IBN ଓଡ଼ିଶା ବ୍ୟୁରୋ

କେବଳ ଖାଦ୍ୟ ନୁହେଁ ଶରୀର ପାଇଁ ବେଶ୍‌ ଉପକାରୀ ଆମଚୁର ପାଉଡର, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଆପଣମାନେ ଘରେ ଆମଚୁର ପାଉଡରକୁ ବିଭିନ୍ନ ଚଟାପଟ୍‌ ଖାଦ୍ୟରେ ବ୍ୟବହାର କରିଥାଉ। ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଏପରି କରିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କିମ୍ବା ଚଟାପଟ କରିବା ପାଇଁ ନୁହେଁ ବରଂ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ ଆମଚୁର ପାଉଡର। ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭକାରୀ।

amchr powder

ଆମଚୁର ପାଉଡର ଖାଦ୍ୟ ନୁହେଁ ତ୍ୱଚା ପାଇଁ ମଧ୍ୟ ଉପକାରୀ। ଏହା ମୁହଁର ଖୋଲା ଛିଦ୍ର, ଧୂଳିମଳି, ତେଲ ଏବଂ ପ୍ରଦୂଷଣରୁ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ।

ଆମଚୁର ପାଉଡର ଏସିଡିଟ ଦୂର କରିବା ସହ ପାଚନ କ୍ରିୟା ମଧ୍ୟ ବଢାଇଥାଏ। ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟକୁ ଦୂର କରିବାରେ ସାହାଯ୍ୟ କରେ। ଯାହାଦ୍ୱାରା ଆପଣଙ୍କର ମଳତ୍ୟାଗ ସଠିକ୍‌ ସମୟରେ ପ୍ରତିଦିନ ହୋଇଥାଏ।

ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ଉପକାରୀ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓଜନ କମ୍‌ କରିବାରେ ବେଶ୍‌ ସହାୟକ ହୋଇଥାଏ। ଏହାଛଡା କାର୍ବୋ ହାଇଡ୍ରେଟ୍‌ କମ୍‌ ହେବା କାରଣରୁ ଓଜନ ନିୟନ୍ତ୍ରଣ କରିବା ଜଲଦି କାମ କରିଥାଏ।

weight

ଆମଚୁର ପାଉଡର କ୍ୟାନସର ଭଳି ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ। ଏହା ସ୍କର୍ବି ଭଳି ରୋଗକୁ ଦୂରେଇ ରଖେ।

ଆଖି ପାଇଁ ଆମଚୁର ପାଉଡର ବେଶ ଉପକାରୀ। ସେଥିପାଇଁ ନିଜ ଖାଦ୍ୟରେ ପ୍ରତିଦିନ ଆମଚୁର ପାଉଡର ଖାଇବା ଦରକାରୀ। ଏହା ମୋତିଆବିନ୍ଦୁ, ଦୃଷ୍ଟିଶକ୍ତି ବୃଦ୍ଧି ଏବଂ ନେତ୍ର ବିକାର ରୋଗକୁ ଦୂରେଇ ରଖେ।

 

ଏହା ସହିତ ଆମଚୁର ପାଉଡର ହୃଦୟକୁ ମଧ୍ୟ ସୁସ୍ଥ ରଖେ। ଫଳରେ ହାର୍ଟ ଆଟାକ ଏବଂ ଅନ୍ୟ ହୃଦ ସମ୍ବନ୍ଧୀୟ ରୋଗ ହୋଇନଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button