IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜିି ହେଉଛି ଆଲୋକର ପର୍ବ ଦୀପାବଳି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବ୍ୟକ୍ତିବିଶେଷ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଦୀପାବଳିରେ ଦୀପ ଜାଳିବା ବିଧି ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଏ ଅବସରରେ ବାଣ ଫୁଟାଇଥାନ୍ତି। କିଛି ସମୟର ମନୋରଞ୍ଜନ ପାଇଁ ଆମେ ଫୁଟାଉଥିବା ବାଣ ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। ବାଣର ଧୂଆଁ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଏଥିପାଇଁ ସରକାର ବାଣ ଫୁଟାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ କରିଛନ୍ତି। ତେବେ ଆସନ୍ତୁ ଜାଣିବା ବାଣ ଫୁଟାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ… ୧.ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୁଏ: ବାଣ ତିଆରିରେ ଗନ୍‌ ପାଉଡରର ବ୍ୟବହାର କରାଯାଏ। ଯାହା ଜଳିବା ଦ୍ୱାରା ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ୍‌ର ପରିମାଣ ବୃଦ୍ଧି ପାଏ। ଶ୍ୱାସରୋଗୀଙ୍କ ପାଇଁ ଏହା ବିଷ ସଦୃଶ ହୋଇଥାଏ। ୨.ହୃଦ୍‌ କର୍କଟ ହେବା ଆଶଙ୍କା ବୃଦ୍ଧିପାଏ: ବାଣରେ ଥିବା ପୋଟାସିୟମ୍‌ କ୍ଲୋରାଇଡ୍‌ ଆଲୋକ ସୃଷ୍ଟି କରେ। ଏହା ବାୟୁମଣ୍ଡଳରେ ରାସାୟନିକ ପ୍ରତିକ୍ରିୟା କରିବା ଫଳରେ ଯେଉଁ ଗ୍ୟାସ୍‌ ସୃଷ୍ଟି କରେ ତାହା ହାର୍ଟରେ କ୍ୟାନ୍‌ସର ଭଳିି ଭୟଙ୍କର ରୋଗର କାରକ ହୋଇଥାଏ। ୩.ଚକ୍ଷୁ ସମସ୍ୟା ଦେଖାଦିଏ: ଦୀପାବଳିରେ ବାଣରୁ ନିର୍ଗତ ବିଷାକ୍ତ ଧୂଆଁ ଯୋଗୁ ଆଖି ପୋଡ଼ିବା ସହ ଲୁହ ବାହାରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଥଣ୍ଡା ପାଣିରେ ବାରମ୍ବାର ଆଖି ଧୋଇବା ଉଚିତ୍‌। ୪.କାନ ଉପରେ ପଡ଼େ କୁପ୍ରଭାବ: ବେଳେବେଳେ ବାଣ ଫୁଟିବା ଦ୍ୱାରା ବାହାରୁ ଥିବା ଶବ୍ଦ ଏତେ ତୀବ୍ର ହୋଇଥାଏ ଯେ କିଛି ସମୟ ପାଇଁ ଆମକୁ କିଛି ଶୁଣାଯାଇନଥାଏ। ଏଭଳି ବାରମ୍ବାର ହେଲେ କାନ ଖରାପ ହେବା ବା ବଧିରା ହେବା ଭଳି ସମସ୍ୟା ଉପୁଜି ପାରେ। ଏହାସହ ପଢ଼ନ୍ତୁ: ଦୀପାବଳିିରେ ଗର୍ଭବତୀ ମହିଳାମାନେ ଏମିତି ନିଅନ୍ତୁ ନିଜ ଯତ୍ନ, ଗର୍ଭସ୍ଥ ଶିଶୁ ରହିବ ସୁରକ୍ଷିତ ୫.ଗର୍ଭପାତ ହେବା ଆଶଙ୍କା ବଢ଼େ: ଦୀପାବଳିରେ ବାଣରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ପ୍ରଶ୍ୱାସ ମାଧ୍ୟମରେ ଶରୀରକୁ ଯାଇଥାଏ। ଏହା ଦ୍ୱାରା ଗର୍ଭବତୀ ମହିଳାଙ୍କ ସମେତ ଗର୍ଭସ୍ଥ ଶିଶୁ ପ୍ରଭାବିତ ହୋଇଥାନ୍ତି। ସ୍ଥିତି ଗମ୍ଭୀର ହେଲେ ଗର୍ଭପାତର ଆଶଙ୍କା ମଧ୍ୟ ଦେଖାଦେଇଥାଏ।

ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ ନିୟମିତ ମନ୍ଦିର ଯାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅର୍ଥାତ୍ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି। କେବଳ ଏତିକି ନୁହେଁ, ସେମାନଙ୍କ ଆୟୁଷ ମଧ୍ୟ ବଢ଼ି ଯାଇଥାଏ।

ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ଆମକୁ ଶାନ୍ତି ମିଳିଥାଏ। ଆଉ ଚିନ୍ତା କମିଯାଇଥାଏ। ଆମେରିକାର ଭଣ୍ଡରବିଲ୍ଟ ୟୁନିଭର୍ସିଟିର ଗବେଷକମାନେ ଏ ବିଷୟରେ ଏକ ରିସର୍ଚ୍ଚ କରିଥିଲେ। ୪୦ରୁ ୬୫ ବର୍ଷ ବୟସରେ ଯେଉଁ ଲୋକ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ କିମ୍ବା ଅନ୍ୟ ଧାର୍ମିକ ସ୍ଥଳକୁ ଯାଇଥାଆନ୍ତି, ସେମାନଙ୍କଠାରେ ଅସମୟରେ ମୃତ୍ୟୁର ଆଶଙ୍କା ୫୫ ପ୍ରତିଶତ ପଯ୍ୟର୍ନ୍ତ କମିଯାଇଥାଏ।

ab2

ଜଣେ ଗବେଷକଙ୍କ କହିବା ଅନୁଯାୟୀ, ମନ୍ଦିର ଏମିତି ଏକ ସ୍ଥାନ, ଯେଉଁଠି ଆପଣଙ୍କୁ ଆସ୍ଥା ଅନୁଭବ ହୋଇଥାଏ। ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗବେଷଣା ସମୟରେ ବିଭିନ୍ନ ଧର୍ମ ଏବଂ ସମୁଦାୟର ୫,୪୪୯ଜଣ ଲୋକ ଏଥିରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୬୪ ପ୍ରତିଶତ ଲୋକ ପ୍ରତିଦିନ ପୂଜାପାଠ କରୁଥିଲେ। ସମସ୍ତଙ୍କ ଶରୀରକୁ ଯାଞ୍ଚ କରାଯାଇଥିଲା।

ଏଥିରୁ ଜଣାପଡ଼ିଥିଲା, ଧାର୍ମିକ ଗତିବିଧି ସହ ଜଡ଼ିତ ଲୋକଙ୍କୁ କମ୍ ଚିନ୍ତା ରହିଥାଏ। ପୂଜାପାଠରୁ ମିଳୁଥିବା ସକାରାତ୍ମକ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button