IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମଝି ଆକାଶରେ କଲେ ପ୍ରେମିକାଙ୍କୁ Propose, ଆଉ ତା ପରେ…. ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ବିବାହକୁ ନେଇ ଯେଉଁ ଭଳି ଫ୍ୟାସନ ଚାଲିଛି ତାହା ବିଷୟରେ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ବିବାହ କୁ ନେଇ ଅନେକ ଙ୍କ ମନରେ ଭିନ୍ନ ଭିନ୍ନ ସ୍ଵପ୍ନ ରହିଛି । ଯାହାକୁ ସାକାର କରିବା ପାଇଁ ସେମାନେ ଭିନ୍ନ ଭିନ୍ନ ଧରଣର ଟ୍ରେଣ୍ଡ ଆପନେଉଛନ୍ତି । ତେବେ ସରପ୍ରାଇଜ ତାହାକୁ କୁହାଯାଏ ଯାହାକୁ ବ୍ୟକ୍ତି ନିଜ ସ୍ଵପ୍ନ କି କଳ୍ପନା ରେ କେବେ ଭାବି ନ ଥାଏ ।

ବିବାହ ପୂର୍ବରୁ ଲୋକ ମାନେ ନିଜର ଭାବି ସ୍ତ୍ରୀ ଓ ସ୍ଵାମୀ ଙ୍କୁ ବିଭିନ୍ନ ପ୍ରକାରର ଉପହାର ଦେବାର ଆଜିକାଲି ଟ୍ରେଣ୍ଡ ଚାଲିଛି । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓ ରେ ଜଣେ ବ୍ୟକ୍ତି ଏୟାର ଇଣ୍ଡିଆ ବିମାନ ରେ ତାଙ୍କ ପ୍ରେମିକା ବା ଭାବି ସ୍ତ୍ରୀ ଙ୍କୁ ଏଭଳି ଏକ ସରପ୍ରାଇଜ ଦେଉଛନ୍ତି ଯାହା କି ଏବେ ଦୁନିଆକୁ ଚର୍ଚ୍ଚା କୁ ଆସିଛି । ଏହି ଘଟଣା ଜାନୁଆରୀ 2 ତାରିଖ ରେ ଘଟିଛି ।

ସୂଚନା ଅନୁଯାୟୀ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତି କୃ-ସଦସ୍ୟ ଙ୍କ ସାହାଯ୍ୟରେ ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀ ଙ୍କ ପାଇଁ ଆଶ୍ଚର୍ଯ୍ୟ ଜଣକ ଯୋଜନା କରିଥିଲେ । ଯେତେବେଳେ ମହିଳା ଜଣକ ହାଇଦ୍ରାବାଦ ଦେଇ ଲଣ୍ଡନ ରୁ ମୁମ୍ବାଇ ଅଭିମୁଖେ ଯାଉଥିଲେ ସେହି ସମୟରେ ତାଙ୍କ ପ୍ରେମିକ ତଥା ଭାବି ସ୍ଵାମୀ ତାଙ୍କୁ ସରପ୍ରାଇଜ ଦେବାକୁ ଚାହୁଁ ଥିଲେ ।

ତେଣୁ ସେ ରୋମାଣ୍ଟିକ ଶୈଳୀ ରେ ବିବାହ ପ୍ରସ୍ତାବ ଦେବାକୁ ଯୋଜନା କରିବାକୁ ଯାଇ ମୁମ୍ବାଇ ହାଇଦ୍ରାବାଦ ମୁମ୍ବାଇ ବିମାନରେ ବିମାନ ମଝି ଆକାଶରେ ଥିବା ବେଳେ ବ୍ୟକ୍ତି ଜଣକ ଗୋଲାପି ରଙ୍ଗର ଏକ ବଡ ପୋଷ୍ଟର ସହ ବିମାନ କୁ ଆସି ନିଜ ପ୍ରେମିକା ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ପୋଷ୍ଟର ଦେଖାଇ ସେ ତାଙ୍କ ଭାବି ସ୍ତ୍ରୀ ବା ପ୍ରେମିକା ଙ୍କୁ ପଚାରି ଥିଲେ “ମୁଁ ତୁମ ସହ ସବୁ ଦିନ ହାତ ଧରି ଚାଲି ପାରିବି କି ?

ତୁମ ମୋ ସହ ସାରା ଜୀବନ ହାଟ ଧରି ଚାଲିବାକୁ ଚାହୁଁଛ କି” ? ଏହା ପରେ ପ୍ରେମିକ ଜଣକ ତାଙ୍କ ସିଟ ରୁ ଉଠି ଆସି ତାଙ୍କ ଭାବି ସ୍ଵାମୀ ଙ୍କୁ ଆଲିଙ୍ଗନ କରି ଏକ କିସ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button