IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣଙ୍କ ଘର ପାଖରେ ଥିଲେ ଏହି ଗଛ ତେବେ ଆଜି ହିଁ ଆଣନ୍ତୁ ତା’ର ଚେର ସବୁ ଦୁଃଖ ହୋଇଯିବ ଦୂର

ଆମ ଘର ମାନଙ୍କରେ ବହୁତ ସୁଖ ସୁବିଧା ଥାଏ ତଥାପି ଘରେ ଅଶାନ୍ତି ପରିବେଶ ରହିଥାଏ । ସବୁବେଳେ ଝଗଡା ଲାଗି ରହିଥାଏ ଓ କେବେ ବି ଶାନ୍ତି ମିଳି ନଥାଏ । ଏଥି ପାଇଁ ଆମେ ବହୁତ ପ୍ରକାରର ଉପାୟ କରିଥାଉ କିନ୍ତୁ ଆମକୁ ସେଥିରୁ କିଛି ବିଶେଷ ଲାଭ ମିଳି ନଥାଏ । ତନ୍ତ୍ର ଶାସ୍ତ୍ର ଅନୁସାରେ ବହୁତ ଚେରମୂଳି ଅଛି ଯାହାକୁ ଆପଣ ପାଖରେ ରଖିଲେ ଶାନ୍ତି ମିଳିଥାଏ । ଆଜି ଆମେ କଥା ହେବା ଏମିତି ଏକ ଗଛ ବିଷୟରେ ଯାହା ଆମ ଆଖ ପାଖରେ ଦେଖାଯାଇଥାଏ ।

ହେଲେ ଆମେ ଏହାର ଚମତ୍କାରିତା ଗୁଣ ସହିତ ପରିଚିତ ନୁହେଁ ।

ତାହା ହେଉଛି ଅରଖ ଗଛ । ଏହାକୁ ଲଗାଇଲେ ଘରେ ଶାନ୍ତି ରହିଥାଏ । ଏହି ଗଛର କ୍ଷୀର ବିଷାକ୍ତ ହୋଇଥାଏ । ଏହି ଗଛକୁ ଘର ଭିତରେ ନ ଲଗାଇ ଘର ବାହାରେ ଲଗାନ୍ତୁ । ଏହି ଗଛରେ ଭଗବାନ ଗଣେଶ ବାସ କରନ୍ତି ।

ଏହି ଗଛର ଚେରକୁ ବହୁତ ଶୁଭ ମନା ଯାଇଥାଏ । ଏହି ଚେରକୁ ଘରେ ରଖି ପୂଜା କଲେ ବ୍ୟାଡ ଲକ ଦୂର ହୁଏ । ଏହି ଗଛକୁ ଘରର ସାମ୍ନାରେ ଲଗାଇବେ । ଏହା ଦ୍ଵାରା ଘରର ସବୁ ଅସୁବିଧା ଦୂର ହେବ । ଏବେ ଆମେ ଆପଣଙ୍କୁ ଏକ ଉପାୟ କହିବୁ ଯାହା ଦ୍ଵାରା ଘରୁ ଅଶାନ୍ତି କଳହ ଦୂର ହେବ, ନେଗେଟିଭ ଏନର୍ଜି ଦୂର ହେବ । ଯଦି ଆପଣଙ୍କୁ ଲାଗୁଛି କେହି ଯଦି ତନ୍ତ୍ର ମନ୍ତ୍ର ବା ଗୁଣି ଗାରେଡି କରୁଛି ତେବେ ଏହି ଉପାୟ ଦ୍ଵାର ତାହା ନିଶ୍ଚୟ ଦୂର ହେବ ।

 

ଏହି ଗଛର ଚେରକୁ ନେଇ କୌଣସି ପୂର୍ଣ୍ଣିମା ଦିନ ଲାଲ କପଡାରେ ବାନ୍ଧି ଘରେ ରଖି ଦିଅନ୍ତୁ । ଘରେ ତାହାକୁ ନିତ୍ୟ ପୂଜା କରନ୍ତୁ । ଆପଣଙ୍କ ଘରେ ଥିବା ଗଛ ସାମ୍ନାରେ ଓଁ ନମୋ ବିଘ୍ନହରାୟ ଗଂ ଗଣପତି ନମଃ ମନ୍ତ୍ର ଜପ କରି ମିଶ୍ରି ଜଳ ଏହି ଗଛକୁ ଅର୍ପଣ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ଦୁଷ୍ଟ ଗ୍ରହ କିପରି ଭାବେ ଶାନ୍ତ ହୋଇଯିବ ।

ଏହି ଗଛର ଚେରକୁ ଭଗବାନଙ୍କ ପାଖରେ ରଖି ୧୦୮ ଥର ଓଁ ନମୋ ଅଗ୍ନିରୂପାୟ ହିଂ ଜପ କରି ନିଜ ଦେହରେ ଲଗାନ୍ତୁ ବା ନିଜ ପାଖରେ ରଖନ୍ତୁ, କୌଣସି ଭୟ ରହିବ ନାହିଁ ।

 

ଯଦି ଆପଣଙ୍କ ଶିଶୁ ଶୋଇଥିବା ବେଳେ ଚମକୁଛି, ବାରମ୍ବାର ଉଠି ଯାଉଛି, ଡରୁଛି, ବାରମ୍ବାର କାନ୍ଦୁଛି ତେବେ ଏହି ଗଛର ଚେର, ରେଡ ଷ୍ଟୋନ, ରସୁଣ ୨-୪ ଟା ଓ ମୟୁରପଙ୍ଖ ନେଇ ଏକ କପଡାରେ ସିଲେଇ କରି ଦିଅନ୍ତୁ । ଆପଣ ଏହାକୁ ସବୁବେଳେ ଛୁଆ ପାଖରେ ରଖନ୍ତୁ । ଆପଣ ଦେଖିବେ ଛୁଆ ଆଉ ଡରିବନି ବା ବିନା କାରଣରେ କାନ୍ଦିବନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button