IBN ଓଡ଼ିଶା ବ୍ୟୁରୋ

ହୋଲିରେ ଗର୍ଭବତୀ ମହିଳା ରୁହନ୍ତୁ ସାବଧାନ, ଏହି ୫ଟି କଥା ଉପରେ ରଖନ୍ତୁ ଧ୍ୟାନ

ଗର୍ଭବତୀ ମହିଳାଙ୍କ ଇମ୍ୟୁନିଟି ଅନ୍ୟ ଲୋକଙ୍କ ତୁଳନାରେ ଦୁର୍ବଳ ହୋଇଥାଏ। ଏଥିରେ ରୋଗ ଏବଂ ଇନ୍‌ଫେକ୍ସନର ଭୟ ଅଧିକ ରହିଥାଏ। ପ୍ରେଗନାନ୍ସି ସମୟରେ ଆପଣଙ୍କ ସ୍କିନ୍‌ ମଧ୍ୟ ବହୁତ ସେନ୍ସିଟିଭ ହୋଇଥାଏ। ତେଣୁ ହୋଲିରେ କେମିକାଲଯୁକ୍ତ ରଙ୍ଗ ଖେଳିଲେ, ଏହା ଆପଣଙ୍କ ଗର୍ଭରେ ବଢ଼ୁଥିବା ପିଲାକୁ କ୍ଷତି ପହଞ୍ଚାଇଥାଏ। ପିଲାର ନର୍ଭସ୍‌ ସିଷ୍ଟମ ଏବଂ ରେସ୍ପିରେଟୋରୀ ସିଷ୍ଟମକୁ କ୍ଷତି କରିଥାଏ। କେବଳ ଏତିକି ନୁହେଁ, ରଙ୍ଗରେ ସିନ୍ଥେଟିକ୍‌, ଇଣ୍ଡଷ୍ଟ୍ରିଆଲ୍‌ ଡାଇ ଏବଂ ଅକ୍ସିଡାଇଜ୍‌ଡ ମେଟାଲର ମାତ୍ର ରହୁଥିବାରୁ ଏଥିରେ ହୋଲି ଖେଳିବା ଗର୍ଭବତୀ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ ହୋଇଥାଏ। କାରଣ, ଏହାଦ୍ୱାରା ପିଲା ମିସ୍‌କ୍ୟାରେଜ୍‌, ପ୍ରିମାଚୁଓର ଡେଲିଭରୀ କିମ୍ବା ଜନ୍ମ ସମୟରେ ପିଲାର ଓଜନ କମ୍‌ ହେବା ଭଳି ଗମ୍ଭୀର ସମସ୍ୟା ଦେଖାଦେଇପାରେ।

p2

ନ୍ୟୁ ମମ୍‌ ତଥା ପିଲାକୁ ସ୍ତନପାନ କରୁଥିବା ମା’ଙ୍କୁ ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ। କେମିକାଲଯୁକ୍ତ ରଙ୍ଗରେ ଲେଡ୍‌ ଏବଂ ମରକରୀ ଭଳି ତତ୍ତ୍ୱ ଶିଶୁର ମସ୍ତିଷ୍କ ବିକାଶରେ ବାଧା ପହଞ୍ଚାଇଥାଏ। ତେଣୁ ଗର୍ଭବତୀ ଏବଂ ନୂଆ କରି ସନ୍ତାନ ଜନ୍ମ ଦେଇଥିବା ମହିଳା ପ୍ରାକୃତିକ ବା ଅର୍ଗାନିକ ରଙ୍ଗରେ ହୋଲି ଖେଳିପାରିବେ। ହୋଲି ଖେଳିବା ବେଳେ ଏହି ୫ଟି କଥା ଉପରେ ଧ୍ୟାନ ରଖିବା ଜରୁରୀ।

p4

୧. ହୋଲିରେ କଦାପି ଭାଙ୍ଗ ପଣା, ଭାଙ୍ଗରେ ପ୍ରସ୍ତୁତ ମିଠା, ରେସିପି ଆଦି ସେବନ କରନ୍ତୁ ନାହିଁ। ଏହାର ସିଧା ପ୍ରଭାବ ଆପଣଙ୍କ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ।

୨. ପାଣିରେ ଗୋଡ଼ ଖସିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ହୋଲି ଖେଳିବା ବେଳେ ପାଣି ରଙ୍ଗଠାରୁ ଦୂରେଇ ରୁହନ୍ତୁ।

୩. ପ୍ରଚୁର ପାଣି ପିଅନ୍ତୁ। ଅଏଲି ଖାଦ୍ୟ, ଭାଙ୍ଗ ମିଶା ଡ୍ରିଙ୍କସ୍‌ରୁ ଦୂରେଇ ରୁହନ୍ତୁ।

p3

୪. ଗର୍ଭବତୀ ମହିଳାମାନେ ଫୁଲ୍‌ ସ୍ଲିଭ୍‌ସ କପଡ଼ା ପିନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ହାନିକାରକ ରଙ୍ଗରୁ ବର୍ତ୍ତିପାରିବ।

୫. ଅଧିକ ଭିଡ଼ ଥିବା ଜାଗାକୁ ଯାଆନ୍ତୁ ନାହିଁ। ଏବେ କରୋନା ଭାଇରସ୍‌ର ଆତଙ୍କ ଚାରିଆଡ଼େ ଦେଖିବାକୁ ମିଳୁଛି। ତେଣୁ ଏପରି ଜାଗାକୁ ନ ଯିବା ଆପଣଙ୍କ ପାଇଁ ଭଲ ହେବ।

୬. ସ୍କିନ୍‌ରେ ତେଲ ଏବଂ କ୍ରିମ୍‌ ଲଗାନ୍ତୁ। ହୋଲି ଖେଳିବା ପୂର୍ବରୁ ଶରୀରରେ ପେଟ୍ରୋଲିୟମ୍‌ ଜେଲି କିମ୍ବା ନଡ଼ିଆ ତେଲ ଲଗାନ୍ତୁ ଏବଂ କେଶକୁ ଉପରେ ଟାଇଟ୍‌ କରି ବାନ୍ଧି ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button