IBN ଓଡ଼ିଶା ବ୍ୟୁରୋ

ଶୋଇଥିବା ସମୟରେ ଜ୍ୱର, ଥଣ୍ଡା କିମ୍ବା ରୋଗାଗ୍ରସ୍ତ ହେବାର ସ୍ୱପ୍ନ ଦେଖୁଛନ୍ତି କି ? ଏହାର ପଛରେ ରହିଥିବା କାରଣ କ’ଣ

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାମାନ୍ୟ କ୍ରିୟା । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଦେଖିବା ଭବିଷ୍ୟର ସଙ୍କେତ ଦେଇଥାଏ। ସ୍ୱପ୍ନ ଦେଖିବାର ଅନେକ ପ୍ରକାରର ମହତ୍ୱ ରହିଥାଏ। ଯଦି ଆପଣ ସ୍ୱପ୍ନରେ ରୋଗାଗ୍ରସ୍ତ ହେବା କିମ୍ବା ଜ୍ୱର ହୋଇଥିବା ଦେଖିଥାନ୍ତି ତା’ର କାରଣ କିଛି ଅଲଗା ରହିଥାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଏପରି ସ୍ୱପ୍ନ ଦେଖିବା ଆପଣଙ୍କ ଜୀବନରେ ଅନେକ ଶୁଭ ଏବଂ ଅଶୁଭ ହେବାକୁ ଥିବା ଘଟଣା ବିଷୟରେ ପୂର୍ବରୁ ସଂକେତ ଦେଇଥାଏ। ଏହାଛଡା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପନ୍ଧୀୟ କୌଣସି ସମସ୍ୟା ପାଇଁ ଏପରି ହୋଇଥାଏ। ଆସନ୍ତୁ ଜାଣିବା ଏପରି ସ୍ୱପ୍ନର ଅର୍ଥ କ’ଣ ରହିଥାଏ…

dream1

– ଯଦି ଆପଣ ସ୍ୱପ୍ନରେ କାହାକୁ ରୋଗରେ ଯନ୍ତ୍ରଣା ଭୋଗୁଥିବାର ଦେଖନ୍ତି, ତେବେ ଆପଣ ନିଜ ଜୀବନରେ କୌଣସି ଜିନିଷର ବୋଝ ନେଇ ବଞ୍ଚିଛନ୍ତି। ଆପଣ ଏହା ବିଷୟରେ ନିଜ ମାତାପିତା କିମ୍ବା ନିଜର ଅନ୍ତରଙ୍ଗ ଲୋକଙ୍କୁ କୁହନ୍ତୁ।

– ଯଦି ସ୍ୱପ୍ନରେ ଆପଣ କୌଣସି ରୋଗରୁ ବଞ୍ଚିଯାଉଛନ୍ତି ବୋଲି ଦେଖନ୍ତି, ତେବେ ଆପଣଙ୍କ ଭବିଷ୍ୟରେ ପ୍ରୟାସ ସବୁ ସଫଳ ହେବାକୁ ଯାଉଛି।

ddd

– ଯଦି ଆପଣ ସ୍ୱପ୍ନରେ କୌଣସି ଭଲ ନ ହୋଇପାରିବା ରୋଗ ବିଷୟରେ ଦେଖନ୍ତି, ତେବେ ଆପଣ ନିକଟ ଭବିଷ୍ୟତରେ କିଛି ଅସୁବିଧାର ସାମ୍ନା କରିପାରନ୍ତି। ଏହି ସ୍ୱପ୍ନ ଦେଖିବା ପରେ ମନକୁ ଶାନ୍ତ ରଖିବା ସହିତ ଯୋଗ କରନ୍ତୁ, ଆପଣଙ୍କୁ ବହୁତ ଫାଇଦା ମିଳିବ।

– ସ୍ୱପ୍ନରେ ଆପଣ ଯଦି ବାନ୍ତି କରୁଥାନ୍ତି, ତେବେ ନିକଟ ଭବିଷ୍ୟତରେ ଆପଣଙ୍କର କୌଣସି ସମସ୍ୟା ଶେଷ ହେବାକୁ ଯାଉଥିବା ସଙ୍କେତ ମିଳିଥାଏ। କିନ୍ତୁ ଏହି ସମୟରେ ନିଜ ସାଙ୍ଗମାନଙ୍କ ନିକଟରୁ ସାବଧାନ ରହିବା ଜରୁରୀ।

44

– ସ୍ୱପ୍ନରେ ଆପଣଙ୍କୁ ଜ୍ୱର, କାଶ, ଥଣ୍ଡା ଭଳି ସମସ୍ୟା ଏକାସହିତ ହୋଇଥାଏ ବୋଲି ଦେଖନ୍ତି, ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ। ଏହା ଆପଣଙ୍କ ବ୍ୟବସାୟରେ ଲାଭ ଦେବାର ସଙ୍କେତ ଦେଇଥାଏ। ସେହିପରି ଯେଉଁମାନେ ଚାକିରି କରିଥିବେ ସେମାନଙ୍କର ପ୍ରମୋସନ ହେବାର ସଙ୍କେତ ଦେଇଥାଏ ଏହିସବୁ ସ୍ୱପ୍ନ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button