IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରୋଷେଇ ଘରେ ଏହିଭଳି କାର୍ଯ୍ୟ କଲେ ଘରକୁ ଆସିଥାଏ ଗରିବୀ, ରହିଥାଏ ସବୁବେଳେ ଧନର ଅଭାବ

ରୋଷେଇ ଘରକୁ ନେଇ ଆମ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ଜିନିଷ କରିବା ପାଇଁ ବାରଣ କାରାଯାଇଛି । ତଥା ଏହିଭଳି କିଛି ଭୁଲ ଜିନିଷ କରିବା ଦ୍ଵାରା ଆମ ଘର କିମ୍ବା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଧନର ବି ଘୋର ଅଭାବ ହୋଇଥାଏ । ମାତା ଅନ୍ନପୂର୍ଣ୍ଣା ବି ପୁରା ଘର ଉପରେ କ୍ରୋଧିତ ହୋଇ ଯାଆନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନରେ ମାତା ଅନ୍ନପୂର୍ଣା ବାସ କରନ୍ତି ସେଠାରେ ସବୁ ଦେବା ଦେବୀ ବାସ କରନ୍ତି । ସେହି ଘର ଧନ ରତ୍ନରେ ପରିପୂର୍ଣ ହୋଇଯାଏ ।

ତେବେ ଆସନ୍ତୁ ଜାଣିବା ସେହି କାମ ବିଷୟରେ ଯାହାକୁ କରିଲେ ଆମର ବହୁତ ଅସୁବିଧା ହୋଇଥାଏ । କିଛି ମହିଳା ଅଛନ୍ତି ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ନା ହିଁ ସ୍ନାନ କରନ୍ତି, ନା ହିଁ ହାତ ସଫା କରନ୍ତି ତଥା ନିଜ ଚୁଟିରେ, ମୁହଁରେ ହାତ ମାରି ରୋଷେଇ କରିଥାନ୍ତି ଏହିଭଳି କରିବା ଦ୍ଵାରା ପୁରା ଖାଦ୍ୟ ଦୂଷିତ ହୋଇଥାଏ ।

ଏହି ଖାଦ୍ୟ ଖାଇବା ଦ୍ଵାରା ଘରେ ରୋଗ ସୃଷ୍ଟି ହୋଇଥାଏ । ଏହା ସହିତ ମାତା ଅନ୍ନପୂର୍ଣା କ୍ରୋଧିତ ହୋଇଯାଆନ୍ତି । ଏମିତି ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ । ଏମିତି ଘରେ ରହୁଥିବା ଲୋକଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ । ରାହୁ କେତୁଙ୍କର ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଏହିଭଳି ଭୁଲ କେବେ ବି କରିବା ଉଚିତ ନୁହେଁ । ସବୁବେଳେ ସଫା ସୁତୁରା ହୋଇ କିମ୍ବା ହାତ ଧୋଇ ରୋଷେଇ କରିବା ଉଚିତ ।

ଏମିତି କରିବା ଦ୍ୱାରା ମାତା ଅନ୍ନପୂର୍ଣା ବହୁତ ଜଲ୍ଦି ଖୁସି ହୋଇଯାଆନ୍ତି ଓ ଘରେ ଖୁସିର ବାସ ହୋଇଥାଏ । ଦ୍ୱିତୀୟ ଭୁଲଟି କଣ ଯାହାକି ଆପଣ ଅଜାଣତରେ ଯଦି କରୁଛନ୍ତି ତେବେ ଭୁଲରେ ବି ଆଉ କେବେ କରିବେ ନାହିଁ । ଯେଉଁ ସ୍ଥାନରେ ମହିଳାମାନେ ରୋଷେଇ କରନ୍ତି ସେହି ସ୍ଥାନକୁ ସବୁବେଳେ ସଫା ରଖିବା ଉଚିତ । ଯଦି ଏହି ସ୍ଥାନଟି ସଫା ସୁତୁରା ହୋଇ ନ ଥାଏ ତେବେ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ ଓ ଶନି ଦେବଙ୍କ ଖରାପ ପ୍ରଭାବ ବି ପଡିଥାଏ ।

ଏହିଭଳି ଘରେ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ପୁରା ଘର ଧୀରେ ଧୀରେ ନିର୍ଦ୍ଧନର ଶିକାର ହୋଇଥାଏ । ଏଥିପାଇଁ ରୋଷେଇଘରକୁ ସବୁବେଳେ ସଫା ରଖିବା ସହ ଏଠାରେ ସପ୍ତାହକୁ ଗଙ୍ଗା ଜଳ ଥରେ ଛିଞ୍ଚିବା ଉଚିତ । ଏହା ଫଳରେ ମାତା ଅନ୍ନପୂର୍ଣା ଖୁସି ହୋଇଥାନ୍ତି ଓ ଆପଣଙ୍କୁ ଓ ଆପଣଙ୍କ ଘରର ସବୁ ସଦସ୍ୟଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଯଦି ମନୁଷ୍ୟ ନିଜ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଜରୁରୀ ଅଟେ କି ତାର ସ୍ୱାସ୍ଥ୍ୟ ଭଲ ରହିବ । ଯଦି ଶରୀର ସୁସ୍ଥ ଥିବ ତେବେ ବ୍ୟକ୍ତି ସବୁବେଳେ ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ରୋଷେଇ ଘର ସଫା ଥାଏ ଓ ଏହିପରି ଭୁଲ ହୋଇ ନ ଥାଏ ତେବେ ମାତା ଅନ୍ନପୂର୍ଣା ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘରକୁ ଧନ ଧନ୍ୟରେ ପରିପୂର୍ଣ କରି ଦିଅନ୍ତି ।

ଯଦି ଆପଣ ଆପଣଙ୍କ ରୋଷେଇ ଘରେ ଧାରୁଆ ଜିନିଷ ରଖିଛନ୍ତି । ତେବେ ଏହାକୁ ଅତି ଶୀଘ୍ର ଘରୁ ବାହାର କରିଦିଅନ୍ତୁ । ନଚେତ ଏଥିପାଇଁ ଘରେ ବିବାଦ ସୃଷ୍ଟି ହୋଇଥାଏ ଓ ଚିନ୍ତା ବଢିଥାଏ । ଏଥିପାଇଁ ରୋଷେଇ ଘରେ ଛୁରୀ ତ ରହିବ କିନ୍ତୁ ଅଦରକାରୀ ଧାରୁଆ ଜିନିଷକୁ ରଖନ୍ତୁ ନାହିଁ । ଏଭଳି ଜିନିଷ ରଖିଲେ ଘରେ ନକରାତ୍ମକ ପ୍ରଭାବ ବଢିଥାଏ । ଯେଉଁ ରୋଷେଇ ଘରେ ଏହିଭଳି ସବୁ ଭୁଲ ହୋଇଥାଏ ଏହାକୁ ହାଲୁକା ଭାବରେ ନ ନେଇ ଏଥି ପ୍ରତି ସତର୍କ ରୁହନ୍ତୁ ନଚେତ ଦାରିଦ୍ର୍ୟତା ବଢି ପାରେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button