IBN ଓଡ଼ିଶା ବ୍ୟୁରୋ

ମୁହଁ ଖୋଲିଲେ Pintu, କାଶି କାଶି କହିଲେ ମୁଁ ମରିଯିବି ପଛେ ମୋ ନାଁ ରେ ଭିକ ମାଗି…. ଦେଖନ୍ତୁ କଣ କହୁଛନ୍ତି Pintu

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ତା ଖରାପ ହେବା ପରେ ବହୁତ ଲୋକ ତାଙ୍କୁ ସାହାର୍ଯ୍ୟ କରିବା ଉଦେଶ୍ୟରେ ଲୋକଙ୍କ ସାମ୍ନାରେ ଭିକ ମାଗିବା ଆରମ୍ଭ କରିଦେଇଛନ୍ତି । ତାଙ୍କ ଦେହ ଖରାପ ଆଳରେ  ଓଡିଶାରେ ଅନେକ ଲୋକ ତାମସା ମଧ୍ୟ ସୃଷ୍ଟି କରିସାରିଲାଣି । ଏହି କଥାର ଉତ୍ତର ଦେବା ପାଇଁ ପିଣ୍ଟୁ ନନ୍ଦ ବର୍ତ୍ତମାନ ନିଜ ମୁହଁ ଖୋଲି କହିଛନ୍ତି କିଛି କଥା । ତେବେ ପିଣ୍ଟୁ ନନ୍ଦ ତାଙ୍କ ନାମ ଭିକ ମାଗୁଥିବା କଥା ସମ୍ପର୍କରେ କଣ କହିଛନ୍ତି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଡବା ଧରି, ଥାଳ ଧରି ଅନେକ ଲୋକ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ଭିକ୍ଷା ମାଗୁଛନ୍ତି ଲୋକଙ୍କ ସାମ୍ନାରେ । ଏହି ଭିକ  ମାଗିବା କଥା ଓଡିଶାରେ ବହୁତ ବାଦ ବିବାଦ ସୃଷ୍ଟି କରାଇ ସାରିଲାଣି । ଏହିସବୁ ଖବର ପିଣ୍ଟୁ ନନ୍ଦ ଙ୍କ ପାଖରେ ପହଞ୍ଚିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ମେଡିକାଲ ବେଡରେ ଶୋଇରହି କାଶି କାଶି ତାଙ୍କ ପାଇଁ ଭିକ ମାଗୁଥିବା ଲୋକଙ୍କୁ ସେ ବିନମ୍ର ଅନୁରୋଧ କରିଛନ୍ତି ।

କହିଛନ୍ତି ତାଙ୍କ ନାମ ନେଇ ଯେଉଁମାନେ ଲୋକଙ୍କ ଠାରୁ ଭିକ ମାଗୁଛନ୍ତି ସେମାନେ ଦୟାକରି ତାହା ବନ୍ଦ କରନ୍ତୁ । ପିଣ୍ଟୁଙ୍କ କହିବା ଅନୁଯାୟୀ ତାଙ୍କୁ ତାଙ୍କ କଳାକାର ସଂଘ ତରଫରୁ ଏବଂ ପରିବାର ତଥା ସମ୍ପର୍କୀୟ ମାନଙ୍କ ଠାରୁ ଚିକିତ୍ସା ନିମନ୍ତେ ଦରକାର ଥିବା ଟଙ୍କା ମିଳିଯିବ । ତେଣୁ ସାଧାରଣ ଲୋକଙ୍କ ପାଖକୁ ଯାଇ ଭିକ ମାଗି ତାଙ୍କ ଠାରୁ ମୋ ଚିକିତ୍ସା ପାଇଁ କିଛି ଟଙ୍କା ଆଣିବେ ନାହିଁ ବୋଲି ଲୋକଙ୍କୁ ମନା କରିବାର ଅନୁରୋଧ ସେ କରିଛନ୍ତି ଫୋନ କରି ।

ତାଙ୍କ ଚିକିତ୍ସା ପାଇଁ ଭିକ ମାଗିବା ତାଙ୍କୁ ବହୁତ ଖରାପ ଲାଗୁଛି । କାରଣ ତାଙ୍କ ସାହାର୍ଯ୍ୟ ନିମନ୍ତେ ଅର୍ଥ ଦେବା ପାଇଁ ତାଙ୍କ ଘର ପରିବାର ଲୋକଙ୍କ ସହ କଳାକାର ସଂଘ ରହିଛି । ଶେଷରେ ପିଣ୍ଟୁ ନନ୍ଦ କହିଛନ୍ତି ଭିକ ମାଗି ବଞ୍ଚିବା ଠାରୁ ମୁଁ ମରିଯିବା ଭଲ । ଭିକ ମାଗି ବଞ୍ଚିବା ତାଙ୍କୁ ବହୁତ ଦୁଃଖ ଦେଉଛି । ତେଣୁ ଦୟାକରି କେହି ଭିକ ମାଗନ୍ତୁନି ତାଙ୍କ ପାଇଁ । ସେ ତାଙ୍କର ଏହି କଥାର ଅନୁରୋଧକୁ ରକ୍ଷା କରିବା ପାଇଁ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button