IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅତି ପୁରୁଣା ଅର୍ଶ ମଧ୍ୟ ଭଲ କରିଦେବ ଏହି ଘରୋଇ ଉପଚାର, ଜାଣି ରଖନ୍ତୁ ଏହି Home Remedy

ଅନିୟମିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ଅର୍ଶ, ମଳକଣ୍ଟକ ବା ଭଗନ୍ଦର ଭଳି ସମସ୍ଯା ଭୋଗୁଛନ୍ତି । ଅର୍ଶ ଭଳି ସମସ୍ଯା ହେଲେ ବସିବା, ଉଠିବା ଓ ଝାଡା ଯିବା ବେଳେ ଅସହଜ ମନେ ହେବା ସହ ଖୁବ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଅନେକ ସମୟରେ ସେଥିରୁ ରକ୍ତ ମଧ୍ୟ ପଡିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏପରି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରି ଆପଣ ଅର୍ଶ ଭଳି ସମସ୍ଯାରୁ ମୁକ୍ତ ହୋଇପାରିବେ ।

ପ୍ରଥମ ଘରୋଇ ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ଲାଜକୁଳୀ ପତ୍ର, ଯାହା ଘରର ବାଡିପଟେ ସହଜରେ ମିଳିଯାଏ । ଏହି ଗଛକୁ ଛୁଇଁବା ମାତ୍ରେ ଏହାର ପତ୍ର ବନ୍ଦ ହୋଇଯାଏ ବା ମଉଳି ଯାଏ । ବଣୁଆ ଗଛ ଭାବି ଆମେ ଲାଜକୁଳୀ ଲତା ବା ଗଛକୁ ଆଡେଇ ଦେଇଥାଉ । କିନ୍ତୁ ଆମ ଆୟୁର୍ବେଦ ଗ୍ରନ୍ଥରେ ରହି ଲାଜକୁଳୀ ପତ୍ରର ଅନେକ ଉପଯୋଗୀତା ରହିଛି । ଏହି ପତ୍ର ଆପଣଙ୍କ ଅର୍ଶ ଭଳି ସମସ୍ଯାକୁ ସବୁଦିନ ପାଇଁ ଦୂର କରିବାରେ ସହାୟକ ହେବ ।

ଏହି ଗଛରେ କଣ୍ଟା ରହିଥିବାରୁ ସାବଧାନତାର ସହ କିଛି ପତ୍ର ତୋଳି ଦିଅନ୍ତୁ ଓ ଏହାକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ । ଏବେ ଏକ କପ୍ ରେ ଗାଈ କ୍ଷୀର ନିଅନ୍ତୁ । ବଜାରରେ ମିଳୁଥିବା କ୍ଷୀର ମଧ୍ୟ ଆପଣ ଏଥିପାଇଁ ବ୍ୟବହାର କରି ପାରିବେ । ଏହି ଉପଚାର ପାଇଁ ଆପଣଙ୍କୁ କଞ୍ଚା କ୍ଷୀରର ଆବଶ୍ୟକତା ହେବ ।

ଏକ କପ୍ କଞ୍ଚା କ୍ଷୀରରେ ଅଳ୍ପ ଲାଜକୁଳୀ ପତ୍ର ପକାଇ ଦିଅନ୍ତୁ । ଗୋଟିଏ ଲାଜକୁଳୀ ଡେମ୍ଫରେ ଛୋଟ ଛୋଟ ପତ୍ର ଲାଗି ରହିଥାଏ । ଏହିପରି ଦୁଇରୁ ତିନୋଟି ଡେମ୍ଫ ନେଇ ଏହାର ପତ୍ର ଛିଣ୍ଡାଇ କଞ୍ଚା କ୍ଷୀରରେ ପକାନ୍ତୁ ଓ ଗୋଳାଇ ଦିଅନ୍ତୁ । ଯଦି ଆପଣଙ୍କ ଅର୍ଶ ନୂଆରେ ବାହାରିଛି ତେବେ ମାତ୍ର ତିନିଦିନ ପର୍ଯ୍ୟନ୍ତ ଏହି ପାନୀୟକୁ ଆପଣ ସେବନ କରନ୍ତୁ ଦେଖିବେ ଅନେକ ମାତ୍ରାରେ ଉପଶମ ପାଇବେ ।

ସକାଳୁ ଖାଲି ପେଟରେ ଆପଣ ଏହି ପାନୀୟ ସେବନ କରିପାରିବେ । ପୁରୁଣା ଅର୍ଶ ପାଇଁ ଆପଣ ଏହି ପାନୀୟକୁ ୧୫ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଦେଖିବେ ଅତି ପୁରୁଣା ଅର୍ଶ ମଧ୍ୟ ଭଲ ହୋଇଯିବ । ସେହିପରି ଆପଣଙ୍କ ଅର୍ଶରୁ ଯଦି ରକ୍ତ ପଡୁଛି ଏବଂ ଆପଣ ଖୁବ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏଥିପାଇଁ ମଧ୍ୟ ଆଉ ଏକ ଉପାୟ ରହିଛି ।

ଆପଣ କିଛି ଗେଣ୍ଡୁ ପତ୍ର ନେଇ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଶୀତଦିନେ ସହଜରେ ଏହି ଗେଣ୍ଡୁ ଫୁଲ ଗଛ ବାଡି ମାନଙ୍କରେ ମିଳିଯାଏ । ଅଳ୍ପ ଗେଣ୍ଡୁ ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏଥିସହ ୧୦ଟି ଗୋଲମରିଚ ନିଅନ୍ତୁ । ଏହି ଦୁଇଟି ଜିନିଷକୁ ଏକାଠି ମିଶାଇ ଭଲଭାବେ କୁଟି ଏକ ଫାଇନ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏକ ଗ୍ଳାସ ପିଇବା ପାଣି ନିଅନ୍ତୁ ଓ ସେଥିରେ ପ୍ରସ୍ତୁତ ପେଷ୍ଟକୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଉପଚାର ।

ଏହି ପାନୀୟକୁ ଆପଣ ସକାଳ ଓ ସଞ୍ଜରେ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଅର୍ଶରୁ ରକ୍ତ ପଡିବା ବନ୍ଦ ହୋଇଯିବ ଓ ଅନେକ ମାତ୍ରାରେ ଆପଣଙ୍କୁ ଉପଶମ ମିଳିବ । ଆମର ଏହି ଘରୋଇ ଉପଚାର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button