ଗୁରୁବାର ଦିନ କରାଯାଏ ସତ୍ୟନାରାୟଣ ବ୍ରତ, ଜାଣନ୍ତୁ ପୂଜାର ସମ୍ପୂର୍ଣ୍ଣ ବିଧି

ଗୁରୁବାର ଦିନ ସତ୍ୟନାରାୟଣ ପୂଜା କରାଯାଏ। ସତ୍ୟକୁ ନାରାୟଣଙ୍କ ରୂପରେ ପୂଜା କରିବାକୁ ସତ୍ୟନାରାୟଣ ପୂଜା କୁହାଯାଏ। ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଉଥିବା ଏହି ପୂଜା ଶୁଭ ଫଳଦାୟୀ ହୋଇଥାଏ। ସତ୍ୟନାରାୟଣ ପୂଜାର ତାତ୍ପର୍ଯ୍ୟ ହେଉଛି ଦୁନିଆରେ ନାରାୟଣ ହିଁ ଏକମାତ୍ର ସତ୍ୟ ଅଟେ। ଆଜି ଆମେ ଆପଣଙ୍କୁ ସତ୍ୟନାରାୟଣ ବ୍ରତ ପୂଜାର ସାମଗ୍ରୀ ଏବଂ ବିଧି ପୀସୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ।
ସତ୍ୟନାରାୟଣ ପୂଜା ପାଇଁ ଆବଶ୍ୟକ ସାମଗ୍ରୀ
ସତ୍ୟନାରାୟଣ ପୂଜାରେ କଦଳୀ ପତ୍ର ଏବଂ ଫଳ ବ୍ୟତୀତ ପଞ୍ଚାମୃତ, ପାଞ୍ଚଗାଁବ୍ୟ, ସପୁରି, ପାନ, ରାଶି, ମୂଳା, ରୋଲି, କୁମକୁମର ଆବଶ୍ୟକତା ପଡିଥାଏ। ଏହି ପୂଜା ପାଇଁ କ୍ଷୀର, ମହୁ, କଦଳୀ, ଗଙ୍ଗାଜଳ, ତୁଳସୀ ପତ୍ର ଏବଂ ଖୁଆକୁ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରାଯାଏ। ଏହି ପଞ୍ଚାମୃତକୁ ଭଗବାନ ଭହୁତ ପସନ୍ଦ କରନ୍ତି। ସତ୍ୟନାରାୟଣ ପୂଜାରେ ପ୍ରସାଦ ଭାବରେ ଫଳ, ମିଠା ବ୍ୟତୀତ ଅଟା ଗୁଣ୍ଡକୁ ମିଶାଇ ଏକ ପ୍ରସାଦ ପ୍ରସ୍ତୁତ କରାଯାଏ। ଏହି ଭୋଗକୁ ଭଗବାନଙ୍କ ପାଖରେ ଭୋଗ ଲଗାଯାଏ।
ଜାଣନ୍ତୁ ସତ୍ୟନାରାୟଣ ପୂଜା ବିଧି
ଯେଉଁ ବ୍ୟକ୍ତି ସତ୍ୟନାରାୟଣ ପୂଜର ସଂକଳ୍ପ କରିଥାନ୍ତି ସେମାନେ ଦିନସାରା ବ୍ରତ ରଖିବା ଉଚିତ। ପୂଜା ସ୍ଥାନକୁ ଗାଈ ଗୋବରରେ ପବିତ୍ର କରି ସେଠାରେ ଏକ ଚୌକି ବା ଖଟୁଲି ରଖନ୍ତୁ। ଏହି ଚୌକିର ଚାରୋଟି ଗୋଡ଼ରେ କଦଳୀ ଗଛ ଲଗାନ୍ତୁ। ଏହାପରେ ଏହି ଚୌକିରେ ଶ୍ରୀ ସତ୍ୟନାରାୟଣଙ୍କ ପ୍ରତିମା ସ୍ଥାପିତ କରନ୍ତୁ। ପୂଜା କରିବା ସମୟରେ ସର୍ବପ୍ରଥମେ ଗଣପତିଙ୍କର ପୂଜା କରନ୍ତୁ, ଏହାପରେ ପାଞ୍ଚ ଲୋକପାଳ, ସୀତା ସହିତ ରାମ, ଲକ୍ଷ୍ମଣ ଏବଂ ରାଧା କୃଷ୍ଣଙ୍କର ପୂଜା କରନ୍ତୁ। ଏହାପରେ ଠାକୁର ଶ୍ରୀ ସତ୍ୟନାରାୟଣଙ୍କ ପୂଜା କରନ୍ତୁ। ଏହାପରେ ଲକ୍ଷ୍ମୀ ମାତାଙ୍କୁ ଏବଂ ପରିଶେଷରେ ମହାଦେବ ଓ ବ୍ରହ୍ମାଙ୍କର ପୂଜା କରନ୍ତୁ । ପୂଜା କରିସାରିବା ପରେ ସମସ୍ତ ଦେବାଦେବୀଙ୍କୁ ଆରତୀ କରନ୍ତୁ ଏବଂ ଚରଣାମୃତ ନେଇ ପ୍ରସାଦ ବିତରଣ କରନ୍ତୁ। ପୁରୋହିତଙ୍କୁ ଦକ୍ଷିଣା ଏବଂ ବସ୍ତ୍ର ଦିଅନ୍ତୁ ଏବଂ ଭୋଜନ କରାନ୍ତୁ। ପୁରୋହିତଙ୍କୁ ଭୋଜନ କରିବା ପରେ ତାଙ୍କ ଠାରୁ ଆଶୀର୍ବାଦ ନେଇ ଆପଣ ନିଜେ ଭୋଜନ କରନ୍ତୁ।




