IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବିଶ୍ୱାସ ହେବନି ଆପଣଙ୍କ ଦାନ୍ତ ମୋତି ଭଳି ଧଳା ହୋଇଯିବ- Health Tips

ଆମ ଦାନ୍ତକୁ ସଫା ରଖିବା ପାଇଁ ଆମେ ଅନେକ ପ୍ରକାରର ପ୍ରଣାଳୀ କରିଥାଉ । କିନ୍ତୁ କିଛି ଲୋକଙ୍କର ଦାନ୍ତ ଧଳା ହାବା ଅପେକ୍ଷା ହଳଦିଆ ବା କଳା ହୋଇଥାଏ । ସେମାନେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କର ଦାନ୍ତ ସମସ୍ଯା ଦୂର ହୋଇ ନ ଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଚିକିତ୍ସା ନେଇ ଆସିଛୁ ଯାହା କରିବା ଦ୍ଵାରା ଆପଣଙ୍କ ଦାନ୍ତ କାଚ ଭଳି ସଫା ହୋଇ ଚମକିବାକୁ ଲାଗିବ ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ଘରୋଇ ଚିକିତ୍ସା ବିଷୟରେ କହିବୁ ଯାହାର ପ୍ରୟୋଗ କରିଲେ ଆପଣଙ୍କର ଦାନ୍ତ ଧଳା ହୋଇଯିବ । ଆପଣଙ୍କ ଦାନ୍ତ କଳା ବା ହଳଦିଆ ହୋଇଥିଲେ ଏହି ଟିଥ ରେମେଡିକୁ ପ୍ରୟୋଗ କରିଲେ ଆପଣ ନିଶ୍ଚୟ ଭଲ ଫଳ ପାଇବେ । ପ୍ରଥମ ରେମେଡିକୁ ପ୍ରସ୍ତୁତ କରିବା ପାଇଁ ବେକିଙ୍ଗ ସୋଡାର ଆବଶ୍ୟକତା ରହିଛି ।

ବେକିଙ୍ଗ ସୋଡା ବା ଖାଇବା ସୋଡାରେ କିଛି ପରିମାଣରେ ଲେମ୍ବୁ ମିଶ୍ରଣ କରନ୍ତୁ । ଏହି ମିଶ୍ରଙ୍କୁ ୨ ମିନିଟ ଯାଏଁ ନିଜ ଦାନ୍ତରେ ଲଗାଇ ରଖନ୍ତୁ । ଆପଣଙ୍କ ଦାନ୍ତ ଯଦି ହଳଦିଆ ବା କଳା ହୋଇଥାଏ ତେବେ ଏହାକୁ ବ୍ୟବହାର କରିଲେ ସଂପୂର୍ଣ୍ଣ ରୂପେ ଧଳା ହୋଇଯିବ । ଦିତୀୟ ରେମେଡି ପ୍ରସ୍ତୁତ କରିବା ପାଇଁ ଅଳ୍ପ ପରିମାଣରେ ହଳଦୀ ଗୁଣ୍ଡ ନିଅନ୍ତୁ । ଏହାକୁ ନିଜ ବ୍ରସରେ ଲଗାଇ ଦାନ୍ତରେ ବ୍ୟବହାର କରନ୍ତୁ । ତା ପରେ ଆପଣ ଯେମିତି ପ୍ରତି ଦିନ ପେଷ୍ଟ ବ୍ୟବହାର କରୁଛନ୍ତି ସେହିଭଳି ହଳଦୀ ଲଗାଇବା ପରେ କରି ପାରିବେ ।

ଏହାକୁ ବ୍ୟବାହାର କରିଲେ ଆପଣଙ୍କର ପୁରୁଣାରୁ ପୁରୁଣା ଦାନ୍ତ ସମସ୍ଯା ଦୂର ହୋଇଯିବ । ତୃତୀୟ ହୋମ ମେଡ ରେମେଡି ପ୍ରସ୍ତୁତ କରିବା ପାଇଁ କିଛି ପାଣିରେ ଅଳ୍ପ ମାତାରେ ଆପଲ ସାଇଡର ଭିନେଗାର ମିଶ୍ରଣ କରନ୍ତୁ । ପ୍ରତି ଦିନ ବ୍ରସ କରିବାରେ ଏହି ପାଣିକୁ ଭଲ ଭାବେ କୁଳି କରନ୍ତୁ । ଏହାକୁ ସପ୍ତାହରେ ଦୁଇରୁ ତିନି ଥର ବ୍ୟବହାର କରିଲେ ଆପଣଙ୍କର ଦାନ୍ତ କଳା ହୋଇଥିଲେ ଧଳା ହେବା ଆରମ୍ଭ କରିବ । ଶେଷ ହୋମ ରେମେଡି ପ୍ରସ୍ତୁତ କରିବା ପାଇଁ କମଳା ଚୋପାର ଆବଶ୍ୟକତା ରହିଛି ।

କମଳା ଚୋପା ଆମ ସ୍କିନ ପାଇଁ ଯେତେ ଲାଭଦାୟକ ହୋଇଥାଏ ସେତିକି ଦାନ୍ତ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । କମଳା ଚୋପାକୁ ଖରାରେ ଶୁଖାଇ ଏହାର ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ଏହି ଗୁଣ୍ଡକୁ ନିଜ ଦାନ୍ତରେ ବ୍ୟବହାର କରନ୍ତୁ ।

ଏହାକୁ ପ୍ରତି ଦିନ ବ୍ୟବହାର କରିଲେ ଆପଣଙ୍କ ଦାନ୍ତ କଳା ବା ହଳଦିଆ ହୋଇଥିଲେ ମୋତି ଭଳି ଧଳା ହୋଇଯିବ । ଏହା ଥିଲା ଘରୋଇ ରେମେଡି ଯାହାକୁ ପ୍ରୟୋଗ କରିଲେ ଦାନ୍ତ ସମସ୍ଯା ଦୂର ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button