ମନୋରଞ୍ଜନ

ଏହି କାରଣରୁ ବାପାଙ୍କ ୭୩ବର୍ଷ ପୁରୁଣା ଘରକୁ ବିକ୍ରି କରିଦେଲେ ଦେବଆନନ୍ଦଙ୍କ ପୁଅ ଓ ଝିଅ – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡକୁ ଗୋଟିଏ ପରେ ଅଭୁଲା ସିନେମା ଦେଇଥିବା ହିନ୍ଦୀ ଚଳଚ୍ଚିତ୍ରର ଭେଟରାନ ଅଭିନେତା ଦେବଆନନ୍ଦଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି।  ଏହି ଖବରଟି ହେଉଛି ଦେବଆନନ୍ଦଙ୍କର ୭୩ବର୍ଷ ପୁରୁଣା ଘର ବିକ୍ରି ହୋଇଯାଇଛି। ଅର୍ଥାତ ଦେବଆନନ୍ଦଙ୍କ ଏହି  ଘର ଏବେ ୨୨ ମହଲା ବିଶିଷ୍ଟ ଏକ ଟାୱାରରେ ପରିଣତ ହେବାକୁ ଯାଉଛି।

କୁହାଯାଉଛି କି ଅଭିନେତା ତଥା ନିର୍ଦ୍ଦେଶକ ଦେବଆନନ୍ଦ ନିଜ ଜୀବନର ୪୦ ବର୍ଷ ପତ୍ନୀ କଳ୍ପନା କାର୍ତ୍ତିକଙ୍କ ସମେତ ନିଜ ପୁଅ ଓ ଝିଅଙ୍କ ସହ ଏହି ଘରେ କାଟିଥିଲେ । ଏହି ଘରେ ତାଙ୍କର ଅନେକ ସ୍ମୃତି ଭରି ରହିଥିବା ବେଳେ ଏବେ ଏହା ବିକ୍ରି ହୋଇ ସାରିଛି।

ଦେବଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦ ଦୀର୍ଘ ଦିନ ଧରି ଆମେରିକାରେ ରହି ଆସୁଥିବା ବେଳେ ଝିଅ ଦେବନା ତାଙ୍କ ମା’ଙ୍କ ସହିତ ଓଟିରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ଦେବଆନନ୍ଦଙ୍କ ଏହି  ଘର ଖାଲି ପଡିଥିଲା ଏବଂ ଏହାର ଯତ୍ନ ନେବା ପାଇଁ କେହି ନଥିଲେ । ତେଣୁ ପୁଅ ଓ ଝିଅ ଏହି ଘର ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ ।

୧୯୫୦ମସିହାରେ ଅଭିନେତା ଦେବଆନନ୍ଦ ଏହି ଘର ନିର୍ମାଣ କରିଥିଲେ।  ଏହି ଘର ସମ୍ପ୍ରତି କୋଟି କୋଟି ଟଙ୍କାରେ  ଏକ ରିଏଲ୍ ଇଷ୍ଟେଟ୍ କମ୍ପାନିକୁ ବିକ୍ରି କରାଯାଇଛି । ବର୍ତ୍ତମାନ ଏହି ଘରର କାଗଜ ପତ୍ର ଯାଞ୍ଚ୍ ଚାଲିଛି । ତେବେ ଅଭିନେତାଙ୍କର ଏହି ଘର ପ୍ରାୟ ୪୦୦କୋଟିରେ ବିକ୍ରି ହୋଇଥିବା ନେଇ ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button