ଦେଶ

ବଢ଼ିଲା ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ୍‌ ଅବଧି; ବିଧାନସଭାରେ ପ୍ରତିବାଦ କଲା ତାଙ୍କ ଦଳ – Ibnodisha

[ad_1]

ଅମରାବତୀ: ଆଜି ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ (ଏସିବି) ଅଦାଲତ ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଅବଧି ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ସେପଟେ, ରାଜ୍ୟ ବିଧାନସଭା ଅଧିବେଶନରେ ବ୍ୟାଘାତ ସୃଷ୍ଟି କରି ତାଙ୍କ ଦଳ ପ୍ରତିବାଦ ଆରମ୍ଭ କରିବାରୁ ବିଧାନସଭା ମୁଲତବୀ ରଖାଯାଇଛି।

ସୂଚନାଯୋଗ୍ୟ, ବହୁକୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ନାଇଡୁଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଥିଲା। ଆଜି ସେ ରିମାଣ୍ଡ ଶୁଣାଣି ନିମନ୍ତେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟରେ ହାଜର ହୋଇଥିଲେ।

Image Courtesy of India Today

ରିମାଣ୍ଡ୍‌ରେ ଥିବା ବେଳେ ସେ କ‌ୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ବୋଲି ଶୁଣାଣି ବେଳେ ବିଚାରପତି ପଚାରି ଥିଲେ। ନାଇଡୁ ବିଚାରପତିଙ୍କୁ କହିଲେ ଯେ, ସେ କରି ନ ଥିବା କାର୍ଯ୍ୟରେ ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଛି। ଏହା ଶୁଣି, ବିଚାରପତି ନାଇଡୁଙ୍କୁ କହିଲେ ଯେ, ଏଇଟା ବିଚାର ବିଭାଗୀୟ ରିମାଣ୍ଡ ‌‌ହୋଇଥିବାରୁ ସେ ନିରାପଦରେ ଅଛନ୍ତି। ଆଇନ ଆଗରେ ସଭିଏଁ ସମାନ। ଏହାକୁ ଦଣ୍ଡ ବୋଲି ବିବେଚନା କରନ୍ତୁ ନାହିଁ। ଏହା ବିଚାର ପ୍ରକ୍ରିୟାର ବ୍ୟବସ୍ଥା।

ଆପଣଙ୍କ ଓକିଲମାନେ ଯୁକ୍ତି ଉପସ୍ଥାପନ କରିବେ ଓ ସତ କଥା ଜଣାପଡ଼ିଯିବ। ହାଇକୋର୍ଟରେ ଅନେକ ପିଟିସନ୍‌ ପଡ଼ି ରହିଥିବାରୁ ଆମେ ଆପଣଙ୍କର ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଆଉ ୨ ଦିନ ବୃଦ୍ଧି କରୁଛୁ। ଏଥି ସହିତ ବିଚାରପତି ନାଇଡୁଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button