ଆପଣ ରାତିରେ କେଶ ଧୋଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ଦେଖାଦେବ ଅନେକ ସମସ୍ୟା

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟାମାନ ଦେଖିବାକୁ ମିଳୁଛି। ମଣିଷ କାର୍ଯ୍ୟ ବ୍ୟସ୍ତ ଏତେମାତ୍ରାରେ ରହିଛି ଯେ, ନିଜ କାମ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡେ। କାର୍ଯ୍ୟରତ ମହିଳାମାନେ ଜଲଦି ଅଫିସ ଯିବା ଚକ୍କରରେ ଅନେକ କାମ ସଠିକ୍ ଭାବେ କରିପାରନ୍ତି ନାହିଁ। ସେଥିପାଇଁ ସକାଳୁ କେଶ ନ ଧୋଇ ସେମାନେ ରାତିରେ କେଶ ଧୁଅନ୍ତି। ଯଦି ଆପଣ ଏପରି କରୁଥାନ୍ତି, ତେବେ ପୂର୍ବରୁ ସାବଧାନ ହୋଇଯାଆନ୍ତୁ। ଏପରି କରିବା ଯୋଗୁଁ ଆପଣ ଅଜାଣରେ ନିଜ କେଶକୁ କ୍ଷତି ପହଞ୍ଚାଉଛନ୍ତି। ଆସନ୍ତୁ ଜାଣିବା, ରାତିରେ କେଶ ଧୋଇବା ଯୋଗୁଁ କ’ଣ କ’ଣ ଅସୁବିଧା ହୋଇଥାଏ।
hair– ରାତିରେ ଓଦା କେଶରେ ଶୋଇବା ଫଳରେ ରୂପି, ଫଙ୍ଗସ ସଂକ୍ରମଣ ହେବା ସହ କେଶ ଝଡିବା ସମସ୍ୟା ଦେଖାଦିଏ।
– ରାତିରେ କେଶ ଧୋଇବା କେଶମୂଳ ଦୁର୍ବଳ ହୋଇଯାଏ। ଓଦା କେଶରେ ଶୋଇବା ଯୋଗୁଁ କେଶ ଝଡିବାର କାରଣ ପାଲଟିଥାଏ।
– ରାତିରେ କେଶ ଧୋଇ ସେପରି ଶୋଇବା ସହ ଟେକ୍ସଚର ଖରାପ ହୋଇଯାଏ।
– ରାତିରେ କେଶ ଧୋଇଲେ ଶୀତଦିନରେ କେବଳ କେଶ ନୁହେଁ ବରଂ ଶରୀର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦିଏ। କେଶ ଧୋଇ ଶୋଇବା ଯୋଗୁଁ ଥଣ୍ଡା, କାଶ ଏବଂ ଆଲର୍ଜି ହେବାର ଆଶଙ୍କା ରହିଥାଏ। ଏହା ଯୋଗୁଁ ମୁଣ୍ଡବ୍ୟଥା ମଧ୍ୟ ହୋଇଥାଏ।
– ରାତିରେ କେଶ ଧୋଇ ଶୋଇବା ଫଳରେ ଆପଣ ମୁଣ୍ଡ ନ କୁଣ୍ଡାଇ ଶୋଇପଡନ୍ତି। ଫଳରେ ସକାଳ ହେଲେ କେଶ କୁଣ୍ଡାଇବାରେ ବହୁତ ହଇରାଣ ହେବାକୁ ପଡେ।




