IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାର୍ଚ୍ଚରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଏହି ଜିନିଷ ପ୍ରତି ରହିଥାଏ ସୌକ୍‌ , ଜାଣନ୍ତୁ କେମିତି ହୋଇଥାଏ ସ୍ୱଭାବ

ମାର୍ଚ୍ଚ ମାସରେ ଅନେକ ଲୋକ ଜନ୍ମ ହୋଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ମାଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କିଭଳି ହୋଇଥାଏ।  ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଆପଣଙ୍କୁ କିଭଳି ରୂପେ ସ୍ଥାପିତ କରିଥାନ୍ତି ଏବଂ ଅନ୍ୟମାନଙ୍କ ପ୍ରତି ସେମାନଙ୍କ ବ୍ୟବହାର କିଭଳି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ କଣ କହିଥାଏ ଜ୍ୟୋତିଷ ଶାସ୍ତ୍ର।

Horoscope-Signsମାର୍ଚ୍ଚରେ ଜନ୍ମ ହୋଇଥିବା ବ୍ୟକ୍ତି ଆକର୍ଷକ ଏବଂ ମେଳାପି ପ୍ରକୃତିର ହୋଇଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଯାତ୍ରା କରିବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି। ଏମାନେ ଯେତିକି ସାମାନ୍ୟ ଦେଖାଯାଇଥାନ୍ତି, ବିଚାରରେ ତାଠାରୁ ଅଧିକ ମହତ୍ତ୍ୱକାଂକ୍ଷୀ ହୋଇଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ଲୋକ ଦାୟିତ୍ୱ ପଦରେ ନିଜର ଯୋଗ୍ୟତା ଦେଖାଇ ସଫଳତା ହାସଲ କରିଥାନ୍ତି। କୌଣସି ବି ବିଷୟରେ କହିବା କିମ୍ବା ଲେଖିବା ପୂର୍ବରୁ ସେହି ବିଷୟରେ ସମସ୍ତ ସୂଚନା ପ୍ରାପ୍ତ କରିବା ଉଚିତ। ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କେବେ କେବେ ଏପରି ପରିବର୍ତ୍ତନ କରିଥାନ୍ତି, ଯାହାଦ୍ୱାରା ମିତ୍ର ଏବଂ ସାଙ୍ଗ-ସାଥୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥାନ୍ତି।

marchମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦୁଇଟି ସ୍ୱଭାବର ହୋଇଥାନ୍ତି। ଅର୍ଥାତ ଯଦି ଆପଣ ମଧ୍ୟ ଏହି ମାସରେ ଜନ୍ମ ହୋଇଥାନ୍ତି ତେବେ ଆପଣଙ୍କର ସ୍ୱଭାବ ମଧ୍ୟ ଦୁଇ ପ୍ରକାର ହୋଇପାରେ। ଆପଣ କେବେ କେବେ କୌଣସି କ୍ଷେତ୍ରରେ ନିଷ୍ପତି ନେବା ପାଇଁ ସଂକୋଚ ଅନୁଭବ କରିଥାନ୍ତି। ଆଧ୍ୟାତ୍ମିକତା ପ୍ରତି ଦୃଢ ବିଶ୍ୱାସ ରହିଥାଏ। ବ୍ୟବହାରିକ ଏବଂ ପରିଶ୍ରମୀ ହେବା ଦ୍ୱାରା ଅଧିକ ଟଙ୍କା ଆୟ କରିଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠିତ ହୋଇନଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button