ସିଙ୍ଗର Human Sagarଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ, ଘରୋଇ ହିଂସାକୁ ନେଇ ହେଲେ ଥାନାର ଦ୍ଵାରସ୍ଥ

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସଙ୍ଗୀତ ଜଗତର ନାମୀ ଦାମୀ ଏବଂ ଆମ ଓଡିଶାବାସୀଙ୍କ ହୃଦୟରେ ରାଜ କରୁଥିବା ହ୍ୟୁମାନ ସାଗରଙ୍କୁ କିଏ ବା ନ ଜାଣିଛି । ତାଙ୍କ ମଧୁର କଣ୍ଠରେ ସାରା ଓଡିଶା ଝୁମିଥାଏ । କିନ୍ତୁ ଆଜି ସେହି କଣ୍ଠଶିଳ୍ପୀଙ୍କ ନାମରେ ତାଙ୍କ ସ୍ତ୍ରୀ ଥାନାରେ ଯାଇ ଘରୋଇ ହିଂସାର ଅଭୋଯୋଗ ଆଣିଥିବାର ଖବର ଆସି ପହଞ୍ଚିଛି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ସିଙ୍ଗର ହ୍ୟୁମାନ ସାଗରଙ୍କ ମଧୁର ସମ୍ପର୍କରେ ଫାଟ ସୃଷ୍ଟି ହେବାର ପ୍ରକୃତ କାରଣ କଣ ?

ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ହ୍ୟୁମାନ ତାଙ୍କୁ ବହୁତ ମାରପିଟ କରୁଥିବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଉଛନ୍ତି । ତାଙ୍କର ଏହି ଅତ୍ୟାଚାରକୁ ଆଉ ସେ ସହି ପାରୁନଥିବା କଥା କହିଛନ୍ତି । ଏହିଭଳି ଏକ ବଡ ଅଭିଯୋଗ ଆଣିଛନ୍ତି ହ୍ୟୁମାନ ସାଗରଙ୍କ ତାଙ୍କ ପତ୍ନୀ ।
ଯାହାଙ୍କ ଗୀତରେ ସାରା ଓଡିଶାବାସୀ ଝୁମିଥାନ୍ତି ସେହି ସିଙ୍ଗର ଏବଂ ଛନ୍ଦି ହୋଇଛନ୍ତି ନିର୍ଯାତନ ମାମଲାରେ । ହ୍ୟୁମାନ ଗତ କିଛି ମାସ ହେବ ତାଙ୍କ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଉଥିଲେ । ରାତିରେ ଘରକୁ ଫେରି ସ୍ତ୍ରୀଙ୍କୁ ମାଡ ମାରୁଥିଲେ । ତାଙ୍କ ପତ୍ନୀଙ୍କ ସହ ଖରାପ ବ୍ୟବହାର କରିବା ସହ ପୂର୍ବ ଭଳି ଆଉ ଭଲ ପାଉନଥିଲେ । ଏମିତି କିଛି ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ଧର୍ମପତ୍ନୀ ।

ବଲାଙ୍ଗିର ଏହି କଣ୍ଠଶିଳ୍ପୀ ଏବେ କଟକ CDAରେ ରହୁଛନ୍ତି । ତେବେ କିଛି ମାସ ହେବ ପରିବାରରେ ହେଉଥିବା ଅଶାନ୍ତି ହେତୁ ସ୍ତ୍ରୀ ବାଲେଶ୍ଵରରେ ଥିବା ତାଙ୍କ ବାପଘରକୁ ଚାଲି ଯାଇଛନ୍ତି । କିନ୍ତୁ ହ୍ୟୁମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ନ ପାଇ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ ମଙ୍ଗଳବାର କଟକ DCP ପିନାକୀ ମିଶ୍ରଙ୍କ କାର୍ଯ୍ୟଲୟଫ୍ରେ ପହଞ୍ଚି ଏହିସବୁ ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ସ୍ତ୍ରୀ ।
DCP ଏହି କଥାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦେଶ ଦେଇଛନ୍ତି । ଏବଂ ଉଭୟକୁ ଥାନାରେ ହାଜର ହେବା ପାଇଁ କୁହାଯାଇଛି । ତେବେ ଏହା କଥା ଉପରେ ଆପଣ କଣ ମତ ରଖିବା ପାଇଁ ଚାହୁଁଛନ୍ତି ତାହା ନିହାତି ଭାବରେ କମେଣ୍ଟରେ ଜଣାନ୍ତୁ । ଏବଂ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ।




