IBN ଓଡ଼ିଶା ଏକ୍ସକ୍ଲୁସିଭ୍

50 ହଜାର ଚେକ ଦେଲା ଚେକ ବାଉନ୍ସ ହେଲା, ସାହାଯ୍ୟ ନାଁରେ ଲଜ୍ୟା… Pintu ଙ୍କୁ ଠକିଲେ ପ୍ରଯୋଜକ…. ଦେଖନ୍ତୁ କଣ କହୁଛନ୍ତି Bobby Mishra

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଓଲିଉଡ ଜଗତର ଲୋକପ୍ରିୟ କଳାକାର ପିଣ୍ଟୁ ନନ୍ଦ ଲିଭର ଜନିତ ରୋଗରେ ପୀଡିତ ଅଛନ୍ତି । ଯାହା ପାଇଁ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ କରାଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ସେଥିପାଇଁ ଅର୍ଥ ର ଅଭାବ ଦେଖା ଯାଇଛି । ପିଣ୍ଟୁ ଙ୍କୁ ଭଲ କରିବା ପାଇଁ ତାଙ୍କ ପରିବାର ଓ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ ଆର୍ଥିକ ସାହାଜ୍ୟ ପାଇଁ ଓଡିଶାବାସୀ ଙ୍କୁ ନିବେଦନ କରୁଛନ୍ତି ।

ଆଉ ଏହାରି ମଧ୍ୟରେ ଅର୍ଥ ଯୋଗାଡ ହେବା ପରେ ପିଣ୍ଟୁ ଙ୍କୁ ଦିଲ୍ଲୀ ନିଆ ଯାଇଛି ଆଗକୁ ଚିକିତ୍ସା ହେବା ପାଇଁ । ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ଆସି ପହଞ୍ଚିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ଏହାକୁ ନେଇ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି ଅଭିନେତା ବବି ମିଶ୍ର । ସେ ସାକ୍ଷାତକାର ରେ କହିଛନ୍ତି ଯେ “ଆମ ସିନେମା ଇଣ୍ଡଷ୍ଟ୍ରି ରେ ଲୋକ ଅଛନ୍ତି ।

ତେବେ ନିକଟରେ ଜଣେ ପ୍ରଯୋଜକ ସେ ଆସିଲେ ମୋତେ ଧରିକି ପିଣ୍ଟୁ ନନଡ ଙ୍କ ହାତକୁ ନିଜେ ଦେଇ ପୁରା ଇମୋସନାଲ ହୋଇ ଆପଣ ଦାଦା ମୁଁ ପୁତୁରା କହି 50 ହଜାର ଟଙ୍କାର ଚେକ ଦେଲା । ତା ପର ଦିନ ଚେକ ବାଉନ୍ସ ହୋଇଯାଇଛି । ତାକୁ ଫୋନ କରିଲା ବେଳକୁ ଏପଟସେପଟ କଥା କହିଲା । ସେ କେଉଁଠି କା ଦାଦା କି କଣ ମୁଁ ଜାଣି ନାହି ।

କିନ୍ତୁ ଏ ଅବସ୍ଥାରେ ଯେବେ ଗୋଟେ ଲୋକ ମୃ-ତ୍ୟୁ ସହ ସଂଘର୍ଷ କରୁଛି ତାକୁ ଏମିତି ଚେକ ଦେଲା ମିଛରେ ଖାଲି ପବ୍ଲିଶ ହେବା ପାଇଁ । ତମେ ମାନେ ଯାଇ କି ଦେଖା କରିବ । ଏଟା ଗୋଟେ ହାସ୍ୟସ୍ପଦ ଜିନିଷ । ତେଣୁ ଏଭଳି ଲୋକଙ୍କୁ ନିନ୍ଦା କରିବା ଦରାକର । ଏ ସବୁ ଭଗବାନ ଦେଖୁଛନ୍ତି । ସେ ଯୁବକ ଜଣକ ଯେମିତି ଚିଟିଙ୍ଗ କରିଛନ୍ତି ତାଙ୍କ ସହ କେମିତି ଚିଟିଙ୍ଗ ହେଉଛନ୍ତି ତାହା ଆପଣ ମାନେ ନିଜେ ଦେଖିବେ ମୁଁ କହୁଛି ।

ଆମେ ସବୁ ପାଠ ପଢିଛୁ ଆଉ କଥାରେ ଅଛି ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଭଗବାନ ତା କଥା ବୁଝିବେ । ବର୍ତ୍ତମାନ ପିଣ୍ଟୁ ଙ୍କ ପାଇଁ ଡୋନର ର ଯୋଗାଡ ଚାଲିଛି । ତାଙ୍କ ପରିବାରର କେହି ମେମ୍ବର ପିଣ୍ଟୁ ଙ୍କୁ ଲିଭର ଡୋନେଟ କରି ପାରିବେ ବୋଲି ଡାକ୍ତର କହିଛନ୍ତି । ସେହି ବିଷୟରେ ପିଣ୍ଟୁ ଙ୍କ ଘରେ ଆଲୋଚନା ଚାଲିଛି । ପ୍ରଥମେ ପିଣ୍ଟୁ ଙ୍କର ଚିକିତ୍ସା ଆରମ୍ଭ ହେବ ।

ସେ ଷ୍ଟେବଲ ହେବା ପରେ ଯାଇ ଲିଭର ଟ୍ରାନ୍ସ ପ୍ଳାଣ୍ଟ ହେବ । ସେଥିପାଇଁ ଲଙ୍ଗ ପ୍ରୋସେସ ଅଛି । ଆଉ ଅର୍ଥ ରାଶି ମଧ୍ୟ ଯୋଗାଡ ଚାଲିଛି । ବହୁତ ଭଲ ଲୋକମାନେ ଅର୍ଥ ରାଶି ପ୍ରଦାନ କରିଛନ୍ତି ଆଉ ପିଣ୍ଟୁ ନନ୍ଦ ବହୁତ ଜଲ୍ଦି ଭଲ ହୋଇ ଫେରି ଆସନ୍ତୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ବବି ମିଶ୍ର ଦେଇଥିବା ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଯାନଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button