IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାର ଭିତରେ ଥିଲେ ଦୁଇ ଝିଅ ଆଉ ଜଣେ ପୁଅ,15ଦିନ ଧରି କରୁଥିଲେ କଣ.. ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ କାର ଭିତରେ ଚାଲିଥିଲା କଣ ? ଆଜ୍ଞା ହଁ ପଡିଆ ରେ ଠିଆ ହୋଇଛି କଳା ମଚ ମଚ କାର । କେତେବେଳେ ଏ କୋଣରେ ତ ଆଉ କେବେ ପଡିଆର ସେ କୋଣରେ । କେତେବେଳେ ପଡିଆର ମଝିକୁ ଚାଲି ଆସୁଛି ତ ଆଉ କେବେ ରାସ୍ତା ପାଖକୁ । ଏମିତି ଦେଖୁଥିଲେ ଲୋକେ ।

ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ଦିନ ଧରି କର ଟି ଭ୍ରମଣ କରୁଥିଲା କଲୋନୀ ସାମ୍ନା ପଡିଆରେ । କଲୋନୀର ଲୋକ ମାନେ ବୁଝିପାରୁ ନ ଥିଲେ ଏ କାର ରେ ହେଉଛି କଣ କାର ରେ ଚାଲିଛି କଣ କାର ରେ କେଉଁ ମାନେ ଅଛନ୍ତି ଆଉ କାର ଟି କେଉଁ ଉଦେଶ୍ୟରେ ପଡିଆରେ ଠିଆ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଦିନେ କି ଦୁଇ ଦିନେ ନୁହେଁ ଦୀର୍ଘ ୧୫ ଦିନ ଧରି କାର ଭିତରେ ଜଣେ ପୁଅ ଓ ଦୁଇ ଜଣ ଝିଅ ଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ଯାଇଥିଲେ ।

ଆନନ୍ଦପୁର ଜଳ ସମ୍ପଦ ବିଭାଗ ସାମ୍ନା ପଡିଆରେ ଦିନ ତମାମ ଏହି କାର ଟି ରହୁଥିବା ବେଳେ ଜଳ ସମ୍ପଦ ବିଭାଗ ନିର୍ବାହୀ ଅଧିକାରୀ ଘଟଣା ବିଷୟରେ ଜାଣିବାକୁ କାର ପାଖକୁ ଆସିଥିଲେ । କାର ଭିତରେ ସେହି ପୁଅ ଆଉ ଦୁଇ ଝିଅ ଙ୍କୁ ପଚରା ଉଚରା କରିଥିଲେ ହେଲେ ସେମାନେ ସଠିକ ଉତ୍ତର ନ ଦେଇ ଗାଳି ଗୁଲଜ କରିଥିଲେ । ଘଟଣା ସମ୍ପକରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଟିମ ଗାଡି ପାଖରେ ପହଞ୍ଚି ଯାଞ୍ଚ କରିଥିଲା ।

କିନ୍ତୁ ଦୁଇ ଝିଅ ଆଉ ପୁଅ ଟି ପୋଲିସକୁ ସହଯୋଗ ନ କରି ଦୃଷ୍ଟ ଗତିରେ ସେଠାରୁ ଗେଟ ଭାଙ୍ଗି ପଳାଇ ଯାଇଥିଲେ । ପରେ ପୋଲିସ ଫିଲ୍ମ ଷ୍ଟାଇଲରେ ପିଛା କରିଥିଲା ଆଉ ୩ ଜଣଙ୍କୁ ଧରିଥିଲା । ସେହି ୩ ଜଣଙ୍କୁ ଥାନା କୁ ଆଣି ପଚରା ଉଚରା ଜାରି ରହିଥିବା ବେଳେ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ । ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣା ର ତଦନ୍ତ କରିବା ସହ କାର ଭିତରେ ସନ୍ଧାନ ମଧ୍ୟ ଜାରି ରଖିଛି ।

ଏବେ ଦୁଇ ଝିଅ ଓ ପୁଅ କୁ ଅଟକ ରଖିବା ସହ ପୋଲିସ ପଚରା ଉଚରା କରୁଛି କିନ୍ତୁ ଏ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହି କି ୧୫ ଦିନ ହେବ କାର ଭିତରେ କଣ ଚାଲିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button