IBN ଓଡ଼ିଶା ବ୍ୟୁରୋ

ମହାଷ୍ଟମୀରେ ଏପରି କରନ୍ତୁ ମା’ ଦୁର୍ଗାଙ୍କୁ ପ୍ରସନ୍ନ, ଘରେ ଦେଖାଦେବ ସୁଖ-ସମୃଦ୍ଧି

ଆଜି ଦୁର୍ଗା ଅଷ୍ଟମୀ। ଦୁର୍ଗା ପୂଜାର ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ। ମହାଷ୍ଟମୀରେ ମା’ ଗୌରୀଙ୍କ ପୂଜା ମହାସ୍ନାନ ଏବଂ ଷୋଡଶ ଉପଚାର ପୂଜା ସହ ଆରମ୍ଭ ହୋଇଥାଏ। ମହାସପ୍ତମୀ ପୂଜା ଭଳି ଏହିଦିନ ପୂଜା କରାଯାଇଥାଏ। ଏହିଦିନ ୯ଟି ଛୋଟ ଛୋଟ ବାସନ ସ୍ଥାପିତ କରାଯାଇ ମା’ ଦୁର୍ଗାଙ୍କ ସମସ୍ତ ୯ଟି ଅବତାରକୁ ଆହ୍ୱାନ କରାଯାଇଥାଏ। ଏହିଦିନ କନ୍ୟା ପୂଜନ ମଧ୍ୟ କରାଯାଇଥାଏ। ମାଙ୍କ ପାଖରେ ପୂଜା ଏବଂ ଯଜ୍ଞ ପରେ କନ୍ୟାଙ୍କୁ ପୂଜା କରାଯାଏ। ଏହାପରେ ଝିଅମାନଙ୍କୁ ଭୋଜନ କରାଇବା ସହ ଉପହାର ମଧ୍ୟ ପ୍ରଦାନ କରାଯାଇଥାଏ। ଦୁର୍ଗାଅଷ୍ଟମୀ ଦିନ ମା ଦୁର୍ଗାଙ୍କର ୩୨ ନାମାବଳୀ ପାଠ କରାଯାଇଥାଏ। ଏପରି କରିବା ଶୁଭ ହୋଇଥାଏ।

Masik-Durgastami

ମା ଦୁର୍ଗା ଭକ୍ତର କଷ୍ଟ ଦୂର କରିଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯେଉଁ ଲୋକଙ୍କ ଜୀବନରେ ସମସ୍ୟା ଦେଖାଯାଇଥାଏ ସେହି ଲୋକମାନେ ଏହି ଉପାୟ ଆପଣାଇବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବା ସହ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ଦୁର୍ଗାଅଷ୍ଟମୀ ରାତିରେ ଘରର ମୁଖ୍ୟ କବାଟ ପାଖରେ ରାତି ୧୨ଟା ପରେ ଏକ ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ଦୁର୍ଗାଅଷ୍ଟମୀ ରାତିରେ ଦୁର୍ଗା ଚାଲିଶା ପାଠ କରିବା ଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ସମସ୍ତ ସଦସ୍ୟଙ୍କ ଉପରେ ଆଶୀର୍ବାଦ ରଖିଥାନ୍ତି। ଏହା ବ୍ୟତୀତ ଘରୁ କଳହ ସ୍ଥିତି ଶେଷ ହେବା ସହ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button