଳ ଠପ ହୋଇଥିଲା । ଆସ ଚଳାଚଳ ସ୍ଵାଭାବିକ କରିବା ପାଇଁ ସବୁ ସଂଘ ପକ୍ଷରୁ କହିଛନ୍ତି ଦେବେନ୍ଦ୍ର କୁମାର ସାହୁ ।

କିଛି ସ୍ଥାନରେ ଅସୁବିଧା ଦେଖା ଦେଇଛି । ସେହିଭଳି ଦିନ 10ଟା ରୁ 11ଟା ଯାଏଁ ବସ ରାଜପଥ ରେ ଛିଡା କରିବାକୁ ନିସ୍ପତି ହୋଇଥିଲା । ଏହାକୁ ପ୍ରତ୍ୟାହାର କରାଗଲା ବୋଲି ଦେବେନ୍ଦ୍ର ସାହୁ କହୁଛନ୍ତି । ଆଗାମୀ ସରାକର ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନ କରନ୍ତୁ । ବସ ମାଲିକ ଓ କର୍ମଚାରୀ ମଧ୍ୟ ରେ ସୋହାର୍ଦ୍ୟ ପୂର୍ଣ୍ଣ ସମ୍ପର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି ।

ବାଦାମବାଡ଼ି ଓ ବ୍ରହ୍ମପୁର ରୁ ଗଡିଲା ଘରୋଇ ବସ ଆଜି ଠାରୁ । ଡ୍ରାଇଭର ମାନଙ୍କର ସବୁ ଦାବି 3 ମାସ ଭିତରେ ପୂରଣ ହେବ ବୋଲି ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀ ରେ ଆଜି କେତେକ ଜାଗାରେ ବସ ଚଳାଚଳ ଆରମ୍ଭ ହେଲାଣି । କେଉଁ ସଂଘ ତରଫରୁ କେତେ ଗାଡି ଚାଲିଲା ତାହାର ସୂଚନା ଦେବକାଉ ଦେବେନ୍ଦ୍ର ସାହୁ ସବୁ ସଂଘ ମାନଙ୍କୁ କହିଛନ୍ତି ।

କଟକ, ସମ୍ବଲପୁର, ଭୁବନେଶ୍ବର, ବଲାଙ୍ଗୀର ଆଦି ଜିଲ୍ଲା ଗୁଡିକରେ ବସ ଚଳାଚଳ ସ୍ଵାଭାବିକ ହେଲାଣି । ଆଗାମୀ ଦିନରେ ଆଉ ଏକ ବୈଠକ ରଖାଯିବ । ଏ ନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆ ଯାଇଛି । ସରକାର ଏକ ସାକାରାର୍ଥକ ନିସ୍ପତି ଗ୍ରହଣ କରିଲେ ସଂଘ କର୍ମଚାରୀ, ସାଧାରଣ ଲୋକେ ଉପକୃତ ହେବେ ବୋଲି ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button