IBN ଓଡ଼ିଶା ବ୍ୟୁରୋ

ରକ୍ତହୀନତା (Anemia) ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ଯ, ଦେଖନ୍ତୁ ଡାକ୍ତର ତଥା ଡାଏଟିସିଆନ Sunita Sahoo ଏନେଇ କଣ କହୁଛନ୍ତି

ଶରୀରରେ ଆଇରନର ଅଭାବ ହେଲେ ଏହାକୁ ରକ୍ତହୀନତା ବା ଆନିମିଆ ବୋଲି କୁହାଯାଏ । ଆଇରନର ଅଭାବ ଥିଲେ ଥକା ଲାଗିବା, ଦୁର୍ବଳ ଲାଗିବା, କେଶ ଝଡିବା ଭଳି ସମସ୍ଯା ଦେଖା ଦେଇଥାଏ । ତେବେ ଶରୀରରୁ ଆଇରନ ଅଭାବ ଦୂର କରିବା ପାଇଁ ଉପଯୁକ୍ତ ଡାଏଟ ନେବା ଜରୁରୀ । ତେବେ ଆଇରନ ଅଭାବକୁ ପୂରଣ କରିବା ପାଇଁ କେଉଁ ଖାଦ୍ଯ ସବୁ ଖାଇବେ ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ଡାଏଟିସିଆନ ତଥା ଡାକ୍ତର ସୁନିତା ସାହୁ ।

ଶରୀରରେ ଆଇରନ ମାତ୍ରାକୁ ବୃଦ୍ଧି କରିବା ପାଇଁ କାର୍ବୋହାଇଡ୍ରେଡ ଯୁକ୍ତ ଖାଦ୍ଯ ଖାଇବା ଉଚିତ । ଯେପରି ନାଲି ଚାଉଳର ଭାତ, ନାଲି ଚୂଡା, ଆଳୁ ଓ ମାଣ୍ଡିଆ ଆଦି । ପ୍ରୋଟିନ ଯୁକ୍ତ ଖାଦ୍ଯ ରେଡ ମିଟ୍ ଏବଂ ବିଶେଷ କରି କଲିଜାରୁ ମଧ୍ୟ ପ୍ରଚୁର ମାତ୍ରାରେ ଆଇରନ ମିଳିଥାଏ । ଏହାଛଡା ଚିଙ୍ଗୁଡି, ଚିକେନର କଲିଜା ଏବଂ ସମୁଦ୍ର ମାଛରେ ଆଇରନ ଭରପୁର ମାତ୍ରାରେ ଥାଏ । ସେହିପରି ଫଳ ହିସାବରେ ସେଓ ଏବଂ ଡାଳିମ୍ବ ଓ ସବୁଜପତ୍ର ଯୁକ୍ତ ଖାଦ୍ଯ ମଧ୍ୟରେ ପାଳଙ୍ଗ ଶାଗ, ସଜନା ଶାଗ ଆଦିରେ ପ୍ରଚୁର ମାତ୍ରାରେ ଥାଏ ।

ଅନ୍ୟ ଶାଗ ମାନଙ୍କରେ ଆଇରନ ରହିଥାଏ । କଞ୍ଚାମୁଗ, କିସମିସ, ଖଜୁରୀ ଓ ଆପ୍ରିକୋଟ ଭଳି ଡ୍ରାଇ ଫ୍ରୁଟ୍ସ ମାନଙ୍କରେ ମଧ୍ୟ ପ୍ରଚୁର ମାତ୍ରାରେ ଆଇରନ ଥାଏ । ଯଦି ଏସବୁକୁ ଆମେ ଦିନର ଭିନ୍ନ ଭିନ୍ନ ସମୟରେ ଆମ ଖାଦ୍ଯରେ କିଛି ମାତ୍ରାରେ ସାମିଲ କରୁଛେ ତେବେ ଆମ ରକ୍ତରେ ହିମୋଗ୍ଲୋବିନ ସ୍ତର ବଢିବା ସହ ଆଇରନ ଅଭାବ ପୂରଣ ହୋଇପାରିବ ।

ଆମେ ଯେଉଁ ଆଇରନ ଯୁକ୍ତ ଖାଦ୍ଯ ଖାଉଛୁ ସେଥୁରୁ ଆମ ଶରୀର ଆଇରନକୁ ଗ୍ରହଣ କରିବା ନିହାତି ଜରୁରୀ । ତେଣୁ ଆଇରନ ସହ ଭିଟାମିନ-ସି ଯୁକ୍ତ ଖାଦ୍ଯ ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏହା ଆମ ଶରୀର ମଧ୍ୟକୁ ଆଇରନ ଯିବାରେ ସାହାଯ୍ୟ କରିଥାଏ । ଯେତେ ଖଟା ଫଳ ସବୁ ଅଛି କମଳା, ଅଁଳା, ପିଜୁଳି, ଲେମ୍ବୁ ଆଦିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ଥାଏ । ଏହାସହ ଆପଣ ଯଦି ତରକାରୀ ରାନ୍ଧିବା ପାଇଁ ଲୁହା କଡେଇ କିମ୍ବା ଚାମୁଚ ବ୍ୟବହାର କରୁଛନ୍ତି ତେବେ ସେଥିରୁ ମଧ୍ୟ ଆପଣଙ୍କୁ ଆଇରନ ମିଳିପାରିବ ।

ଯଦି ଆନିମିଆ ଅଛି ତେବେ ଯେଉଁ ଖାଦ୍ଯ ଖାଇଲେ ତାହା ଆମ ଶରୀରରେ ଆଇରନକୁ ବ୍ଲକ କରିଦିଏ ସେଭଳି ଖାଦ୍ଯ ବନ୍ଦ କରିଦେବା ଉଚିତ । ଯେପରିକି ଚା ଓ କଫି ଆଦି ଆନିମିଆ ଥିଲେ ସେବନ କରନ୍ତୁ ନାହିଁ । ଅଧିକ ପ୍ରିଜର୍ଭେଟିଭ ଥିବା ଜିନିଷ ତଥା କୋଲ୍ଡ ଡ୍ରିଙ୍କସ୍ ଓ ରେଡିମେଡ ଫୁଡ୍ ସବୁ ଖାଇବା ବନ୍ଦ କରି ଦିଅନ୍ତୁ ।

ଆଇରନ ଥେରାପିରେ ଥିଲେ ମଦ୍ୟପାନ ମଧ୍ୟ ବନ୍ଦ କରିଦେବା ଉଚିତ । ଏହିସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ଆପଣ ଆନିମିଆ ଭଳି ସମସ୍ଯାରୁ ମୁକ୍ତି ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button