ଭୋକିଲା ପେଟ ତାର ମାତୃତ୍ୱକୁ ବାଧ୍ୟ କଲା ନେବାକୁ ନିଷ୍ଠୁର ନିଷ୍ପତ୍ତି, ଘରେ ଘରେ ବୁଲି ତିନିମାସର ଶିଶୁକୁ ବିକିବାକୁ ମା’ କରୁଛି ମୂଲଚାଲ…. ଦେଖନ୍ତୁ video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ରୁ ବି ଲୁହ ଆସିଯିବ । ତେବେ ଏଠାରେ ଜଣେ ମା ନିଜ ଶିଶୁ କୁ ବିକ୍ରି କରିବାର ଘଟଣା ସାମ୍ନା କୁ ଆସିଛି ଯାହା ହୃଦୟ ବିଦାରକ ଅଟେ । ଅଭାବ ପାଖରେ ହାର ମାନିଲା ମମତା । 10 ମାସର ଯନ୍ତ୍ରଣା କୋଳ ଛୁଆର ନିରୀହ ମୁହଁ ସବୁ ଫିକା ପଡି ଯାଉଥିଲା । ଆଖି ଖୋଲିଲେ ଦେଖା ଯାଉଥିଲା ନିରିହ ଶିଶୁର ମୁହଁ ।

ଭୋକିଲା ପେଟ ତାର ମାତୃତ୍ଵକୁ ଯେମିତି ଉପହାସ କରୁଥିଲା ଆଉ ବାଧ୍ୟ ହୋଇ ନେଇଥିଲା ନିଷ୍ଠୁର ନିସ୍ପତି । ବାଧ୍ୟ ହୋଇଥିଲା ମାତୃତ୍ଵର ମମତାକୁ ଜଳାଞ୍ଜଳି ଦେବାକୁ । ଆଉ 10 ହଜାର ଟଙ୍କାରେ 3 ମାସର ଶିଶୁକୁ ବିକ୍ରି କରିବାକୁ ବସିଥିଲା ମା । ହଁ ଦର୍ଶକ ବନ୍ଧୁ ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେଉଁଝର ଜିଲ୍ଲାରେ । ମହିଳା ଜଣକ ଘର ଘର ବୁଲି 3 ମାସର ଝିଅକୁ ବିକ୍ରି କରିବାକୁ କହୁଛନ୍ତି ।
ଏ ଦୃଶ୍ୟ ଦେଖି ଆଖିରୁ ଲୁହ ଚାଲି ଆସିବ । ସେତିକି କଷ୍ଟ ନ ହେଲେ କେଉଁ ମା କରିପାରେ ମମତାର ମୋଲଚାଲ । ଏ ଦୃଶ୍ୟ ସରକାରୀ ଯୋଜନା ପ୍ରତି ଏକ ବଡ ପ୍ରଶ୍ନବାଚୀ । ଏ ଦୃଶ୍ୟ ସରକାରଙ୍କ ବିକାଶ ପ୍ରତି ଏକ ପ୍ରଶ୍ନବାଚୀ । ଏ ଦୃଶ୍ୟ ଆଉ ଏକ ପ୍ରଶ୍ନ ଠାଉଛି କୁଆଡେ ଗାଏବ ହୋଇ ଯାଉଛି ସରକାରଙ୍କ ବିକାଳ ଯୋଜନା ।

ହାଟଡିଅ ବ୍ଲକ ବିଶୁଣୁପୁର ଗାଁ ରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଭାବ ବିହ୍ଵଳ ଦୃଶ୍ୟ । ମା ଟି ନିଜର 3 ମାସ ଶିଶୁ କନ୍ୟାକୁ କରିବା ପାଇଁ ଘର ଘର ବୁଲି ମୂଲଚାଲ କରୁଛି । ଯେମିତି କିଛି ଶିଶୁ ସନ୍ତାନ ନୁହେଁ କିଛି ସାମଗ୍ରୀ । ଅଞ୍ଚଳ ବାସି ଙ୍କୁ ବି ବାଧିଥିଲା ଏହି ଦୃଶ୍ୟ । ସେମାନେ ଉକ୍ତ ମହିଳା ଙ୍କୁ ବୁଝାସୁଝା କରି ରଖିଥିଲେ ।
ଏହି ଅଭାବ ଅସହାୟ ମହିଳା ଜଣକ ହେଉଛନ୍ତି ସାରଣୀୟା ପଞ୍ଚାୟତ ମହାପୁର ଗାଁ ର ମମତା ଦାସ । ଗତ 7 ମାସ ତଳୁ ସ୍ଵାମୀ ସନ୍ତୋଷ ଓ ଶାଶୁ ଙ୍କୁ ହରାଇ ଅସାହାୟ ହୋଇ ଯାଇଛନ୍ତି । ସରକାରୀ ସାହାଜ୍ୟରୁ ବଞ୍ଚିତ ଅଛନ୍ତି ମମତା । ତାଙ୍କ ନିକଟରେ ଆଧାର କାର୍ଡ ନାହି କି ରାଶନ କାର୍ଡ ନାହି ।
3 ଜଣ ଶିଶୁଙ୍କର ଦାୟିତ୍ଵ ରହିଛି ମମତା ଙ୍କ ମୁଣ୍ଡ ଉପରେ । କେମିତି 3 ଶିଶୁ ଙ୍କ ମୁହଁ ରେ ଦାନା ଦେବେ । ତେଣୁ ବାଧ୍ୟ ହୋଇ ସାନ ଝିଅକୁ ବିକ୍ରି କରିବାକୁ ବସିଛନ୍ତି ମମତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।




