IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ଶିଶୁର ଆଖି ସମସ୍ଯା ଅଛି ବୋଲି କେମିତି ଜାଣିବେ ? ଦେଖନ୍ତୁ ଏନେଇ ଚକ୍ଷୁରୋଗ ବିଶେଷଜ୍ଞ Dr Devjyoti Tripathy ଙ୍କ ଖାସ୍ ଟିପ୍ସ

ସାଧାରଣତଃ ଆମେ ପଢିବା ବେଳେ କିମ୍ବା କମ୍ପ୍ୟୁଟରରେ କାମ କରିବା ବେଳେ ଯଦି ଆମ ଆଖିକୁ ଭଲଭାବେ ଦେଖା ନଯାଏ, ତେବେ ଆମେ ଜାଣି ପାରିଥାଉ କି ଆମ ଦୃଷ୍ଟିଶକ୍ତି ଦୁର୍ବଳ ଅଛି । ଯାହାପରେ ଆମେ ଚକ୍ଷୁ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା କରାଇଥାଉ । କିନ୍ତୁ ଯେତେବେଳେ ଶିଶୁଙ୍କର ଆଖିରେ କୌଣସି ସମସ୍ଯା ହୁଏ ବା ସେମାନଙ୍କ ଦୃଷ୍ଟିଶକ୍ତି କମିଯାଏ ସେମାନେ ତାହା ଜାଣିପାରନ୍ତି ନାହିଁ କି କହିପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ଅଭିଭାବକମାନେ କେମିତି ଚିହ୍ନିବେ, ଆସନ୍ତୁ ଜାଣିବା ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀଙ୍କ ଠାରୁ ।

ଶିଶୁ ଯେତେବେଳେ ଜନ୍ମ ହୁଏ ସେତେବେଳେ ତା’ର ଦୃଷ୍ଟିଶକ୍ତି ସଂପୂର୍ଣ୍ଣ କ୍ଷୀଣ ଥାଏ । ପିଲା ଯେତେ ବଡ ହୁଏ ତା’ର ଦୃଷ୍ଟିଶକ୍ତି ମଧ୍ୟ ସେହି ଅନୁସାରେ ଧୀରେ ଧୀରେବଢିଥାଏ । ପିଲା ଛୋଟ ଥିଲା ବେଳେ ତା’ ଆଖପାଖ ଜିନିଷକୁ ଭଲଭବେ ଦେଖିପାରେ । ଆଉ ଯେତେବେଳେ ସେ ଚାଲିବାକୁ ଆରମ୍ଭ କରେ ସେତେବେଳେ ଦୂର ଜିନିଷ ମଧ୍ୟ ଦେଖିବା ପାଇଁ ତା ଦୃଷ୍ଟିଶକ୍ତି ବଢିବାକୁ ଆରମ୍ଭ ହୁଏ ।

ସେଥିପାଇଁ ପିଲା ଆସ୍ତେ ଆସ୍ତେ ଚାଲିକି ଯାଏ ଦୂର ଜିନିଷକୁ ଦେଖେ ଓ ତଳେ ପଡିଥିବା ଜିନିଷକୁ ଉଠାଏ । ପିଲାର ବୟସ ସହିତ ଦୃଷ୍ଟିଶକ୍ତିର ମାଚ୍ୟୁରିଟି ମଧ୍ୟ ବଢେ । ହେଲେ ବାପାମା ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ ଏହି ସବୁ ହେଉଥିବା ବେଳେ ଯଦି ପିଲାର ବ୍ୟବହାରରେ କିଛି ଆବନର୍ମାଲିଟି ଦେଖାଯାଉଛି କି ନାହିଁ ।

ବାପାମା ଧ୍ୟାନ ଦେବା ଉଚିତ ଯେ, ପିଲାଟି ଦୁଇ ମାସ ବୟସରେ ଯେଉଁ ଜିନିଷ ଦେଖି ପାରୁଥିଲା ୬ ମାସ ବୟସ ହେଲା ବେଳକୁ ସେହି ଜିନିଷକୁ ସଠିକ ଭାବେ ଦେଖିପାରୁଛି କିମ୍ବା ଦେଖିବାକୁ ଚେଷ୍ଟା କରୁଛି କି ନାହିଁ । ଯଦି ଆପଣ ନିଜ ଶିଶୁଠାରେ ଏମିତି କିଛି ପରିଲକ୍ଷିତ କରୁଛନ୍ତି ତେବେ ଜାଣି ନିଅନ୍ତୁ ଯେ ନିଶ୍ଚିତ ଭାବେ ଏହା ନର୍ମାଲ ନୁହେଁ ।

କାରଣ ପିଲାଟି ଯଦି ଦୁଇ ମାସରେ ଯାହା ଦେଖି ପାରୁଥିଲା ୬ ମାସ ବେଳକୁ ତାହା ଦେଖିପାରୁନି ତେବେ ନିଶ୍ଚିତ ଭାବେ ତା’ ଆଖିରେ କିଛି ଅସୁବିଧା ଅଛି । ଏଭଳି ଜିନିଷ ପାଇଁ ବାପାମା’ ସଚେତନ ରହିବା ସହ ନିଜ ଛୁଆ ପ୍ରତି ଭଲରେ ଧ୍ୟାନ ଦେବା ଜରୁରୀ ।

ପିଲା ବଢିବା ସହ ଯଦି ତା’ର ଦୃଷ୍ଟିଶକ୍ତି ମଧ୍ୟ ସବଳ ହେବାକୁ ଲାଗୁଛି କିମ୍ବା ଦୁର୍ବଳ ଲାଗୁଛି ତେବେ ପିଲାର ଦୃଷ୍ଟିଶକ୍ତିରେ କୌଣସି ଅସୁବିଧା ଅଛି କି ନାହିଁ ଆପଣ ତାହା ଜାଣିପାରିବେ । ଯଦି ଆପଣଙ୍କ ମନରେ ଏହାକୁ ନେଇ କିଛି ସନ୍ଦେହ ଆସୁଛି ତେବେ ଆପଣ ନିଜ ଛୁଆକୁ ଚକ୍ଷୁରୋଗ ଡାକ୍ତରଙ୍କ ପାଖରେ ପରାମର୍ଶ କରନ୍ତୁ ।

ପିଲା ମୁହଁରେ କିଛି ନକହି ପାରୁଥିଲେ ମଧ୍ୟ ଡାକ୍ତରଙ୍କ ପରୀକ୍ଷା କରିବାର ବିଶେଷ ପଦ୍ଧତି ରହିଛି ଯାହାଦ୍ୱାରା ସେ ଜାଣିପାରିବେ କି ପିଲାର ଆଖିରେ କୌଣସି ସମସ୍ଯା ରହିଛି କି ନାହିଁ । ଆଉ ସେହି ଅନୁସାରେ ପିଲା ପାଇଁ କଣ ଚିକିତ୍ସା ଆବଶ୍ୟକ ତାହା ଡାକ୍ତର ଆପଣଙ୍କୁ ଅବଗତ କରାଇଦେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button