IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଫିଲ୍ମ ପ୍ରଡ୍ୟୁସର ଆକାଉଣ୍ଟ ରେ 108 ଟଙ୍କା ! Pintuଙ୍କୁ ଚେକ ଦେବା ନାଁରେ ଏମିଟି ପବ୍ଲିସିଟି ଚାହୁଁଥିଲେ… ଦେଖନ୍ତୁ କଣ କହୁଛନ୍ତି Kumar

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଜଣେ ପ୍ରଯୋଜକ 50 ହଜାର ଟଙ୍କାର ଚେକ ଦେଇ ବାଉନ୍ସ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହାକୁ ନେଇ କୁମାର ଭାଇ ଗଣମାଧ୍ୟମରେ ନିଜର ମତ ଦେଇଛନ୍ତି ଯେ “ସେ ମୋତେ ଫୋନ କରିଲେ ଆଉ କହିଲେ ମୁଁ ସୁତାଂଶୁ କହୁଛି । ମୁଁ କହିଲି କେଉଁ ସୁତାଂଶୁ । ସେ କହିଲେ ଗୋଟେ ଫିଲ୍ମ ମୋହରତ କରିଥିଲି ଇଏ ସିଏ ।

ତା ପରେ ମୁଁ ପଚାରିଲି କଣ କହୁଛନ୍ତି ? ସେ କହିଲେ ମୁଁ ପିଣ୍ଟୁ ନନ୍ଦ ଙ୍କୁ ସାହାଜ୍ଯ କରିବାକୁ ଚାହୁଁଛି । ମୁଁ ଦେଖିଲ ଯଦି ଆମେ ସାହାଜ୍ୟା କରିପାରୁ ନାହୁଁ କିନ୍ତୁ ଯଦି ସାହାଜ୍ଯ କରୁଛି ତେବେ ଠିକ ଅଛି । ସେ କହିଲେ ମୁଁ 10 ହଜାର ଟଙ୍କା ସାହାଜ୍ଯ କରିବି । ମୁଁ କଣ୍ଟାକ୍ଟ କରି ଜାଣିଲି ପିଣ୍ଟୁ ତାଙ୍କ ଘର କଳାରାହଙ୍ଗରେ ଅଛନ୍ତି ସେଠାରେ ଯାଇ ପଇସା ଦେଇକି ଆସିବ ।

ମୁଁ ପିଣ୍ଟୁଙ୍କ ଘରେ ପହଞ୍ଚିଲା ବେଳେକୁ ପ୍ରଯୋଜକ ଜଣକ ବାବି ଭବିଙ୍କ ପାଖରେ ଠିଆ ହୋଇଥିଲେ । ବବି ଭାଇ କହିଲେ ପିଣ୍ଟୁ ମେଡିକାଲ ଚାଲିଗଲେ ଟିକେ ଅପେକ୍ଷା କର । ବବି ଭାଇ ଓ ପ୍ରଯୋଜକ ଉଭୟ ପରସ୍ପରକୁ ଚିହ୍ନି ଛନ୍ତି । ବବି ଭାଇ କହିଲେ ମୁଁ ତାକୁ ବହୁତ ଆଗରୁ ଜାଣିଛି । ସେଠାରେ ଦାଦା ପୁତୁରା ସେମାନେ ହୋଇଗଲେ । ତା ପରେ ପ୍ରଯୋଜକ ଜଣକ 10 ହଜାର ଟଙ୍କା ବଦଳରେ 50 ହଜାର ଟଙ୍କା ଚେକ ଦେଲା ।

ପ୍ରଯୋଜକ ଜଣକ ଡାଇରେକ୍ଟ ପିଣ୍ଟୁଙ୍କ ହାତକୁ 50 ହଜାର ଟଙ୍କା ଚେକ ଦେଲେ । ତା ପରେ ଅନ୍ୟ ମାନେ ବି ସାହାଜ୍ଯ କରିଲେ । ସେମାନଙ୍କ ନିୟୁଜ ପବ୍ଲିଶ ହେଲା କିନ୍ତୁ ପ୍ରଯୋଜକ ଦେଇଥିବା ଚେକ ର ନିୟୁଜ ପବ୍ଲିଶ ହେଲା ନାହି । ତା ପରେ ପ୍ରଯୋଜକ ଚେକ ବାଉନ୍ସ କରିଦେଲା ଯାହା ସେ କହିବା କଥା । ତା ପରେ ଦିନ ବବି ଭାଇ ମୋତେ ଫୋନ କରିଲେ ଆଉ କହିଲେ ସେ ଟୋକା କୁଆଡେ ଗଲା ମୁଁ ତାକୁ ବାଡେଇବି ।

କାରଣ ସେ କାଲି ରାତିରେ ଆମକୁ ଚେକ ଦେଇକି ଗଲା କିନ୍ତୁ ଆଜି ଚେକ ବାଉନ୍ସ ହୋଇଛି । ତା ଆକାଉଣ୍ଟରେ ମାତ୍ର 108 ଟଙ୍କା ଅଛି ବୋଲି ବବି ଭାଇ ମୋତେ କହିଲେ । ତା ପରେ ମୁଁ ପ୍ରଯୋଜକକୁ ଫୋନ କରି ପଚାରିଲି ଚେକ କାହିଁକି ବାଉନ୍ସ ହେଲା । ସେ ଉତ୍ତରରେ କହିଲା ମୁଁ ଦେଇଥିବା ଟଙ୍କାର ପବ୍ଲିଶ ହେଲା ନାହି କିନ୍ତୁ ଅନ୍ୟ ମାନେ 1000-2000 ଟଙ୍କା ଦେଇ ପବ୍ଲିଶ ହେଲେ ।

ତା ପରେ ମୁଁ ପଚାରିଲି ତୁମେ ପିଣ୍ଟୁ ଭାଇଙ୍କୁ ସାହଜ୍ୟା କରିବାକୁ ଯାଇଥିଲ ନା ପବ୍ଲିଶ ହେବାକୁ ଯାଇଥିଲ ? ପ୍ରଯୋଜକ କହିଲେ ମୁଁ 50 ହଜାର ଟଙ୍କା ଦେଲା ପରେ ନିୟୁଜ ଭାଇରାଲ ହୋଇଥାନ୍ତା ତା ପରେ ଅନ୍ୟ ପ୍ରଯୋଜକ ମାନେ ସାହାଜ୍ୟ କରିଥାନ୍ତେ । ଆଉ ସେହି ରାଗରେ ମୁଁ ଚେକ ବାଉନ୍ସ କରିଦେଲି । ତା ପରେ ମୁଁ କହିଲି ଏଟା ଠିକ ହେଲାନି” । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button