ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ଖାସ୍ ତେଲ, କେବେବି କମିବନି ଯୌବନ

ସବୁ ଲୋକ ଚାହାନ୍ତି ଯୁବା ଦେଖାଯିବା ପାଇଁ। କିନ୍ତୁ ତ୍ୱଚାର ଠିକ୍ ଭାବରେ ଯତ୍ନ ନ ନେଲେ ପୋଷକ ତତ୍ତ୍ୱ କମିଯାଇଥାଏ, ଯାହାଫଳରେ ସ୍କିନ୍ ଡ୍ୟାମେଜ୍ ହୋଇଥାଏ। ଏହି କାରଣରୁ ବହୁତ ଜଲଦି ବ୍ରୁଦ୍ଧବସ୍ଥା ଆସିଯାଏ। ଯଦି ଆପଣ ବୟସର ପ୍ରଭାବକୁ ଦୂରେଇବାକୁ ଚାହୁଁଛନ୍ତି ତେବେ ଲବଙ୍ଗ ତେଲର ବ୍ୟବହାର ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ।
-ଲବଙ୍ଗ ତେଲରେ ଆଣ୍ଟି ବ୍ୟାକ୍ଟିରିୟାଲ ଗୁଣ ରହିଥାଏ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ହାଲକା ମସାଜ୍ କରନ୍ତୁ, ଦେଖିବେ ଚୋହେରାରେ ଚମକ ଆସିବ। ଏହାଦ୍ୱାରା ତ୍ୱଚାର ପୋଷଣ ଭରିଥାଏ।
-ଏଥିରେ ଆଣ୍ଟି ଏଜିଙ୍ଗ୍ ତତ୍ତ୍ୱ ମଧ୍ୟ ରହିଥାଏ। ଏଥିପାଇଁ ବୟସ ପ୍ରଭାବକୁ ଏହା ଶେଷ କରିଦେଇଥାଏ। ଏହାଦ୍ୱାରା ଡେଡ୍ ସ୍କିନ ବାହାରକୁ ବାହାରିଯାଏ। ଏହାଦ୍ୱାରା ବ୍ରଣ ଏବଂ ଫଙ୍ଗଲ ମଧ୍ୟ ଠିକ୍ ହୋଇଯାଇଥାଏ। ଅବଶ୍ୟ ଏହାର ସିଧାସଳଖ ପ୍ରଭାବିତ ସ୍ଥାନରେ ଲଗାଇବା ଅନୁଚିତ।
-ବ୍ରଣକୁ ଶେଷ କରିବା ପାଇଁ ଆଲୋଭେରା ଚେଲରେ ଦୁଇ ବୁନ୍ଦା ଲବଙ୍ଗ ତେଲ ମିଶାଇ ଲଗାନ୍ତୁ। ଏମିତି କରିବା ଦ୍ୱାରା ବ୍ୟାକ୍ଟେିରିୟା ମରିଯାଇଥାଏ। ଯାହାଦ୍ୱାରା ବ୍ରଣର ଦାନା ବଢ଼ିପାରନ୍ତି ନାହିଁ।
-ଚେହେରାର ଚମକ ବଢ଼ାଇବା ପାଇଁ ମଧ୍ୟ ଲବଙ୍ଗ ତେଲ ବହୁତ ଲାଭଦାୟକ ହୋଇଥାଏ। ଏହା ମୃତ ତ୍ୱଚାକୁ ହିଲ୍ କରିଥାଏ। ଏହାକୁ ପ୍ରତିଦିନ ୫ ମିନିଟ୍ ପର୍ଯ୍ୟନ୍ତ ଚେହେରା ଏବଂ ବେକରେ ଲଗାଇ ମସାଜ୍ କରିବା ଦ୍ୱାରା ଲୋମମୂଳରେ ଥିବା ଧୂଳି ବାହାରିଯାଇଥାଏ। ଏହାସହିତ ଏଥିରେ ଥିବା ପୋଷକ ତତ୍ତ୍ୱ ତ୍ୱଚାରେ ମିଶି ସୁସ୍ଥ ବନାଇଥାଏ।




