ମନୋରଞ୍ଜନ

କୋବି ତରକାରି ନୁହେଁ, ଏହି ସପ୍ତାହରେ ତିଆରି କରି ପିଲାଙ୍କୁ ଖୁଆନ୍ତୁ ‘କୋବି ମଞ୍ଚୁରିୟନ୍’

ଯଦି ଆପଣ କୋବି ତରକାରି ତିଆରି କରି କରି ବୋର୍ ହୋଇଗଲେଣି, ତା’ହେଲେ ଏବେ ଏକ ନୂଆ ରେସିପି ଟ୍ରାଏ କରନ୍ତୁ। ବର୍ଷା ଦିନେ ସାଧାରଣତଃ ଆମକୁ କିଛି କୁରାକୁରା କିମ୍ବା ଫ୍ରାଏଡ୍ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଆପଣ ଚାହିଁଲେ କୋବିରେ ମଧ୍ୟ ଏଭଳି ସ୍ନାକ୍ସ ଖୁବ୍ କମ୍ ସମୟ ମଧ୍ୟରେ ବନେଇ ପାରିବେ। ଆଜି ଆମେ ଆପଣଙ୍କୁ ‘କୋବି ମଞ୍ଚୁରିୟନ’ ତିଆରି କରିବା ଶିଖାଇବୁ। ଯଦି ଘରେ ପାର୍ଟି ଅଛି, ତା’ହେଲେ ଏହାକୁ ଷ୍ଟାର୍ଟର୍ସରେ ସର୍ଭ କରିପାରିବେ।

cobi manchuian

ଆବଶ୍ୟକ ସାମଗ୍ରୀ
-ତେଲ
-କଟା ହୋଇଥିବା କୋବି ୧ କଂସା
-କଟା ପିଆଜ ୧ କଂସା
-କଟା ଶିମଲା ଲଙ୍କା ୧/୨ କଂସା
-୧ କପ୍ ମଇଦା
-କର୍ଣ୍ଣଫ୍ଲୋର୍ ୧ ଚତୁର୍ଥାଂଶ କପ୍
-ସିରକା
-ଛୋଟ କଟା ହୋଇଥିବା କଞ୍ଚା ଲଙ୍କା
-ଟମୋଟୋ କେଚ୍ଅପ୍
-ଚିଲ୍ଲୀ ସସ୍
-ସୋୟା ସସ୍
-ଗୋଲମରିଚ ଏକ ଚାମଚ
-ଲୁଣ ସ୍ବାଦ ଅନୁସାରେ

cobi gobi

ପ୍ରସ୍ତୁତି ପ୍ରଣାଳୀ
ଗୋଟିଏ ବଡ଼ ଜାଗାରେ କର୍ଣ୍ଣଫ୍ଲୋର୍, ମଇଦା, ଲୁଣ ଏବଂ ଗୋଲମରିଚ ପକାଇ ଘୋଳ ତିଆରି କରନ୍ତୁ। କଟା କୋବିକୁ ସେଥିରେ ପକାଇ ହାତରେ ମିଶାଇ ଦିଅନ୍ତୁ। ଘୋଳରେ ପୂରାପୂରି ମିଶିଯାଇଥିବା କୋବିକୁ ଧିମା ଆଞ୍ଚରେ ସୁନେଲି ରଙ୍ଗ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ। ଏବେ ଏକ ପ୍ୟାନରେ ଅଳ୍ପ ତେଲ ନେଇ ପିଆଜ, କଞ୍ଚା ଲଙ୍କା ଏବଂ ଶିମଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ଟମାଟୋ କେଚ୍ଅପ୍, ଚିଲ୍ଲୀ ସସ୍, ସୋୟା ସସ୍, ସିରକା, ଲୁଣ, ଗୋଲମରିଚ ପକାଇ ଅଳ୍ପ ଆଞ୍ଚରେ ୧ ମିନିଟ୍ ଯାଏ ଏପଟ ସେପଟ କରନ୍ତୁ। ଭଲ ଭାବେ ପ୍ରସ୍ତୁତ ହୋଇଗଲା ପରେ ଭଜା କୋବିକୁ ଉକ୍ତ ମିଶ୍ରଣରେ ମିଶାଇ ଟିକିଏ କଷିଦିଅନ୍ତୁ। କଟା ଧନିଆ ପତ୍ର ଉପରେ ପକାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ‘କୋବି ମଞ୍ଚୁରିୟନ’।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button