ମହିଳା ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଏହି ୫ଟି ଟେଷ୍ଟ, ଜାଣନ୍ତୁ କଣ କଣ

ବିଭିନ୍ନ ରିପୋର୍ଟ ଓ ଗବେଷଣା ଆଦିର ତଥ୍ୟ ଆଦିରୁ ଜଣାଯାଏ କି ଭାରତୀୟ ମହିଳା ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ସଚେତନ ନୁହଁନ୍ତି । ଘର ପରିବାର କଥା ବୁଝୁ ବୁଝୁ ସେମାନେ ନିଜ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । ରୋଗ ପୁରା ଚରମ ସୀମାରେ ନ ପହଂଚିବା ପର୍ଯ୍ୟନ୍ତ ସେମାନେ ଡାକ୍ତରଖାନାର ମାଟି ବି ମାଡ଼ନ୍ତି ନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ ଘରୋଇ ମହିଳା ମାନେ ବି ନିଜ ଶରୀର ପ୍ରତି ବିଶେଷ ଯତ୍ନବାନ ହେବା ନିହାତି ଦରକାର । ଯାହା ଫଳରେ ସେମାନେ ଲମ୍ବା ସମୟ ଯାଏଁ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବେ । ମହିଳା ଡାକ୍ତରଙ୍କ ଅନୁଯାୟୀ ସମୟ ଥାଉ ଥାଉ ପ୍ରତି ସ୍ତ୍ରୀ ଲୋକ ନିଜର ଏହି ଏହି ଟେଷ୍ଟ କରାଇ ନେବା ବୁଦ୍ଧିମାନର ବିଷୟ ହେବ ।

୧.ଆନିମିଆ ଟେଷ୍ଟ:
ରକ୍ତରେ ଆରବିସିର ମାତ୍ରା କମିବାକୁ ହିଁ ଆନିମିଆ କୁହାଯାଇଥାଏ । ଆରବିସି ହିଁ ଶରୀରର ପ୍ରତ୍ଵକ ପ୍ରାନ୍ତକୁ ଅକ୍ସିଜେନ ପଠାଇଥାଏ । ବିଶେଷ ଭାବେ ମହିଳା ମାନେ ହିଁ ଏହି ସମସ୍ୟାର ଅଧିକ ସାମ୍ମୁଖୀନ ହୋଇଥାନ୍ତି । ୨୦୧୬ ମସିହାରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରାୟ ୫୦ ପ୍ରତିଶତ ମହିଳା ଏହି ରୋଗରେ ପୀଡିତ ।
୨. ଭିଟାମିନ ଡି ଟେଷ୍ଟ:
ଶରୀର ଭିତରେ ଥିବା ହାଡର ମଜବୂତୀ ପାଇଁ ଭିଟାମିନ- ଡି ର ଆବଶ୍ୟକତା ରହିଥାଏ । ଏହାବାଦ ଆପଣଙ୍କ ଠାରେ ପିସିଓଏସର ଅସୁବିଧା ମଧ୍ୟ ଖୁବ ବଢିଯାଏ । ଏହା ଫଳରେ ମହିଳା ମାନଙ୍କ ଋତୁସ୍ରାବ ମଧ୍ୟ ସମୟ ଅନୁଯାୟୀ ହୋଇପାରି ନଥାଏ । ଓଜନ ବଢିବା, ତ୍ୱଚାରେ ଦାଗ ହେବା, ଗର୍ଭଧାରଣରେ ଅସୁବିଧା ପରି ସମସ୍ୟା ମାନ ମଧ୍ୟ ଉପୁଜିପାରେ । ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ।
3. କ୍ୟାଲସିୟମ କମିବା :
ବୟସ ବଢିବା ସାଙ୍ଗକୁ ମହିଳାଙ୍କ ଶରୀରରେ କ୍ୟାଲସିୟମର ମାତ୍ର କମି କମି ଯାଇଥାଏ । ଯାହା ଫଳରେ ଅଧିକାଂଶ ମହିଳା ଅଷ୍ଟିଓପୋରୋସିସ ପରି ମାରାତ୍ମକ ରୋଗର ସାମ୍ମୁକ୍ଷିନ ହୋଇଥାନ୍ତି । ଆଣ୍ଠୁ ଗଣ୍ଠିରେ ଦରଜ ହେବା ମଧ୍ୟ ଆରମ୍ଭ ହୋଇଯାଏ । ତେଣୁ ବର୍ଷକୁ ଥରେ ବ୍ଲଡ଼ଟେଷ୍ଟ କରାଇନେବା ନିହାତି ଆବଶ୍ୟକ ।

୪. ପେପ ସମୀୟାର ଟେଷ୍ଟ :
ଏହି ଟେଷ୍ଟରେ ଶରୀରର ସର୍ଭିକ୍ଷ ସେଲସ ଗୁଡିକୁ ଏକାଠି କରାଯାଇଥାଏ । ୪୦ ବର୍ଷରୁ ଉର୍ଦ୍ଦ୍ୱ ବୟସର ମହିଳା ମାନେ ନିହାତି ଭାବେ ନିୟମିତ ଭାବେ ଏହି ଟେଷ୍ଟ କରାଇନେବା ଉଚିତ ।
୫. ବ୍ରେଷ୍ଟ କ୍ୟାନ୍ସର ଟେଷ୍ଟ :
୨୦ ବର୍ଷ ହେବା ପରେ ନିଶ୍ଚିତ ରୂପେ ବ୍ରେଷ୍ଟ ପରୀକ୍ଷା କରାଇନେବା ଜରୁରୀ । ଅବଶ୍ୟ ଏହି ଟେଷ୍ଟ କେବଳ ୨୦ ରୁ ୪୦ ବର୍ଷ ମଧ୍ୟବର୍ତ୍ତୀ ମହିଳା ମାନେ ହିଁ କରିପାରିବେ । ଅବଶ୍ୟ ଏହା ଏକ ଫିଜିକାଲ ଟେଷ୍ଟ ।




