IBN ଓଡ଼ିଶା ବ୍ୟୁରୋ

ପେଟ, ଜଙ୍ଘ ଏବଂ ପଛଭାଗର ଚର୍ବି କମ୍‌ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଆସନ

ଅଧିକାଂଶ ଲୋକ ପେଟ, ଜଙ୍ଘ ଏବଂ ପଛଭାଗର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି। ବଢୁଥିବା ଚର୍ବି ଯୋଗୁଁ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ମଧ୍ୟ ଲୋକେ ପଛାଉନାହାନ୍ତି। କିନ୍ତୁ ସେମାନଙ୍କୁ କିଛି ଲାଭ ମିଳୁନାହିଁ। ଏପରି ସ୍ଥଳେ ଆପଣ ଯୋଗ କରି ଚର୍ବି କମାଇପାରିବେ। ଏପରି କିଛି ଯୋଗାସନ ରହିଛି, ଯାହାକୁ କରିବା ଦ୍ୱାରା ପେଟ, ଜଙ୍ଘ ଏବଂ ପଛପଟର ଚର୍ବିକୁ କମ୍‌ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିନେବା କେଉଁ ଆସନ …

naukasan

ନୌକାସନ :

ଏହି ଆସନକୁ କରିବା ପାଇଁ ଚଟାଣରେ ସିଧା ଭାବେ ଶୋଇପଡନ୍ତୁ। ଏବେ ନିଜ କାନ୍ଧ ଏବଂ ମୁଣ୍ଡକୁ ଉପରକୁ ଉଠାଇ ରଖନ୍ତୁ। ଏହା ପରେ ଆପଣ ଗୋଡକୁ ସିଧା କରି ଉପରକୁ ଉଠାନ୍ତୁ। ଧ୍ୟାନ ରଖନ୍ତୁ, ଆପଣଙ୍କ ହାତ, ଗୋଡ ଏବଂ କାନ୍ଧ ସମାନ୍ତରାଳ ଭାବେ ରୁହେ। ଏହି ଆସନକୁ ୨-୩ ଥର କରନ୍ତୁ।

ତ୍ରିକୋଣାସନ :

 

ତ୍ରିକୋଣାସନ କରିବା ଦ୍ୱାରା ଅଣ୍ଟାର ଚର୍ବି କମ୍‌ ହୋଇଥାଏ। ଏହି ଆସନକୁ କରିବା ପାଇଁ ପ୍ରଥମେ ନିଜ ଦୁଇ ଗୋଡକୁ ଚଉଡା କରି ସିଧା ହୋଇ ଠିଆ ହୁଅନ୍ତୁ। ଏହାପରେ ମେରୁଦଣ୍ଡକୁ ମୋଡି ଡାହାଣ ହାତକୁ ଡାହାଣ ପାଦରେ ଲଗାନ୍ତୁ।

ବାଳାସନ :

BALASAN

ବାଳାସନ କରିବା ପାଇଁ ପ୍ରଥମେ ଆପଣ ବଜ୍ରାସନ ଅବସ୍ଥାରେ ରହି ବସି ଯାଆନ୍ତୁ। ଏବେ ଆପଣ ନିଜ ମଥାକୁ ମୁଣ୍ଡିଆ ମାରିବା ଭଳି ତଳେ ଲଗାନ୍ତୁ। ଏବେ ଆପଣଙ୍କ ଦୁଇଟି ହାତକୁ ତଳେ ଲଗାଇ ରଖନ୍ତୁ। ଏବେ ଜଙ୍ଘରୁ ଛାତି ଉପରେ ଚାପ ପକାନ୍ତୁ। ଏହି ଅବସ୍ଥାରେ ୨-୪ଟି ମିନିଟ୍‌ ଲଗାଇ ରଖନ୍ତୁ। ଏପରି ଆସନ କରିବା ଦ୍ୱାରା ମୁଣ୍ଡ ଏବଂ ମନ ଶାନ୍ତ ରହିଥାଏ। ଶରୀରରେ ସଙ୍କୋଚନ ଏବଂ ଚିନ୍ତା ଦୂର ମଧ୍ୟ ହୋଇଯିବ। ଏପରି ଆସନ କରିବା ପରେ ଆପଣ ଭଲ ନିଦରେ ଶୋଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button