IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳୁ ଜୁଆଣୀ ପାଣି ପିଇଲେ ଦୂର ହୋଇଥାଏ ଏହି 10 ଭୟଙ୍କର ରୋଗ, ଜୁଆଣିର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ (Ajwain Water Benefits)

ଜୁଆଣୀକୁ ଆମ ରୋଷେଇ ଘରେ ମସଲା ଭାବେ ବ୍ୟବହାର କରିଥାଉ । କିନ୍ତୁ ଏହା କେବଳ ମସଲା ନୁହେଁ ବରଂ ବିଭିନ୍ନ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ । ଜୁଆଣୀରେ କ୍ୟାଲସିୟମ, ପୋଟାସିୟମ, ଫସଫରସ, ଆୟୋଡିନ ଏବଂ କେରାଟିନ ନାମକ ପୋଷକତତ୍ତ୍ଵ ଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପୁରାତନ ଯୁଗରୁ ଅନେକ ରୋଗକୁ ଦୂର କରିବା ପାଇଁ ଜୁଆଣିର ବ୍ୟବହାର ହୋଇଆସୁଛି ।

ଜୁଆଣୀରୁ ପାନୀୟ ପ୍ରସ୍ତୁତ କରି ପିଇବା ହେଉଛି ସବୁଠୁ ଭଲ ଉପାୟ । ଜୁଆଣୀ ପାଣି ପିଇବା ଦ୍ଵାରା ଆମ ଶରୀରର ମେଟାବୋଲିଜିମ ହାର ବୃଦ୍ଧି ପାଇଥାଏ । ଯାହାଫଳରେ ହଜମକ୍ରିୟା ଭଲଭାବେ ହୋଇଥାଏ । କୋଷ୍ଠକାଠିନ୍ୟ, ବଦହଜମି, ଏସିଡିଟି, ଗ୍ୟାଷ୍ଟିକ ଏବଂ ଡାଇରିଆ ଭଳି ସମସ୍ଯାରୁ ଜୁଆଣୀ ପିଇବା ଦ୍ଵାରା ମୁକ୍ତି ମିଳିଥାଏ । କାରଣ ଜୁଆଣୀରେ ଥିବା ପୋଷକତତ୍ତ୍ଵ ପାଚକ ରସର କ୍ଷରଣକୁ ତ୍ୱରାନ୍ୱିତ କରିଥାଏ ।

ଜୁଆଣୀକୁ ଉଷୁମ ପାଣିରେ ପକାଇ ସେବନ କରିବା ଦ୍ଵାରା ଏହା ସାଧାରଣ ଥଣ୍ଡା ଓ ନାକ ବନ୍ଦ ହେବା ସମସ୍ଯାରୁ ଉପଶମ ଦେଇଥାଏ । ଜୁଆଣୀକୁ ଏକ ସଫା କପଡାରେ ବାନ୍ଧି ସୁଙ୍ଘିବା ଦ୍ଵାରା ମାଇଗ୍ରେନ ବା ଅଧକପାଳି ମୁଣ୍ଡବିନ୍ଧା ଦୂର ହୋଇଥାଏ । ଏହା ବ୍ଯତୀତ ଶ୍ଵାସରୋଗ ଦୂର କରିବାରେ ମଧ୍ୟ ଜୁଆଣୀ ଲାଭଦାୟକ ହୋଇଥାଏ ।

ଜୁଆଣୀ ଏକ ପ୍ରାକୃତିକ ଆଣ୍ଟି-ବାୟୋଟିକ ଭଳି କାମ କରିଥାଏ । ଜୁଆଣୀ ପିଇଲେ ଫୁସଫୁସରେ ଜମିଥିବା କଫ ବାହାରି ଆସେ, ତେଣୁ ଶ୍ଵାସରୋଗୀଙ୍କୁ ଶ୍ଵାସ ନେବାରେ ସମସ୍ଯା ହୁଏନାହିଁ । ଥଣ୍ଡା ଯୋଗୁଁ ଦାନ୍ତ କିମ୍ବା କଣ ବିନ୍ଧୁଥିଲେ ଏହି ସମସ୍ୟାକୁ ମଧ୍ୟ ଜୁଆଣୀ ଦୂର କରିଥାଏ ।

କାନରେ ଜୁଆଣୀ ତେଲ ପକାଇଲେ ଦାନ୍ତ ବିନ୍ଧା ଭଲ ହେବା ସହ ଉଷୁମ ପାଣିରେ ଗୋଟିଏ ଚାମୁଚ ଜୁଆଣୀ ପକାଇ ଗାର୍ଗାଲିନ କଲେ ତାହା ମଧ୍ୟ ଭଲ ହୋଇଯାଏ । ପ୍ରତିଦିନ ସକାଳେ ଜୁଆଣୀ ପାଣି ପିଇବା ଦ୍ଵାରା ଦାନ୍ତ ଓ ମଧ୍ୟ ସୁସ୍ଥ ରହିଥାଏ । ଏହାସହ ଦାନ୍ତବିନ୍ଧା, ପାଇରିଆ ଓ ପାଟିଗନ୍ଧ ସମସ୍ଯାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଯଦି ବୟସ ପୂର୍ବରୁ କେଶ ପାଚୁଛି ତେବେ ଗୋଟିଏ ପାତ୍ରରେ କିଛି ଭୃସଙ୍ଗ ପତ୍ର, କିଛି କିସମିସ ଓ ଗୋରିଏ ଚାମୁଚ ଜୁଆଣୀ ନେଇ ଫୁଟାନ୍ତୁ । ଏହି ମିଶ୍ରଣକୁ କିଛିଦିନ ପିଇଲେ ଅଳ୍ପ ବୟସରୁ ଚୁଟି ପାଚିବା ସମସ୍ଯାରୁ ମୁକ୍ତି ମିଳିଥାଏ । ଆଣ୍ଠୁଗଣ୍ଠି ଫୁଲା ଓ ବିନ୍ଧା ଆଡିକୁ ମଧ୍ୟ ଜୁଆଣୀ ଦୂର କରିଥାଏ । ଏଥିପାଇଁ ଜୁଆଣୀକୁ ପେଷି ଏକ ପେଷ୍ଟ ବନେଇ ଆଣ୍ଠୁଗଣ୍ଠିରେ ଲଗାଇଲେ ଭଲ ହୋଇଥାଏ ।

ନଚେତ ଜୁଆଣୀକୁ ପାଣିରେ ମିଶାଇ ସେହି ପାଣିରେ ଅଧଘଣ୍ଟା ଯାଏଁ ଗୋଡ ବୁଡେଇ ରଖିଲେ ମଧ୍ୟ ଉପଶମ ମିଳିଥାଏ । ଜୁଆଣୀ ପାଣି ପିଇବା ଦ୍ଵାରା ମାସିକ ଧର୍ମରେ ଅତ୍ୟଧିକ ରକ୍ତସ୍ରାବ ଓ ଅନିୟମିତ ଋତୁସ୍ରାବକୁ ମଧ୍ୟ ଏହା ଭଲ କରିଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଜୁଆଣୀ ପାଣି ଖୁବ ଭଲ ହୋଇଥାଏ ।

କିଡନୀ ଷ୍ଟୋନକୁ ଜୁଆଣୀ ପ୍ରାକୃତିକ ଉପାୟରେ ଭଲ ତରଳାଇବାରେ ସାହାଯ୍ୟ କରିଥାଏ । ଗୋଟିଏ ଚାମୁଚ ଜୁଆଣୀ ଓ ଗୋଟିଏ ଚାମୁଚ ମହୁକୁ ଅଧା ଚାମୁଚ ଭିନେଗାର ସହ ମିଶାଇ ପିଇଲେ କିଡନୀ ଷ୍ଟୋନ ଧୀରେ ଧୀରେ ମେଲ୍ଟ ହୋଇଯାଏ । ଜୁଆଣୀ ଆମ ଚର୍ବି କମ୍ କରିବାରେ ବା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଜୁଆଣୀ ପାଣି ପିଇବା ଦ୍ଵାରା ଡାଇବେଟିସ ସମ୍ଭାବନା ମଧ୍ୟ କମି ଯାଇଥାଏ । ଶେଷରେ ଜୁଆଣୀ ଅନିଦ୍ରିତତା ଓ ମାନସିକ ଚାପ ମଧ୍ୟ ଦୂର କରିଥାଏ । ଏହା ଆମ ହାର୍ଟକୁ ସୁସ୍ଥ ରଖିବା ସହ କୋଲେଷ୍ଟ୍ରୋଲ ମଧ୍ୟ କମ୍ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button