IBN ଓଡ଼ିଶା ବ୍ୟୁରୋ

ଯେତେ ବି ଧଳା ବାଳ ହୋଇଥାଉ ଗୋଟି ଗୋଟି କରି କଳା ହୋଇଯିବ, ଥରେ କେଶରେ ପ୍ରୟୋଗ କରି ଦେଖନ୍ତୁ ଏହି ଚମତ୍କାରୀ ଘରୋଇ ଉପଚାର

ଆଜିକାଲି କମ୍ ବୟସରେ କେଶ ଧଳା ହୋଇଯିବା ଖୁବ ସାଧାରଣ କଥା ହୋଇଗଲାଣି । ପ୍ରଦୂଷିତ ପରିବେଶ, ଅସନ୍ତୁଳିତ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ ଯୋଗୁଁ ବହୁତ କମ୍ ୟସରୁ ମଧ୍ୟ ପିଲାଙ୍କ କେଶ ଧଳା ପଡିଯାଉଛି । କିନ୍ତୁ ଏବେବି ଅନେକ ବୃଦ୍ଧ ମାନଙ୍କର କେଶ ଖୁବ ଘନ ଏବଂ କଳା ଥିବାର ଦେଖିବାକୁ ମିଳୁଛି । ତେବେ ଆପଣ ଯଦି ଧଳା କେଶକୁ କଳା ଏବଂ ଘାନା କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ନେଇ ଆସିଛୁ ।

କେଶ ଧଳା କରିବା ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଚାହାପତି । ଆପଣ ଘରେ ବ୍ୟବହାର କରୁଥିବା ଯେକୌଣସି ଚାହାପତି ଏଥିରେ ବ୍ୟବହାର କରିପାରିବେ । ଚାହାପତିକୁ ପ୍ରଥମେ ଭଲଭାବେ ଗ୍ରାଇଣ୍ଡିଂ କରି ଫାଇନ ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ଚାହାପତିରେ ଟେନିନ ନାମକ ପଦାର୍ଥ ଥାଏ ଯାହା ଆପଣଙ୍କ କେଶକୁ କଳା କରିବାରେ ସାହାଯ୍ୟ କରେ ଓ ଏଥିରେ ଭିଟାମିନ-ଡି ମଧ୍ୟ ରହିଥାଏ ।

ଏହାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି କଫି ପାଉଡର । କଫି ପାଉଡର ମଧ୍ୟ ଆମ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହା କେଶକୁ ଶୀଘ୍ର ଧଳା ପଡ଼ିବାରୁ ଓ ଜଟ ପଡିବାରୁ ରୋକିଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଚାରିରୁ ପାଞ୍ଚ ବୁନ୍ଦା ଲେମ୍ବୁ ରସ । ଲେମ୍ବୁ ରସ ଆମ କେଶ ପାଇଁ ନିହାତି ଆବଶ୍ୟକ ହୋଇଥାଏ । କାରଣ ଏହା ଆମ କେଶର ଚର୍ମକୁ ସଫା ରଖେ ଓ ସେଥିରେ ହେଉଥିବା ସଂକ୍ରମଣକୁ ରୋକିଥାଏ ।

କିନ୍ତୁ ମନେରଖନ୍ତୁ ଲେମ୍ବୁ ରସ କେବେବି ସିଧାସଳଖ ଆମ କେଶରେ ଲଗାଇବା ଉଚିତ ନୁହେଁ । ଏଥିରେ ଥିବା ଏସିଡ ସିଧାସଳଖ ଆମ କେଶମୂଳରେ ଲାଗିଲେ ଏହା କେଶ ପାଇଁ ଖ୍ୟାତିକାରଣ ହୋଇଥାଏ । ତେଣୁ ତେଲରେ ଏହାକୁ ମିଶାଇ ଲଗାଇଲେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ତେବେ ଶେଷ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ନଡିଆ ରସ । ପୁରାତନ କାଳରୁ କେଶରେ ନଡିଆ ତେଲ ଲଗାଯାଉଛି ।

କାରଣ ଏହି ତେଲ ଆମ କେଶକୁ ଆବଶ୍ୟକୀୟ ପୋଷାକତତ୍ତ୍ଵ ଯୋଗାଇଥାଏ ଓ ଆମ କେଶକୁ ସୁସ୍ଥ ସବଳ ରଖିଥାଏ । ତେବେ ଆପଣ ପ୍ରଥମେ ଚାରି ଚାମୁଚ ନଡିଆ ତେଲ ଏକ ଛୋଟ ଗିନାରେ ଢାଳି ଦିଅନ୍ତୁ ଓ ସେଥିରେ ଦରକାର ଅନୁଯାୟୀ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏବେ ସେଥିରେ ଏକ ଗୁଣ୍ଡ କରି ରଖିଥିବା ଏକ ଚାମୁଚ ଚାହା ଗୁଣ୍ଡ ଓ ଏକ ଚାମୁଚ କଫି ଗୁଣ୍ଡ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ ।

ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ ଓ ଏହାପରେ ଏକ ପାତ୍ରରେ ପାଣି ଗରମ କରି ତା’ ଉପରେ ଏହି ମିଶ୍ରଣକୁ ରଖି ଗରମ କରନ୍ତୁ । କେବେବି ସିଧାସଳଖ ଆପଣ ଏହି ମିଶ୍ରଣକୁ ଗରମ କରିବେ ନାହିଁ । ଏହାପରେ ଉଷୁମ ଉଷୁମ ତେଲ ଭଳି ଆପଣ ନିଜ କେଶ ଓ କେଶମୂଳରେ ଭଲଭାବେ ଏହାକୁ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମୁଣ୍ଡରେ ରକ୍ତ ସଞ୍ଚାଳନ ଭଲ ଭାବେ ହେବ ଓ କେଶ ମଧ୍ୟ ବଢିବ ତଥା ସୁସ୍ଥ ରହିବ ।

ଏହିପରି ସପ୍ତାହରେ ତିନି ଥର ଲଗାନ୍ତୁ, ଦେଖିବେ ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହେବ ଓ ଆପଣଙ୍କୁ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ହେୟାର ଡାଏ ଲଗେଇବାକୁ ପଡିବନି । ଏହା ଦୁଇରୁ ତିନି ଘଣ୍ଟା କେଶରେ ଲାଗି ରହିବା ପରେ ଆପଣ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button