ମନୋରଞ୍ଜନ

ଅଡୁଆରେ ପାକିସ୍ତାନୀ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀ – Ibnodisha

[ad_1]

କରାଚୀର ଏରିକା ରବିନ୍‌ ପ୍ରଥମ ପାକିସ୍ତାନୀ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ବ କରିବେ। ଚଳିତ ବର୍ଷ ଶେଷ ଆଡ଼କୁ ଏଲ୍‌ ସାଲଭାଡର୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏରିକା ପ୍ରସ୍ତୁତି ଚଳାଇଛନ୍ତି। ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ତାଙ୍କର ଏହି ସଫଳତାକୁ ଅନେକ ପ୍ରଶଂସା କରିଥିଲେ ହେଁ ରୁଢ଼ିବାଦୀ ଗୋଷ୍ଠୀଙ୍କୁ ଏହା କ୍ରୋଧାନ୍ବିତ କରିଛି। ସରକାରୀ ଅନୁମୋଦନ ବିନା ଏରିକା କିପରି ଏଭଳି ସୁନ୍ଦରୀ ପ୍ରତିଯୋଗିତାରେ ଆନୁଷ୍ଠାନିକ ଭାବେ ପାକିସ୍ତାନର ପ୍ରତିନିଧିତ୍ବ କରିପାରିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ତାକି ଉସମାନ ନାମକ ଜଣେ ଧାର୍ମିକ ବିଦ୍ବାନ୍‌ ପ୍ରଥମେ କ୍ରୋଧ ପ୍ରକାଶ କରିବା ସହ ଏରିକାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ଜମାତ୍‌-ଇସଲାମୀ ସାଂସଦ ମୁସ୍ତାକ୍‌ ଅହମ୍ମଦ ଖାଁ ଟ୍ବିଟ୍‌ କରି କହିଛନ୍ତି ଏଭଳି ପ୍ରତିଯୋଗିତାରେ ଭାଗ ନେବା ପାକିସ୍ତାନ ପାଇଁ ଲଜ୍ଜାଜନକ।

ସାମ୍ବାଦିକ ଅନ୍‌ସାର ଆବ୍ବାସି ମଧ୍ୟ ଅନୁରୂପ ଅଭିଯୋଗ ଆଣି ପାକିସ୍ତାନୀ ଯୁବତୀଙ୍କୁ ଏଭଳି ପ୍ରତିଯୋଗିତାରେ ଭାଗ ନେବା ଲାଗି ସବୁଜ ସଂକେତ ଦେଇଥିବା ସରକାରୀ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ପାକିସ୍ତାନର ମାନବାଧିକାର ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ସୁଶ୍ରୀ ୟୁସୁଫ୍‌ଙ୍କ କହିବା କଥା, ମଲାଲା ୟୁସୁଫଜାଇ ଓ ସର୍ମିନ୍‌ ଚିନୟଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ଏରିକା ସମାନ ଆକ୍ରମଣର ଶିକାର ହୋଇଛନ୍ତି। ଏପରି ଆଭିମୁଖ୍ୟ ନାରୀ ବିଦ୍ବେଷୀ ଓ ନିନ୍ଦନୀୟ। ବିଶ୍ବ ଦରବାରରେ ଖ୍ୟାତି ଅର୍ଜନ କରିଥିବା ପାକିସ୍ତାନୀ ମହିଳାଙ୍କୁ ଆକ୍ରମଣ କରିବା ଏକ ସାଧାରଣ କଥା ହୋଇଗଲାଣି। ବିଦେଶରେ ମହିଳାଙ୍କ ସଫଳତା ରାଷ୍ଟ୍ରର ନୈତିକତା ଉପରେ କାହିଁକି କଳଙ୍କ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ସାମାଜିକ ଗଣମାଧ୍ୟରେ ଏରିକାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଚାଲିଛି। ଏରିକା କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ରାଷ୍ଟ୍ରର ସମ୍ମାନ ହାନି ହେଲା ଭଳି କିଛି କରିବେନି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button