ମନୋରଞ୍ଜନ

ପୁଲିସ ପୋଷାକ ପିନ୍ଧିଥିବା ପ୍ରଭୁ ଗଣେଶଙ୍କ ପ୍ରତିମା ଆଣି ଟ୍ରୋଲ ହେଲେ ବିଗବସ ‌ଫେମ୍ – Ibnodisha

[ad_1]

ମୁମ୍ବାଇ: ରାତି ପାହିଲେ ଗଣେଶ ଚତୁର୍ଥୀ ମହୋତ୍ସବ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ଏଥିପାଇଁ ଚାରିଆଡ଼େ ଜୋର‌ସୋର ପ୍ରସ୍ତୁତି ଚାଲିଥିବା ବେଳେ ଲୋକେ ବିଘ୍ନବିନାଶଙ୍କୁ ଘରୁକୁ ଆଣୁଛନ୍ତି। ଏହି କ୍ରମରେ ବିଗବସ-୧୬ର ଫେମ ଶିବ ଠାକରେ ପୁଲିସ ପୋଷାକ ପିନ୍ଧିଥିବା ପ୍ରଭୁ ଗଣେଶଙ୍କୁ ଘରକୁ ଆଣୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଶିବ ଠାକରେଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଶିବ ଠାକରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଉପରୁ ଲାଲରଙ୍ଗର କପଡ଼ା ଉଠାଉଛନ୍ତି। ଲାଲରଙ୍ଗର କପଡ଼ା ଉଠାଇବା ପରେ ପ୍ରଭୁ ଗଣେଶ ପୁଲିସ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି।
ତେବେ ପ୍ରଭୁ ଗଣେଶଙ୍କୁ ଏଭଳି ପୋଷାକ ପିନ୍ଧିଥିବା ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଉ କହିଛନ୍ତି, ଆପଣମାନଙ୍କୁ ଅନୁରୋଧ କି ଭଗବାନଙ୍କ ମୂର୍ତ୍ତି ସହିତ ଏପରି ପରିହାସ କରନ୍ତୁ ନାହିଁ। ଏହା ଆମ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି।

ଶିବ ଠାକରେ ‘ରୋଡିଜ’ ଜରିଆରେ ଟେଲିଭିଜନ ଡେବ୍ୟୁ କରିଥିଲେ। ସେ ତାଙ୍କ ରିୟଲିଟି ସୋ’ ଜରିଆରେ ଲୋକପ୍ରିୟତା ହାସଲ କରିଥିଲେ। ବିଗବସ-୧୬ ର ବିଜେତା ହେବାପରେ ସମ୍ପ୍ରତି ଶିବ ‘ଖତରୋ କି ଖିଲାଡ଼ି -୧୩’ରେ ନଜର ଆସୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button