ବିଛୁଡ଼ି ହୋଇ ପଡ଼ିଛି ସମସ୍ତ ଆସବାବ ପତ୍ର, ଜଣେ କି ଦୁଇ ଜଣଙ୍କର ନୁହେଁ ପୂରା 40 ରୁ 50 ଛାତ୍ରୀଙ୍କର ଏହି ସମାନ ଅବସ୍ଥା, କୁଆଡ଼େ ଯିବେ, କେଉଁଠି ରହିବେ

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ବିଛେଇ ହୋଇପଡିଛି ସବୁ ଆସବାପତ୍ର । କେଉଁଠି ବହି ପତ୍ର ତ ଆଉ କେଉଁଠି ବିଚଣା ଗଦି । ଟିଭି ଗ୍ଯାସ ଟାଙ୍କି ବି ପଦା ରେ ପଡିଛି । ଖାଲି ଜଣଙ୍କର କି ଦୁଇ ଜଣଙ୍କର ନୁହେଁ ପୁରା ୪୦ରୁ ୫୦ ଛାତ୍ରୀଙ୍କ ଏଭଳି ଅବସ୍ଥା । କୁଆଡେ ଯିବେ କେଉଁଠି ରହିବେ ଏତେ ସବୁ ଜିନିଷପତ୍ର କେଉଁଠି ରଖିବେ ।

ଭୁବନେଶ୍ବର ସହିଦ ନଗରର ଏ ଦୃଶ୍ୟ ସମସ୍ଟ୍ଯାନକୁ ବେସ ଚକିତ କରିଛି । ହଠାତ ହଷ୍ଟେଲ ମାଲିକ ଏକା ସାଙ୍ଗରେ ବିନା କୌଣସି ନୋଟିସରେ ସମସ୍ତଙ୍କୁ ବାହାର କରି ଦେଇଛି ଆଉ ଘର ଛାଡିବାକୁ ବାଧ୍ୟ କରିଛି । ଯାହାକୁ ନେଇ ବିଏମସୀ ଭବାନୀ ମଲ ସମୁଖରେ ଥିବା ଏହି ଗାର୍ଲ୍ସ ହଷ୍ଟେଲର ଛାତ୍ରୀ ଏବେ ଅଡୁଆରେ ପଡି ଯାଇଛନ୍ତି । ଇଲିଥିବା ସୂଚନା ଅନୁଯାୟୀ ଘର ଟିକୁ ରେସିଡେନ୍ସିଲା ପ୍ରପୋଯରେ ନେଇ ବ୍ୟବସାୟରେ ଲଗାଇ ଥିଲା ହଷ୍ଟେଲ ମାଲିକ ।
ଯାହାକୁ ନେଇ ଘର ମାଲିକ କୋର୍ଟ ର ଆଶ୍ରୟ ନେଇଥିବା ବେଳେ ଘର ଖାଲି କରିବାକୁ ୨୦୦୮ ରୁ କୋର୍ଟ ନିର୍ଦେଶ ଦେଇଥିଲେ । ହେଲେ ଏହା ମଧ୍ୟରେ ଆଇନ କାନୁନର ଦ୍ଵାହି ଦେଖାଇ ହଷ୍ଟେଲ ମାଲିକ ନା ଘର ଭଡା ଦେଉଥିଲେ ନା ଘର ଛାଡୁଥିଲା । ଏହ ଭିତରେ ବାରମ୍ବାର କୋର୍ଟ ନିର୍ଦ୍ଦେଶ କୁ ବେଖାତିର କରି ମନ ଇଚ୍ଛା ଘର ମାଡି ଆସି ହଷ୍ଟେଲ କରି ମାଲେ ମାଲ ହେଉଥିଲା ।

ଏବେ କୋର୍ଟ ନିର୍ଦ୍ଦେଶ କ୍ରମେ ପୋଲିସ ଫୋର୍ସ ନେଇ ଘର ଫାଙ୍କା କରିବାକୁ ଆସିବାରୁ ପିଲା ମାନଙ୍କୁ କୌଣସି ନୋଟିସ ନ ଦେଇ ବାହାର କରି ଦେଇଛି ହଷ୍ଟେଲ ମାଲିକ । ପୋଲିସର ହସ୍ତେକ୍ଷେପ ପରେ ଏବେ ହଷ୍ଟେଲ ମାଲିକ ସମସ୍ତ ଛାତ୍ରୀ ଙ୍କୁ ଟଙ୍କା ଫେରସ୍ତ କରିଛି । ତେବେ ଏ ନେଇ ଛାତ୍ରୀ ମାନେ କହିଛନ୍ତି କି ଆମେ କଲେଜ ରେ ଥିଲୁ ଆମକୁ ହଠାତ ଫୋନ ଆସିଲା ଜଳଦୀ ଆସି ହଷ୍ଟେଲ ରେ ପହଞ୍ଚିବାକୁ । ଆଉ ଆସି ଦେଖିବା ବେଳକୁ ଆମ ଜିନିଷ ପତ୍ର ସବୁ ବାହାର କରି ଦେଇଛନ୍ତି ଆଉ କହୁଛନ୍ତି ଘଣ୍ଟାଏ ଭିତରେ ରୁମ ଖାଲି କରିବାକୁ ।

ଆମେ ଏତେ ସବୁ ଝିଅ ପିଲା କୁଆଡେ ଯିବୁ ରୁମ ମଧ୍ୟ ଏବେ ମିଳୁ ନାହି । ଅନ୍ୟ ଜେଣ ଛାତ୍ରୀ କହିଛନ୍ତି ଆମର ଅନେକ ଜିନିଷ ପତ୍ର ରହିଛି ରୁମରେ । ଆମେ ବହୁତ ଦୂରରୁ ଆସିଛୁ ପାଠ ପଢିବାକୁ । କିନ୍ତୁ ଆମ ସହ ଏମିତି ହଠାତ ଅରୁଛନ୍ତି । ଆମର ସମ୍ପର୍କୀୟ ମାନେ ବି ଏଠାରେ କେହି ନାହାନ୍ତି ।
ତେବେ ହଷ୍ଟେଲ ମାଲିକ ର ଭୁଲ ପାଇଁ ଏବେ ନିରୀହ ଛାତ୍ରୀ ମାନେ କୁଆଡେ ଯିବେ ଆଉ କଣ କରିବେ କେଉଁଠି ରହିବେ ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।




