IBN ଓଡ଼ିଶା ବ୍ୟୁରୋ

ତ୍ୱଚାରୁ ସ୍ୟାହି ଦାଗ ଛଡ଼ାଇବାଠାରୁ ଆରମ୍ଭ କରି ବଗିଚାରେ କୀଟ, ପତଙ୍ଗ ଦୂର କରିବାରେ ସାହାଯ୍ୟ କରିଥାଏ କାକୁଡ଼ି, ଜାଣନ୍ତୁ ଟ୍ରିକ୍‌

ଖରାଦିନ ଆସିଲାଣି। ଏହିଦିନେ କାକୁଡ଼ି ବହୁତ ଲାଭଦାୟକ ହୋଇଥାଏ। କାରଣ, ଏଥିରେ ପାଣିର ମାତ୍ରା ଅଧିକ ପରିମାଣରେ ରହିଥାଏ। କିନ୍ତୁ କାକୁଡ଼ିର ଏମିତି କିଛି ଉପଯୋଗ ରହିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଚକିତ ହୋଇଯିବେ। ଆସନ୍ତୁ ଜାଣିବା, କେଉଁ କେଉଁ କାମରେ ଆମେ କାକୁଡ଼ିକୁ ବ୍ୟବହାର କରିପାରିବା।

c22

୧. ଗାଧୋଇବା ପରେ ବାଥ୍‌ରୁମ କାଚ ପ୍ରାୟତଃ ଫଗି(ଧୂଅାଁଳିଆ) ହୋଇଯାଇଥାଏ। ଏଥିପାଇଁ ଆପଣ କାକୁଡ଼ି ବ୍ୟବହାର କରିପାରିବେ। କାକୁଡ଼ି ସ୍ଲାଇସ୍‌ ନେଇ ଆପଣ ଫଗି କାଚରେ ଘଷିଲେ, ଏହା ସଫା ଦେଖାଯାଇଥାଏ। ଏହାସହ ପବନରେ ସ୍ପା ଭଳି ସୁଗନ୍ଧ ଖେଳିଯାଇଥାଏ।

୨. କାକୁଡ଼ି ଥକ୍କାପଣ ଦୂର କରିଥାଏ। ଯଦି ଆପଣ ଏନର୍ଜି ବଢ଼ାଇବାକୁ ଚାହୁଁଛନ୍ତି, ତା’ହେଲେ କାକୁଡ଼ି ଖାଇପାରିବେ। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌ ବି ଏବଂ କାର୍ବୋହାଇଡ୍ରେଟ୍‌ ଥିବାରୁ ଏହା ଆପଣଙ୍କୁ କିଛି ଘଣ୍ଟା ପଯ୍ୟର୍ନ୍ତ ଏନର୍ଜି ଯୋଗାଇଥାଏ।

cccc

୩. ଏକ ଆଲୁମିନିୟମ୍‌ ଥଳିରେ କିଛି କାକୁଡ଼ି ଖଣ୍ଡ ରଖି, ଏହାକୁ ବାଡ଼ି, ବାଗିଚାରେ ଥିବା ଗଛ ନିକଟରେ ରଖିଦିଅନ୍ତୁ। ଏଠି କାକୁଡ଼ି, ଆଲୁମିନିୟମ୍‌ ସହ ମିଶି ପ୍ରତିକ୍ରିୟା କରିବା ଆରମ୍ଭ କରିଦେବ। ଏଥିରୁ ଏକପ୍ରକାର ଗନ୍ଧ ବାହାରି ଉଦ୍ୟାନରୁ କାଟ, ପତଙ୍ଗ ଦୂର କରିବାରେ ସାହାଯ୍ୟ କରିବ।

୪. ଯଦି ଆପଣ ନଳ, ସିଙ୍କ୍‌ କିମ୍ବା ଷ୍ଟେନ୍‌ଲେଶ ଷ୍ଟିଲ୍‌ ଭଳି ରୋଷେଇ ଫିଟିଙ୍ଗ୍‌କୁ ସଫା କରିବାକୁ ଚାହୁଁଛନ୍ତି, ତା’ହେଲେ କେମିକାଲ ଜାଗାରେ କାକୁଡ଼ି ବ୍ୟବହାର କରିପାରିବେ। ଏହା ବ୍ୟାକ୍ଟେରିଆକୁ ଦୂର କରିବା ସହ ଫିଟିଙ୍ଗ୍‌କୁ ଚମକଦାର କରିଥାଏ।

c33

୫. ଭୁଲ୍‌ରେ ତ୍ୱଚାରେ ଲାଗିଯାଇଥିବା ପେନ୍‌ ସ୍ୟାହି ଦାଗକୁ ହଟାଇବା ପାଇଁ ଆପଣ କାକୁଡ଼ିକୁ ରବର ଭଳି ଉପଯୋଗ କରିପାରିବେ। କାକୁଡ଼ିର ବାହାର ଅଂଶକୁ ନେଇ ଧୀରେ ଧୀରେ ତ୍ୱଚାରେ ଘଷନ୍ତୁ। କିଛି ସମୟ ପରେ ଦେଖିବେ ଦାଗ ଲିଭିଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button